ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ ମୋଡ଼ ନିଏ। ଓଡ଼ିଆ ଯାତ୍ରା ଜଗତର ଅନ୍ୟତମ ଚୁଲ୍‌ବୁଲି ନାୟିକା ତଥା ପୋଖତ ଅଭିନେତ୍ରୀ ଟିକିନାଙ୍କ କଥା ଦେଖାଯାଉ। ଇଚ୍ଛା ଥିଲା ପାଠ ପଢ଼ିବେ। ବହୁତ କଥା ଶିଖିବେ। ଶ୍ରେଣୀ ପରେ ଶ୍ରେଣୀ ଡେଇଁ ଚାଲିବେ। ମାତ୍ର ତାଙ୍କ ପାଇଁ ଆଉ କିଛି ଲେଖାହୋଇ ରହିଥିଲା। ପାଠ ସିନା ପଢ଼ି ପାରିଲେନି। ହେଲେ ସେ ପାଲଟିଗଲେ ଶହଶହ ଯାତ୍ରାପ୍ରେମୀ ଦର୍ଶକଙ୍କ ହୃଦୟର ରାଣୀ। କଟକ ଜିଲାର ନିଆଳି। ସେଇ ପାଖରେ ଗୋଟିଏ ଗଁା- ଶଗଡ଼େଇଲୋ। ଶଗଡ଼େଇଲୋ ଗଁାର ଜଣେ ବାସିନ୍ଦା ହେଉଛନ୍ତି ବ୍ରହ୍ମାନନ୍ଦ ସ୍ବାଇଁ। ବ୍ରହ୍ମାନନ୍ଦଙ୍କ ଝିଅ ହେଉଛନ୍ତି ନାୟିକା ଟିକିନା। ମା’ ତାରାଦେବୀ। ବ୍ରହ୍ମାନନ୍ଦ ଓ ତାରାଦେବୀଙ୍କ ଆଖିର ତାରା ଥିଲେ ଟିକିନା। ସ୍କୁଲ୍‌କୁ ଯାଉଥିଲେ। ସ୍ବପ୍ନ ଦେଖୁଥିଲେ ଖୁବ୍‌ ପାଠ ପଢ଼ିବେ। ତେବେ ଘରର ପରିସ୍ଥିତି ଏତେ ଭଲ ନ ଥିଲା ଯେ, ସେ ପାଠ ପଢ଼ିପାରିବେ। ଟିକିନା ଟିକି ଝିଅ ହୋଇଥିଲେ ମଧ୍ୟ ଥିଲେ ବେଶ୍‌ ସମଝ୍‌ଦାର। ପାଠପଢ଼ାରେ ଡୋରି ବାନ୍ଧିଲେ। ସେ ବାପାଙ୍କୁ ଦେଖୁଥାନ୍ତି। ବାପା ସେମାନଙ୍କୁ ଭଲରେ ରଖିବା ପାଇଁ, ସେମାନଙ୍କୁ ଖାଇବାକୁ ଦବା ପାଇଁ ଦିନରାତି ପରିଶ୍ରମ କରୁଥାନ୍ତି। ଟିକିନା ଭାବୁଥାନ୍ତି, ସେ କିଛି ରୋଜଗାର କରିପାରନ୍ତେ କି? ବାପାଙ୍କ କାନ୍ଧରେ କାନ୍ଧ ମିଶେଇ ପାରନ୍ତେ କି? ନା, ସେମିତି କିଛି ହେଉ ନ ଥିଲା। ତା’ଛଡ଼ା ସେ କୁନି ପିଲାଟେ ଥିଲେ। କ’ଣ ବା କରିପାରିଥାନ୍ତେ?
ଏମିତି ଦିନ ବିତୁଥାଏ। ଗଁାକୁ ଆସିଲା ଜୟଦୁର୍ଗା ଅପେରା। ସେଇ ଅପେରାର ଜଣେ ସଦସ୍ୟ ଥାଆନ୍ତି ଅନିଲ ମିଶ୍ର। ଅନିଲ ଯେତେବେଳେ ଟିକିନାଙ୍କୁ ଦେଖିଲେ ସେତେବେଳେ ସେ ଜାଣିନେଲେ ଯେ, ଏଇ ଟିକି ଝିଅଟି ଭିତରେ ଭବିଷ୍ୟତର ଜଣେ ନାୟିକା ଲୁଚି ରହିଛି। ବାସ୍ତବରେ ସୁନା ଚିହ୍ନିପାରୁଥିବା ଜଣେ ବଣିଆ ଥିଲେ ଅନିଲବାବୁ। ସେ ବା କେମିତି ଟିକିନାଙ୍କ ଭିତରେ ଥିବା ଗୁଣକୁ ବାରି ପାରି ନ ଥାନ୍ତେ। ତାଙ୍କ ମା’ବାପାଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ ନେଇଆସିଲେ ଯାତ୍ରାକୁ। ମାତ୍ର ୧୨ବର୍ଷ ବୟସରେ ଜୟଦୁର୍ଗା ଅପେରାରେ ଯୋଗଦେଲେ ଟିକିନା। ପରେପରେ ଆସି ଯୋଗଦେଲେ ଓଡ଼ିଶା ଅପେରାରେ। ଓଡ଼ିଶା ଅପେରାରୁ ଆସିଲେ ଶିବାନୀ ଗଣନାଟ୍ୟ। ଶିବାନୀ ଗଣନାଟ୍ୟରେ ପ୍ରଥମେ ସେ ହାସ୍ୟ ଅଭିନେତ୍ରୀ ଭାବରେ ମଞ୍ଚକୁ ଆସିଲେ ଏବଂ ଲୋକମାନଙ୍କୁ ବେଦମ୍‌ ହସେଇଲେ। ସେତେବେଳକୁ ତାଙ୍କୁ ୧୫ବର୍ଷ। ଶିବାନୀରେ ସେତେବେଳେ ଖଳ ଚରିତ୍ରରେ ଅଭିନୟ କରୁଥାନ୍ତି ପ୍ରସିଦ୍ଧ ଖଳ ଅଭିନେତା ଶୁଭେନ୍ଦୁ। ଶୁଭେନ୍ଦୁଙ୍କୁ ହିଁ ସେ ଜୀବନ ସାଥୀ ଭାବରେ ଗ୍ରହଣ କଲେ। ଇତିମଧ୍ୟରେ ଅନେକ ଦିନ ଅତିକ୍ରାନ୍ତ ହୋଇଯାଇଛି। ଶଗଡ଼େଇଲୋ ଗଁାର ସେଇ ଟିକିଝିଅଟି ଆଜି ଓଡ଼ିଆ ଯାତ୍ରା ଜଗତରେ ଜଣେ ସ୍ବନାମଧନ୍ୟା ଅଭିନେତ୍ରୀ। ଏହି ସମୟ ମଧ୍ୟରେ ସେ କଳିଙ୍ଗ, ମା’ ତାରିଣୀ, ରଙ୍ଗମହଲ, ସ୍ବର୍ଣ୍ଣମହଲ ଆଦି ଅନୁଷ୍ଠାନରେ ଅଭିନୟ କରି ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ବିଶ୍ୱଦରବାରରେ। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ଫଗୁଣ ଦେଇଛି ପହିଲି ଚିଠି, ଶୂନ ଫୋଟକା, ବେତାଳ କଥା, ଭଲ ପାଇବାକୁ ଭୟ ଲାଗୁଛି, ଗୁପ୍ତ ସମ୍ପର୍କ, ଚଉଠି ରାତିର ଚଉଦ କଥା, ବରଷା ରାତିର ସାଥୀ ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?