ହ୍ୟୁଷ୍ଟନକୁ ଚାବି ଉପହାର ଦେଲେ

ହ୍ୟୁଷ୍ଟନ,୨୩ା୯ (ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନ ସହରକୁ ଏକ ବଡ଼ ଚାବି ଉପହାର ଦେଇଛନ୍ତି। ସେ ଏନ୍‌ଆର୍‌ଜି ଷ୍ଟାଡିୟମ୍‌ ମଞ୍ଚରେ ପହଞ୍ଚତ୍ବା ପରେ ସେଠାରେ ଉପସ୍ଥିତ ହ୍ୟୁଷ୍ଟନ ମେୟର ସିଲଭେଷ୍ଟର ଟର୍ନରଙ୍କୁ ଉପହାର ସ୍ବରୂପ ଏକ ଚାବି ପ୍ରଦାନ କରିଥିଲେ। ଟର୍ନର ତାଙ୍କୁ ସ୍ବାଗତ କରିବା ସହ ଉପହାର ଗ୍ରହଣ କରିଥିଲେ। ଆମେରିକା କଂଗ୍ରେସର ଦୁଇ ଡଜନ ଗଭର୍ନର ଓ ସଦସ୍ୟ ମଞ୍ଚରେ ଉପସ୍ଥିତ ରହି ମୋଦିଙ୍କୁ ସ୍ବାଗତ କରିଥିଲେ।

ମୋଦି କହିଲେ ହାଓଡି ହ୍ୟୁଷ୍ଟନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆମେରିକାର ଶକ୍ତି ରାଜଧାନୀ ହ୍ୟୁଷ୍ଟନ୍‌ ସହରରେ ପହଞ୍ଚତ୍ବା ପରେ ‘ହାଓଡି ହ୍ୟୁଷ୍ଟନ’ ଟୁଇଟ୍‌ କରିଥିଲେ। ହାଓଡି ହେଉଛି ଟେକ୍ସାସ୍‌ର ପାରମ୍ପରିକ ଅଭିନନ୍ଦନ। ଶନିବାର ସ୍ଥାନୀୟ ସମୟ ଅପରାହ୍ନରେ ମୋଦି ହ୍ୟୁଷ୍ଟନରେ ପହଞ୍ଚତ୍ଥିଲେ।

ଭାରତୀୟ-ଆମେରିକୀୟଙ୍କ ସ୍ବାଗତ

ହାଓଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମିଳିତ ଉଦ୍‌ବୋଧନ ଦେବା ଐତିହାସିକ ଘଟଣା ବୋଲି ଭାରତୀୟ-ଆମେରିକୀୟମାନେ ମତ ଦେଇଛନ୍ତି। ଭାରତର କଶ୍ମୀର ନୀତିକୁ ଏହା ଆମେରିକାର ସିଧାସଳଖ ସମର୍ଥନ ବୋଲି ସେମାନେ କହିଛନ୍ତି। ହାଓଡି ମୋଦି କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ଯୋଗଦେବା ଆମେରିକା ଓ ସାରା ବିଶ୍ୱ ପାଇଁ ଭାରତ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ କରିଛି ବୋଲି ଭାରତୀୟ-ଆମେରିକୀୟ ଡାକ୍ତର ସଂଘର ପୂର୍ବତନ ସଭାପତି ରାକେଶ ମଙ୍ଗଲ କହିଛନ୍ତି। ମୋଦିଙ୍କ ସହ ଟ୍ରମ୍ପ୍‌ ଗୋଟିଏ ମଞ୍ଚରେ ଯୋଗଦେଉଛନ୍ତି। ପାକିସ୍ତାନ କ୍ଷେତ୍ରରେ ଟ୍ରମ୍ପ୍‌ ପ୍ରଶାସନର ଆଭିମୁଖ୍ୟ ଏଥିରୁ ସ୍ପଷ୍ଟ ହେଉଛି ବୋଲି ରିପବ୍ଲିକାନ୍‌ ହିନ୍ଦୁ ସାମ୍ମୁଖ୍ୟର ଶଲଭ କୁମାର ଉଲ୍ଲେଖ କରିଛନ୍ତି।
କଶ୍ମୀର ପ୍ରସଙ୍ଗକୁ ନେଇ ଏନ୍‌ଆରଜି ଷ୍ଟାଡିୟମ୍‌ରେ ବିକ୍ଷୋଭ କରିବାକୁ ପାକିସ୍ତାନ ଯୋଜନା କରିଥିଲା। ତାହାକୁ ଭଣ୍ଡୁର କରିଦିଆଯାଇଛି। ଭାରତର କଶ୍ମୀର ନିଷ୍ପତ୍ତିକୁ ଆମେରିକା ପୂର୍ଣ୍ଣ ସମର୍ଥନ ଜଣାଇବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଶକ୍ତ ଚାପୁଡା ବୋଲି କୁମାର କହିଛନ୍ତି। ହାଓଡି ମୋଦି ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ସର୍ବବୃହତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଉକ୍ତ ସମ୍ପ୍ରଦାୟ ଏବଂ ଭାରତ-ଆମେରିକା ସମ୍ପର୍କ କ୍ଷେତ୍ରରେ ଗେମ୍‌ ଚେଞ୍ଜର ହେବ ବୋଲି ସିକାଗୋରୁ କ୍ରିଷ୍ଣ ବଂଶଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?