ହୁଇଲ ଚେୟାର ଆଇପିଏଲ ଖେଳିବେ ଦିବ୍ୟାଙ୍ଗ ଚକ୍ରଧର

ବଲାଙ୍ଗୀର ଅଫିସ, ୧୧ା୬
ବଲାଙ୍ଗୀର ଜିଲା ସଦର ବ୍ଳକ୍‌ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର ଦିବ୍ୟାଙ୍ଗ ଯୁବକ ଚକ୍ରଧର ନାଏକ (୩୦) ା ତାଙ୍କ ମାତା ଉର୍ମିଳା ଓ ପିତା ନେତ୍ର ନାଏକ ା ସାଧାରଣ ଚାଷୀ ପରିବାରର ପୁଅ ା ଆସନ୍ତା ଜୁନ୍‌ ୧୯ରେ ନୂଆଦିଲ୍ଲୀଠାରେ ହେବାକୁ ଥିତ୍ବା ହୁଇଲ ଚେୟାର କ୍ରିକେଟ୍‌ ଇଣ୍ଡିଆ ପ୍ରିମିୟର ଲିଗ୍‌ରେ ସେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି ା ବିହାରୀ ଦବଙ୍ଗ ଟିମ୍‌ ପକ୍ଷରୁ ଖେଳିବେ ଚକ୍ରଧର ା ଏଥିପାଇଁ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ନିଜର ଗଭୀର ନିଷ୍ଠା, କଠିନ ପରିଶ୍ରମ ଓ କ୍ରୀଡା ଦକ୍ଷତା ଫଳରେ ଭାରତୀୟ ଦିବ୍ୟାଙ୍ଗ ସମିତି କାର୍ଯ୍ୟକର୍ତ୍ତାଙ୍କ ସେ ଦୃଷ୍ଟି ଆକର୍ଷଣ କରିଥିଲେ ା ପିଲାଦିନରୁ ପୋଲିଓ ଆକ୍ରାନ୍ତ ହେବା ଫଳରେ ଚକ୍ରଧର ଦିବ୍ୟାଙ୍ଗ ପାଲଟି ଯାଇଥିଲେ ା ତାଙ୍କ ଦୁଇଗୋଡ ପୋଲିଓ ଆକ୍ରାନ୍ତ ହୋଇଥିତ୍ବାରୁ ସେ ଠିକ୍‌ ଭାବେ ଚାଲିପାରନ୍ତି ନାହିଁ ା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ହେଲେ ସେ ଗୁରୁଣ୍ଡି ଗୁରୁଣ୍ଡି ଯାଆନ୍ତି ା ତେବେ ଏହି ଦିବ୍ୟାଙ୍ଗପଣ ଚକ୍ରଧରଙ୍କ ମନୋବଳ ଭାଙ୍ଗି ପାରିନାହିଁ ା ଦିବ୍ୟାଙ୍ଗ ହେଲେ ବି ପିଲାଟି ଦିନରୁ ନିଜକୁ ପ୍ରତିପାଦିତ କରିବାର ଇଚ୍ଛା ତାଙ୍କ ଭିତରେ ରହିଥିଲା ା ପିତାମାତା ଓ ପରିବାର ଉପରେ ଅଧିକ ବୋଝ ଯେପରି ହୋବେନାହିଁ ସେ ଉପରେ ସେ ଧ୍ୟାନଦେଇ ଆସୁଥିଲେ ା ପିଲାବେଳୁ ଖୁଣ୍ଟପାଲି ଗଁାରେ ସାଙ୍ଗସାଥୀଙ୍କ ଗହଣରେ ସେ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ ା ତେବେ ଦିବ୍ୟାଙ୍ଗ ହୋଇଥିତ୍ବାରୁ ସାଙ୍ଗସାଥୀ ତାଙ୍କ ଉପରେ ସନ୍ଦେହ ପ୍ରକାଶ କରୁଥିଲେ। ମାତ୍ର ଚକ୍ରଧରଙ୍କ ମନୋବଳ ଖୁବ୍‌ ଉଚ୍ଚ ଥିଲା ା ସେ ଗୁରୁଣ୍ଡି ଗୁରଣ୍ଡି ରନ୍‌ ଦୌଡୁଥିଲେ ଓ ଫିଲ୍ଡିଂ କରି ସାଙ୍ଗସାଥୀଙ୍କୁ ଚମକାଇ ଦେଉଥିଲେ ା ତାଙ୍କର ଏଭଳି ଇଚ୍ଛା ଓ ପ୍ରତିଭା ଦେଖି ତାଙ୍କ ସାଙ୍ଗସାଥୀମାନେ ତାଙ୍କୁ ସବୁବେଳେ ଉତ୍ସାହିତ କରିବାକୁ ଲାଗିଲେ ଓ ଗଁା ଟିମ୍‌ରେ ଖେଳୁଥିଲେ ା ପ୍ରାୟ ୨ ବର୍ଷ ତଳେ ବଲାଙ୍ଗୀରର ମାହେଶ୍ୱରୀ ସଙ୍ଗଠନର ଶୋଭନ କୁମାର ଅଗ୍ରୱାଲଙ୍କଠାରୁ ହୁଇଲ ଚେୟାର କ୍ରିକେଟ ସମ୍ପର୍କରେ ଖବର ପାଇବା ପରେ ସେ ହୁଇଲ ଚେୟାରରେ ବସି କ୍ରିକେଟ ଖେଳ ଅଭ୍ୟାସ ଆରମ୍ଭ କରିଥିଲେ ା ଏଦିଗରେ ମଧ୍ୟ ତାଙ୍କ ଗଁା ସାଥୀମାନେ ତାଙ୍କୁ ଭରପୁର ସହଯୋଗ କରିଥିଲେ ା କ୍ରିକେଟ ବଲ ଫିଙ୍ଗି ତାଙ୍କର ପ୍ରାକ୍ଟିସ୍‌ କରିବାରେ ଖୁବ୍‌ ସହଯୋଗ କରିଥିଲେ। ଏହାପରେ ଜାତୀୟସ୍ତରରେ ଆୟୋଜିତ ହୁଇଲ ଚେୟାର କ୍ରିକେଟ ଟିମ୍‌ରେ ସ୍ଥାନ ପାଇବା ପାଇଁ ମାହେଶ୍ୱରୀ ସଙ୍ଗଠନ ଜରିଆରେ ଚକ୍ରଧର ଆବେଦନ କରିଥିଲେ ା ଭାରତୀୟ ଦିବ୍ୟାଙ୍ଗ କ୍ରୀଡା ସମିତି ପକ୍ଷରୁ ତାଙ୍କ ଶାରୀରିକ ପରୀକ୍ଷା ଓ ଖେଳ ଦେଖି ସ୍ବୀକୃତି ଦିଆଯାଇଥିଲା ା ଏହାପରେ ଚକ୍ରଧରଙ୍କୁ ବିହାରୀ ଦବଙ୍ଗ ଟିମ୍‌ରେ ସାମିଲ କରାଯାଇଥିତ୍ବା ଜଣାପଡିଥିଲା ା ଆଗାମୀ ୧୯ ତାରିଖରେ ଦିଲ୍ଲୀରେ ହେବାକୁଥିତ୍ବା ହୁଇଲ ଚେୟାର କ୍ରିକେଟ ଇଣ୍ଡିଆ ଆଇପିଏଲ ଟୁଣ୍ଟାମେଣ୍ଟରେ ଚକ୍ରଧର ଭାଗନେବେ ା ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ା ଚକ୍ରଧରଙ୍କ ଏଭଳି ସଫଳତାରେ ପରିବାରବର୍ଗ, ବଲାଙ୍ଗୀରର କ୍ରୀଡାପ୍ରେମୀ ଓ ମାହେଶ୍ୱରୀ ସଙ୍ଗଠନ ସଦସ୍ୟ ଖୁବ୍‌ ଖୁସି ା କିଛିଦିନ ପରେ ଆଇପିଏଲ ଖେଳିବା ପାଇଁ ସେ ଦିଲ୍ଲୀ ଯିବେ ା ଜିଲାର ଜଣେ ଦିବ୍ୟାଙ୍ଗ ଭାବେ ଜାତୀୟ ସ୍ତରରେ ଆଇପିଏଲ ଖେଳରେ ସ୍ଥାନ ପାଇଥିତ୍ବାରୁ ସେ ଖୁବ୍‌ ଖୁସି ବୋଲି ଚକ୍ରଧର କହିଛନ୍ତି ା ଆଗାମୀ ଦିନରେ ଓଡିଶାରେ ହୁଇଲ ଚେୟାର କ୍ରିକେଟ ଟିମ୍‌ ଗଠନ ଓ ଜାତୀୟ ଦିବ୍ୟାଙ୍ଗ କ୍ରିକେଟ ଟିମ୍‌ରେ ସ୍ଥାନ ପାଇବା ପାଇଁ କଠୋର ପରିଶ୍ରମ ଜାରି ରହିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…

ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...

ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ

ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ

ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri