Categories: ଖେଳ

ହିରୋ ଏଲିଟ୍‌ ଲିଗ୍‌: ଫାଇନାଲ ରାଉଣ୍ଡରେ ଓଡ଼ିଶା ଏଫ୍‌ସି

ନୂଆଦିଲ୍ଲୀ, ୧୯।୨- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସିର ୧୮ ବର୍ଷରୁ କମ୍‌ ଦଳ ଏଠାରେ ଚାଲିଥିବା ହିରୋ ଏଲିଟ୍‌ ଲିଗ୍‌ ୨୦୧୯-୨୦ ସିଜନର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି। ସ୍ଥାନୀୟ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଜୁନିୟର ଓଡ଼ିଶା ଏଫ୍‌ସି ଦଳ ୫-୦ ଗୋଲରେ ରାଜସ୍ଥାନଭିତ୍ତିକ କ୍ଲବ ମାକ୍ସିମସ୍‌ ପ୍ରାଇମ ସ୍ପୋଟର୍‌ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଏଫ୍‌ସି ଖେଳାଳି ପ୍ରଭାବ ବିସ୍ତାର କରି ଖେଳିବା ସହ ମ୍ୟାଚ୍‌କୁ ଏକପାଖିଆ ଭାବେ ଜିତି ନେଇଥିଲେ। ବିଜୟୀ ଦଳ ପକ୍ଷରୁ ରିଷଭ ଡୋବ୍ରିୟାଲ (୫୦ତମ ଓ ୭୬ତମ ମିନିଟ୍‌) ଓ ଅଂଶୁମାନ ତ୍ୟାଗୀ (୫୯ତମ ଓ ୯୦+୧ )୨ଟି ଲେଖାଏ ଗୋଲସ୍କୋର କରିଥିଲେ। ନିଶ୍ଚୟ ଅଧିକାରୀ (୭୦ତମ) ଅନ୍ୟତମ ଗୋଲଟି ଦେଇଥିଲେ। ମ୍ୟାଚ୍‌ର ୫୦ତମ ମିନିଟ୍‌ରେ ରିଷଭ ଡୋବ୍ରିୟାଲ ଦଳ ପାଇଁ ପ୍ରଥମ ଗୋଲ ଦେଇଥିଲେ। ବିଜୟ ସହ ଓଡ଼ିଶା ଏଫ୍‌ସି ଏହାର ଜୋନ୍‌ରେ ୧୪ ମ୍ୟାଚ୍‌ ଖେଳି ୩୧ ପଏଣ୍ଟ ସହ ଟେବୁଲର ୨ୟ ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିଛି।

Share