ହିଲ୍‌ଭ୍ୟୁ ହୋଟେଲରେ ମେସ୍କୋ ନିର୍ଦ୍ଦେଶିକା ନଜରବନ୍ଦୀ

କଳିଙ୍ଗନଗର,୪ା୧୨(ଡି.ଏନ୍‌.ଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ର ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସ ହେବ ଦରମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ ଦୀର୍ଘଦିନର ପଞ୍ଜୀଭୂତ ଅସନ୍ତୋଷ ମଙ୍ଗଳବାର ପ୍ରତିଫଳିତ ହୋଇଛି। ମେସ୍କୋ ଗ୍ରୁପ୍‌ ଅଧ୍ୟକ୍ଷା ରିତା ସିଂଙ୍କୁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଗେଷ୍ଟ୍‌ ହାଉସ୍‌(ହିଲଭ୍ୟୁ ହୋଟେଲ)ରେ ନଜବରବନ୍ଦୀ କରି ରଖିଥିଲେ। ଖବର ପାଇ କଳିଙ୍ଗନଗର ଅତିରକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ଘଟଣାସ୍ଥଳରେ ପହଞ୍ଚତ୍ ଶ୍ରମିକଙ୍କୁ ବୁଝାଶୁଝା କରିଥିଲେ। ହେଲେ ଶ୍ରମିକମାନେ ବକେୟା ଦରମା ପ୍ରଦାନ ଜିଦ୍‌ରେ ଅଟଳ ରହିଥିଲେ। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରମିକମାନେ ଗେଷ୍ଟ ହାଉସ୍‌ ସମ୍ମୁଖରେ ବସି ଥିବା ଜଣାପଡିଛି।
ପ୍ରକାଶ ଯେ, ମୈଥାନ କାରଖାନା କର୍ମଚାରୀ ବକେୟା ଦରମା ପାଇଁ ସ୍ଥାନୀୟ ଜିଲା ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷଙ୍କୁ ବହୁ ବାର ଦାବି ପ୍ରଦାନ କରିଥିଲେ। ଏ ନେଇ ଗତ ୨୨ା୧୦ା୧୯ରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲା ଶ୍ରମ ଅଧିକାରୀ ଶୁନୀଲ କୁମାର ସାହୁ, ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ଶ୍ରମିକ ସଂଘ ପକ୍ଷରୁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏବଂ କାରଖାନା ନିର୍ଦ୍ଦେଶିକା ସିପ୍ରା ସିଂ ରାଣା ଉପସ୍ଥିତ ଥିଲେ। ଏହି ବୈଠକରେ କାରଖାନା ନିର୍ଦ୍ଦେଶିକା ୩୦ା୧୦ା୧୯ ସୁଦ୍ଧା କର୍ମଚାରୀଙ୍କ ବକେୟା ପାଉଣାର କିଛି ଅଂଶ ଦେବା ସହ କାରଖାନା ଖୁବ୍‌ଶୀଘ୍ର ଚାଲୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କାରଖାନା ଚାଲୁ ହେବା ତ ଦୂରର କଥା ଶ୍ରମିକଙ୍କ ବକେୟା ପାଉଣା ପ୍ରଦାନ କରାଯାଇ ନାହଁି। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ମଙ୍ଗଳବାର ମେସ୍କୋ ଗ୍ରୁପ୍‌ ଅଧ୍ୟକ୍ଷା ରୀତା ସିଂ ଗେଷ୍ଟ୍‌ ହାଉସ୍‌କୁ ଆସିବା ଖବର ପାଇ ଶ୍ରମିକ ସଂଘ ସମ୍ପାଦକ ବିଜୟ କୁମାର ଦଳାଇଙ୍କ ନେତୃତ୍ୱରେ ଶ୍ରମିକମାନେ ଘେରାଉ କରିଥିଲେ। ସ୍ବପ୍ନେନ୍ଦୁ ବେହୁରା, ଶ୍ରୀକାନ୍ତ ବେହେରା, କିଶୋର ସାମଲ, ପ୍ରମୋଦ ସାହୁ, ପ୍ରଦୀପ ପାଳ, ସୌମ୍ୟ ରଞ୍ଜନ ନାୟକ, ଶଶିକାନ୍ତ ଦାସ, ରମେଶ ଘଡେଇଙ୍କ ସହ ବହୁ ଶ୍ରମିକ ଧାରଣାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri