ହ୍ୟୁଷ୍ଟନକୁ ଚାବି ଉପହାର ଦେଲେ

ହ୍ୟୁଷ୍ଟନ,୨୩ା୯ (ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନ ସହରକୁ ଏକ ବଡ଼ ଚାବି ଉପହାର ଦେଇଛନ୍ତି। ସେ ଏନ୍‌ଆର୍‌ଜି ଷ୍ଟାଡିୟମ୍‌ ମଞ୍ଚରେ ପହଞ୍ଚତ୍ବା ପରେ ସେଠାରେ ଉପସ୍ଥିତ ହ୍ୟୁଷ୍ଟନ ମେୟର ସିଲଭେଷ୍ଟର ଟର୍ନରଙ୍କୁ ଉପହାର ସ୍ବରୂପ ଏକ ଚାବି ପ୍ରଦାନ କରିଥିଲେ। ଟର୍ନର ତାଙ୍କୁ ସ୍ବାଗତ କରିବା ସହ ଉପହାର ଗ୍ରହଣ କରିଥିଲେ। ଆମେରିକା କଂଗ୍ରେସର ଦୁଇ ଡଜନ ଗଭର୍ନର ଓ ସଦସ୍ୟ ମଞ୍ଚରେ ଉପସ୍ଥିତ ରହି ମୋଦିଙ୍କୁ ସ୍ବାଗତ କରିଥିଲେ।

ମୋଦି କହିଲେ ହାଓଡି ହ୍ୟୁଷ୍ଟନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆମେରିକାର ଶକ୍ତି ରାଜଧାନୀ ହ୍ୟୁଷ୍ଟନ୍‌ ସହରରେ ପହଞ୍ଚତ୍ବା ପରେ ‘ହାଓଡି ହ୍ୟୁଷ୍ଟନ’ ଟୁଇଟ୍‌ କରିଥିଲେ। ହାଓଡି ହେଉଛି ଟେକ୍ସାସ୍‌ର ପାରମ୍ପରିକ ଅଭିନନ୍ଦନ। ଶନିବାର ସ୍ଥାନୀୟ ସମୟ ଅପରାହ୍ନରେ ମୋଦି ହ୍ୟୁଷ୍ଟନରେ ପହଞ୍ଚତ୍ଥିଲେ।

ଭାରତୀୟ-ଆମେରିକୀୟଙ୍କ ସ୍ବାଗତ

ହାଓଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମିଳିତ ଉଦ୍‌ବୋଧନ ଦେବା ଐତିହାସିକ ଘଟଣା ବୋଲି ଭାରତୀୟ-ଆମେରିକୀୟମାନେ ମତ ଦେଇଛନ୍ତି। ଭାରତର କଶ୍ମୀର ନୀତିକୁ ଏହା ଆମେରିକାର ସିଧାସଳଖ ସମର୍ଥନ ବୋଲି ସେମାନେ କହିଛନ୍ତି। ହାଓଡି ମୋଦି କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ଯୋଗଦେବା ଆମେରିକା ଓ ସାରା ବିଶ୍ୱ ପାଇଁ ଭାରତ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ କରିଛି ବୋଲି ଭାରତୀୟ-ଆମେରିକୀୟ ଡାକ୍ତର ସଂଘର ପୂର୍ବତନ ସଭାପତି ରାକେଶ ମଙ୍ଗଲ କହିଛନ୍ତି। ମୋଦିଙ୍କ ସହ ଟ୍ରମ୍ପ୍‌ ଗୋଟିଏ ମଞ୍ଚରେ ଯୋଗଦେଉଛନ୍ତି। ପାକିସ୍ତାନ କ୍ଷେତ୍ରରେ ଟ୍ରମ୍ପ୍‌ ପ୍ରଶାସନର ଆଭିମୁଖ୍ୟ ଏଥିରୁ ସ୍ପଷ୍ଟ ହେଉଛି ବୋଲି ରିପବ୍ଲିକାନ୍‌ ହିନ୍ଦୁ ସାମ୍ମୁଖ୍ୟର ଶଲଭ କୁମାର ଉଲ୍ଲେଖ କରିଛନ୍ତି।
କଶ୍ମୀର ପ୍ରସଙ୍ଗକୁ ନେଇ ଏନ୍‌ଆରଜି ଷ୍ଟାଡିୟମ୍‌ରେ ବିକ୍ଷୋଭ କରିବାକୁ ପାକିସ୍ତାନ ଯୋଜନା କରିଥିଲା। ତାହାକୁ ଭଣ୍ଡୁର କରିଦିଆଯାଇଛି। ଭାରତର କଶ୍ମୀର ନିଷ୍ପତ୍ତିକୁ ଆମେରିକା ପୂର୍ଣ୍ଣ ସମର୍ଥନ ଜଣାଇବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଶକ୍ତ ଚାପୁଡା ବୋଲି କୁମାର କହିଛନ୍ତି। ହାଓଡି ମୋଦି ଭାରତୀୟ-ଆମେରିକୀୟ ସମ୍ପ୍ରଦାୟର ସର୍ବବୃହତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଉକ୍ତ ସମ୍ପ୍ରଦାୟ ଏବଂ ଭାରତ-ଆମେରିକା ସମ୍ପର୍କ କ୍ଷେତ୍ରରେ ଗେମ୍‌ ଚେଞ୍ଜର ହେବ ବୋଲି ସିକାଗୋରୁ କ୍ରିଷ୍ଣ ବଂଶଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri