ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର, ୨୧ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଶନିବାର ଥିଲା ୨ୟ ସା। ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ହିଙ୍ଗୁଳା କ୍ଷେତ୍ରର କାର୍ମିକ ଅଧିକାରୀ ବି. ବେହୁରିଆ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସଞ୍ଜୟ କୁମାର ସାହୁ, ଅରୁଣ କୁମାର ପ୍ରଧାନ, ଗଗନ ବିହାରୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସାଉଥବଲଣ୍ଡା ଜୀବନଜ୍ୟୋତି ଭଜନ ସା ଅନୁଷ୍ଠାନ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ସେହିପରି ଜଗନ୍ନାଥ ସିଡବ୍ଲ୍ୟୁଏସ୍‌ ଡ୍ୟାନ୍ସ ଗ୍ରୁପ, ସାଉଥବଲଣ୍ଡାର ନୃତ୍ୟାଞ୍ଜଳି ଡ୍ୟାନ୍ସ ଗ୍ରୁପ, କ୍ଲାପ ଡି. କ୍ରିଉ ଅନୁଷ୍ଠାନ, ତାଳଚେର କୈବଲେଶ୍ୱର କଳା ପରିଷଦ ଓ ଡିଏଭି କଳିଙ୍ଗ ଅନୁଷ୍ଠାନ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ, ବଲାଙ୍ଗୀରର କୋଶଳ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ପାରମ୍ପରିକ  ଲୋକନୃତ୍ୟ, ଢେଙ୍କାନାଳର ସତ୍ୟରୂପା ଡ୍ୟାନ୍ସ ଗ୍ରୁପ ଓ କଲିକତାର ନୁପୁର ଡ୍ୟାନ୍ସ ଗ୍ରୁପ କଳାକାରମାନଙ୍କ  ନୃତ୍ୟ  ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।  ସଞ୍ଜୀବ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧୁଳେଶ୍ୱର ବେହେରା, ପ୍ରବୀର ପ୍ରଧାନ, ମୁକୁନ୍ଦ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ କଳାକାରମାନଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।