Categories: ଖେଳ

ହିମାଙ୍କୁ ୧୫ ଦିନରେ ୪ର୍ଥ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୮।୭ (ପି.ଟି.)- ଷ୍ଟାର୍‌ ଭାରତୀୟ ସ୍ପ୍ରିଣ୍ଟର ହିମା ଦାସ ଚେକ୍‌ ରିପବ୍ଲିକରେ ଅନୁଷ୍ଠିତ ଟାବୋର ଆଥ୍‌ଲେଟିକ ମିଟ୍‌ର ମହିଳା ୨୦୦ ମିଟର୍‌ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବୁଧବାର ଅନୁଷ୍ଠିତ ଏହି ଇଭେଣ୍ଟରେ ହିମା ୨୩.୨୫ ସେକେଣ୍ଡ ସମୟ ନେଇ ଦୂରତା ଅତିକ୍ରମ କରିଥିଲେ। ହିମାଙ୍କ ସାଥୀ ଧାବିକା ଭି.କେ. ବିଶ୍ମୟ (୨୩.୪୩) ୨ୟ ସ୍ଥାନରେ ରହି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏଥିସହ ଗତ ୧୫ ଦିନ ମଧ୍ୟରେ ୧୯ ବର୍ଷୀୟା ହିମାଙ୍କ ଏହା ୪ର୍ଥ ସ୍ବର୍ଣ୍ଣ ପଦକ ଥିଲା। ଜୁଲାଇ ୨ରେ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନା ଆଥ୍‌ଲେଟିକ ପ୍ରତିଯୋଗିତାରେ ହିମା ୨୩.୬୫ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପରେ ଜୁଲାଇ ୭ରେ କୁଣ୍ଟୋ ଆଥ୍‌ଲେଟିକ ମିଟ୍‌ରେ ସେ ୨୦୦ ମିଟର ରେସ୍‌କୁ ୨୩.୯୭ ଏବଂ ଜୁଲାଇ ୧୩ରେ କ୍ଲାଡନୋ ଆଥ୍‌ଲେଟିକ ମିଟ୍‌ରେ ୨୩.୪୩ ସେକେଣ୍ଡ ସମୟ ନେଇ ପୋଡିୟମ ଶୀର୍ଷ ସ୍ଥାନ ଦଖଲ କରିଥିଲେ।

Share