ହାର ମାନିନାହାନ୍ତି କ୍ୟାନସର ପୀଡ଼ିତା ଦମ୍ପତି

କେନ୍ଦୁଝର, ୫ା୨ (ସ୍ବ.ପ୍ର.)-କେନ୍ଦୁଝର ସହରର ପବିତ୍ରଡିହା ସାହିରେ ରହୁଛନ୍ତି ଗୋପାଲ ଶର୍ମା(୬୪) ଙ୍କ ପରିବାର ା ବେଶ ଖୁସିରେ ତିନି ଝିଅ, ଜଣେ ପୁଅ ଓ ସ୍ତ୍ରୀ ସହିତ ଚଳିଆସୁଥିଲେ। ଗୋପାଳ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଏକ ଛୋଟ ମୋବାଇଲ ରିଚାର୍ଜ ଦୋକାନ ଖୋଲି ପରିବାର ଚଳାଇଆସୁଥିଲେ ା ପୁଅ ବିଣ୍ଟୁ ଶର୍ମା ବଡ ହେବା ପରେ ପରିବାରର ଖର୍ଚ୍ଚ ବଢିବାରୁ ଦୋକାନ ସହିତ ଏକ ଟ୍ୟାକସି କିଣି ନିଜେ ଚଳାଇ ପରିବାର ପ୍ରତିପୋଷଣ କରିଆସୁଥିଲେ। ତିନି ଝିଅଙ୍କ ବିବାହ କରିଛନ୍ତି। ହଠାତ ୨୦୧୫ ମସିହାରେ ଦାନ୍ତରେ ସଂକ୍ରମଣ ହେବାରୁ ପ୍ରଥମେ ରାଞ୍ଚି ଯାଇ ଚିକିତ୍ସିତ ହୋଇଥିଲେ ା ଦାନ୍ତ ଉଠାଇବାକୁ ପଡିଥିଲା। ତେବେ ଦାନ୍ତ କିଛି ଅଂଶ ମାଢିରେ ରହିଯାଇ ସଂକ୍ରମିତ ହେଲା ା ପ୍ରାୟ ୮ ମାସ ପରେ ବାଇଓପ୍ସି କରିବାରୁ କ୍ୟାନସର ହୋଇଥିବା ଜଣାପଡିଥିଲା। ତା’ପରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲକୁ ଯାଇ ଚିକିତ୍ସିତ ହୋଇଥିଲେ। ଡାକ୍ତର ତାଙ୍କର ଦାନ୍ତ ସହିତ ମୁହଁର ମାଢିକୁ ଅପରେସନ କରି ବାହାର କରିଦେଇଥିଲେ। ତେବେ ଏବେ ସାଧାରଣ ଲୋକଙ୍କ ଭଳି ଚଳପ୍ରଚଳ କରୁଛନ୍ତି ଏବଂ ସ୍କୁଟର ଚଲାଇ ବୁଲୁଛନ୍ତି। ଯାହା ହେବା କଥା ହେବ ା ଭୟ କାହିଁକି କରିବୁ। ଚଳିବା ପାଇଁ ପଇସା ଦରକାର। ଏଣୁ ନିଜର ଗାଡି ଚଳାଇ ପରିବାର ପାଇଁ ରୋଜଗାର କରୁଛି ବୋଲି ଗୋପାଳ କୁହନ୍ତି ା
ଛୋଟ ଦୋକାନ ଚଳାଇ ଓ ଗାଡି ଚଳାଇ ଯାହା କିଛି ସଞ୍ଚୟ କରିଥିଲେ ସେସବୁ ଶେଷ ହୋଇଯିବା ପରେ ଘରେ ଥିବା ସୁନାଗହଣା ବିକିବାକୁ ପଡିଥିଲା। ଦୁଇ ଥର ଅପରେସନ କରି ପାଖାପାଖି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ପରବର୍ତ୍ତୀ ସମୟରେ ଚିକିତ୍ସା ଜାରି ରହି ଖର୍ଚ୍ଚାନ୍ତ ହେବାକୁ ପଡିଥିଲା ା ଏବେ ଯଦିଓ ସୁସ୍ଥ ଅଛନ୍ତି ତେବେ ଆଉ ଥରେ ଯାଞ୍ଚ ପରେ କ୍ୟାନସର ସମ୍ପୂର୍ଣ ଭଲ ହୋଇଛି କି ନାହିଁ ଜଣାପଡିବ ବୋଲି କହିଛନ୍ତି ା ଏବେ ସୁସ୍ଥ ହୋଇଥିଲେ ହେଁ ଖର୍ଚ୍ଚ ଉଠାଇବା ପାଇଁ କଲ ମିଳିଲେ ନିଜେ ଟ୍ୟାକ୍ସି ଚଳାଇ ଯାଉଥିବା କହିଛନ୍ତି ଗୋପାଳ। କ୍ୟାନସର ହୋଇଛି ା କିଛି କହି ହେବ ନାହିଁ ବୋଲି ଡାକ୍ତର କହିଥିଲେ ା କିନ୍ତୁ ସେ ସେଥିରେ ସେତେ ଭୟଭୀତ ହୋଇ ନ ଥିଲେ ା କିନ୍ତୁ ଅର୍ଥାଭାବ ଯୋଗୁଁ ଚିନ୍ତାରେ ରହିଥିଲେ ବୋଲି କହିଛନ୍ତି। ତାଙ୍କ ସ୍ତ୍ରୀ କଲ୍ୟାଣୀ ଶର୍ମା ମଧ୍ୟ ଦୀର୍ଘ ୧୫ ବର୍ଷ ହେଲା ଜରାୟୁ କ୍ୟାନସର ହୋଇ ଚିକିତ୍ସାଧୀନ ଅଛନ୍ତି ା ଏଣୁ କ୍ୟାନସର ପ୍ରତି ଆଉ ସେଭଳି ଭୟ ନାହିଁ ବୋଲି ସେ କୁହନ୍ତି ା ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ମଧ୍ୟ ସେ ୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି ା ତାଙ୍କ ମା’ଙ୍କର ମଧ୍ୟ କ୍ୟାନସର ହୋଇଥିଲା। ଏଣୁ ସେ ମଧ୍ୟ କେବେ ସେଭଳି ଭୟଭୀତ ହୋଇ ନ ଥିଲେ ବୋଲି ଗୋପାଳ କହିଛନ୍ତି ା ଯେତେବେଳେ ଯାହା ହେବ ଦେଖାଯିବ କିନ୍ତୁ ମନରେ ଦୃଢତାକୁ ଦେଖିଲେ କ୍ୟାନସର ତାଙ୍କ ଆଗରେ ହାର ମାନିଥିବା ମନେ ହୁଏ ବୋଲି କହିଛନ୍ତି ା ସେ ପାନ ଖାଆନ୍ତି କିନ୍ତୁ ଗୁଟ୍‌ଖା ଖାଆନ୍ତି ନାହିଁ। ତେବେ ଏଭଳି କିପରି ହେଲା ସେ ମଧ୍ୟ ବୁଝିପାରୁନାହାନ୍ତି। ଦାନ୍ତରେ ସଂକ୍ରମଣ କାରଣରୁ ହୋଇଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri