ହେଲ୍‌ମେଟ୍‌, ନିରାପତ୍ତା ବେଲଟ୍‌ ଯାଞ୍ଚ:ଲୋକଙ୍କୁ ଫାଇନ୍‌: ପୋଲିସ କର୍ମଚାରୀଙ୍କୁ ଛାଡ଼

କୁତ୍ରା, ୨୧।୭ (ଡି.ଏନ.ଏ)-କୁତ୍ରା ଥାନା ସମ୍ମୁଖରେ ପୋଲିସ ପକ୍ଷରୁ ଦୁଇ ଚକିଆ ଯାନ ପାଇଁ ହେଲ୍‌ମେଟ୍‌ ଓ ଚାରିଚକିଆ ଯାନ ପାଇଁ ନିରାପତ୍ତା ବେଲଟ୍‌ ଯାଞ୍ଚ କରାଯାଉଥିଲା। ଯାଞ୍ଚବେଳେ ସାଧାରଣ ଜନତାଙ୍କଠାରୁ ଫାଇନ ଆଦାୟ କରାଯାଉଥିବାବେଳେ ପୋଲିସ କର୍ମଚାରୀ ଓ କୁତ୍ରା ପୋଲିସ କର୍ମଚାରୀଙ୍କ ସମ୍ପର୍କୀୟ ପାଇଁ ଛାଡ଼ ଭଳି ଘଟଣା ଦେଖିବାକୁ ମିଳିଛି। ଏବାବଦରେ ପ୍ରତିବାଦ କରିବାରୁ ଖବରଦାତାଙ୍କୁ ଦୁର୍ବ୍ୟବହାର କରାଯାଇଛି। କିଛି ମାସ ହେବ କୁତ୍ରା ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ପ୍ରାୟ ପ୍ରତିଦିନ ହେଲମେଟ୍‌ ଯାଞ୍ଚ କରାଯାଉଥିବା ବେଳେ ହେଲମେଟ ବ୍ୟବହାର କରୁ ନ ଥିବା ବାଇକ ଚାଳକଙ୍କଠାରୁ ୧ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ଠିକ୍‌ ସେହିପରି ଚାରିଚକିଆ ଯାନରେ ଡ୍ରାଇଭର ନିରାପତ୍ତା ବେଲ୍‌ଟ୍‌ ବ୍ୟବହାର କରୁ ନ ଥିଲେ ଗାଡି ଚାଳକଙ୍କ ଠାରୁ ୧ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ପୋଲିସର ଏହି କାର୍ଯ୍ୟ ସାଧାରଣରେ ପ୍ରଶଂସନୀୟ ହୋଇଥିବାବେଳେ ଯାଞ୍ଚବେଳେ ପୋଲିସ ପାତରଅନ୍ତର କରୁଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କଠାରୁ ଜରିମାନା ଟଙ୍କା ଆଦାୟ କରାଯାଉଥିବା ବେଳେ ପୋଲିସ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ଫାଇନ ଆଦାୟ କରାଯାଉ ନ ଥିବା ଅଭିଯୋଗ ହେଉଛି। ଏହାର ସତ୍ୟତା ରବିବାର ଦେଖିବାକୁ ମିଳିଥିଲା। କୁତ୍ରା ଧରିତ୍ରୀ ପ୍ରତିନିଧି କୌଣସି ଖବର ସଂଗ୍ରହ ପାଇଁ ଯାଇ ତେଲିଘଣା ପଟୁ କୁତ୍ରା ଫେରୁଥିଲେ। କୁତ୍ରା ପୋଲିସ ତାଙ୍କୁ ଅଟକାଇ ହେଲ୍‌ମେଟ୍‌ ବାବଦରେ ପଚାରିଥିଲେ। ହେଲେ ତରବର ହୋଇ ହେଲ୍‌ମେଟ୍‌ ଆଣି ପାରି ନ ଥିବା କଥା କହିବା ସାଙ୍ଗକୁ ୧ଶହ ଟଙ୍କା ଜରିମାନା ପୈଠ କରିଥିଲେ। ହେଲେ ସେହି ସମୟରେ ଏକ ଚାରିଚକିଆ ଅଲଟୋ ଗାଡି ନଂ. ଓଡି ୧୪ ଜେ- ୫୧୩୮ ସେହି ବାଟଦେଇ ଆସିଥିଲା। ଗାଡି ଚାଳକ ନିରାପତ୍ତା ବେଲଟ୍‌ ଲଗାଇ ନ ଥିବାରୁ ପୋଲିସ ଗାଡିଟିକୁ ଅଟକାଇଥିଲେ। ଗାଡି ଅଟକିଲା ପରେ ଚାଳକ ଗାଡିରୁ ଓହ୍ଲାଇ ଫାଇନ କରିଥିବା ପୋଲିସ ଅଧିକାରୀଙ୍କ ପାଖକୁ ଯାଇ କିଛି କଥାବାର୍ତ୍ତା କରିଥିଲେ। ପରେ ବିନା ଫାଇନରେ ତାଙ୍କ ଗାଡିକୁ ଛାଡି ଦିଆଯାଇଥିବା ଦେଖି ଆମ ପ୍ରତିନିଧି ତାର ଫଟୋ ନେବା ବେଳେ ଜଣେ ସାଧା ପୋଷାକରେ ଥିବା ଲୋକ ଫଟୋ ଉଠାଇଇବାକୁ ମନା କରିବା ସହ ଗାଳି ଦେଇଥିଲେ। ଏସ୍‌ପିଙ୍କୁ ଅଭିଯୋଗ କର, ଆମର କଣ ହୋଇଯିବ ବୋଲି ଧମକ ଦେଇଥିଲେ। ଧରିତ୍ରୀ ପ୍ରତିନିଧି ଆପଣ କିଏ ବୋଲି ପଚାରିବାରୁ ସେ ପୋଲିସ ବୋଲି କହିଥିଲେ। ସେଠାରେ ଉପସ୍ଥିତ ରହି ଜରିମାନା କାଟୁଥିବା କୁତ୍ରା ଥାନାର ସବଇନ୍ସପେକ୍ଟରଙ୍କୁ କାହିଁକି ଉକ୍ତ ଗାଡି ଚାଳକଙ୍କଠାରୁ ଜରିମାନା ନ କାଟି ଛାଡିଦେଲେ ବୋଲି ପଚାରିବାରୁ ସେ ଜଣେ ପୋଲିସ ଅଧିକାରୀ। ଏଣୁ ମୁଁ ତାଙ୍କୁ ଛାଡି ଦେଲି ବୋଲି ଉତ୍ତର ଦେଇଥିଲେ। ହେଲେ ଏଠାରେ ପୋଲିସ ଅଧିକାରୀ ଓ ପୋଲିସଙ୍କ ସମ୍ପର୍କୀୟଙ୍କ ପାଇଁ ଅଲଗା ନିୟମ ଚାଲେକି ବୋଲି ପଚାରିବାରୁ ସେଇଟା ଆମ ଇଚ୍ଛା ବୋଲି କରିବା ସାଙ୍ଗକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏକଥା କୁତ୍ରା ଥାନା ଅଧିକାରୀଙ୍କୁ ଜଣାଇବାରୁ ନିୟମ ସମସ୍ତଙ୍କ ପାଇଁ ସମାନ ହେଲେ ଏବାବଦରେ ବୁଝୁଛି ବୋଲି ଉତ୍ତର ଦେଇଥିଲେ। ଏଠି ନିୟମ କାନୁନକୁ ଅଣଦେଖା କରି ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସାଙ୍ଗକୁ ଉଚ୍ଚ ଅଧିକାରୀଙ୍କ ପ୍ରତି ବେଖାତିର ମନ୍ତବ୍ୟ ଦେଉଥିବା ଓ ବିଭିନ୍ନ ସମୟରେ ଖବରଦାତାଙ୍କ ପ୍ରତି ଆଶାଳୀନ ବ୍ୟବହାର କରୁଥିବାରୁ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri