Posted inଖେଳ

ହାମିଲଟନଙ୍କୁ ରେକର୍ଡ ଟାଇଟଲ

ସିଲ୍‌ଭରଷ୍ଟୋନ୍‌, ୧୫ା୭-ମର୍ସିଡିଜର ଲୁଇସ୍‌ ହାମିଲଟନ ରେକର୍ଡ ୬ଷ୍ଠ ଥର ବ୍ରିଟିଶ ଫର୍ମୁଲଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ଏଠାରେ ଜିମ୍‌ କ୍ଲାର୍କ ଏବଂ ଆଲେନ୍‌ ପ୍ରୋଷ୍ଟ୍‌ସ ୫ଥର ଲେଖାଏଁ ବିଜୟ ହାସଲ କରି ରେକର୍ଡର ଅଧିକାରୀ ଥିଲେ। ରବିବାର ରେସ୍‌ରେ ବିଶ୍ୱଚାମ୍ପିୟନ ଡ୍ରାଇଭର ହାମିଲଟନ ଏକ ସେଫ୍ଟି କାର୍‌ର ଫାଇଦା ଉଠାଇ ଟିମ୍‌ମେଟ୍‌ ଭାଲ୍‌ଟେରୀ ବୋଟାସଙ୍କୁ ଅତିକ୍ରମ କରିବାରେ ସଫଳ ହୋଇଥିଲେ। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ୧୦ରାଉଣ୍ଡ ରେସ୍‌ରେ ହାମିଲଟନଙ୍କ ଏହା ହେଉଛି ୭ମ ବିଜୟ। ଫଳରେ ବ୍ରିଟେନ ଡ୍ରାଇଭର ୬ଷ୍ଠ ବିଶ୍ୱ ଟାଇଟଲ ନିକଟତର ହୋଇଛନ୍ତି। ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ସେ ତଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବୋଟାସଙ୍କଠାରୁ ୩୯ ପଏଣ୍ଟ ବ୍ୟବଧାନରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ନିଜ ସ୍ଥିତିକୁ ସୁଦୃଢ କରିପାରିଛନ୍ତି। ହାମିଲଟନଙ୍କ କ୍ୟାରିୟରର ଏହା ହେଉଛି ମୋଟ ୮୦ତମ ଟାଇଟଲ। ରବିବାର ରେସ୍‌ରେ ରେଡ୍‌ବୁଲ୍‌ର ପିଏରେ ଗାସ୍‌ଲି ଏବଂ ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ପଛରେ ପକାଇ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ତୃତୀୟ ହୋଇଥିଲେ। ଟପ୍‌ ଟେନ୍‌ରେ ସ୍ଥାନ ପାଇଥିବା ଅନ୍ୟମାନେ ଯଥାକ୍ରମେ ହେଲେ କାର୍ଲୋସ ସେଞ୍ଜ ଜୁନିୟର(ମ୍ୟାକଲରେନ), ଡାନିଏଲ ରିକାର୍ଡୋ(ରେନଲ୍ଟ), କିମି ରାଇକୋନେନ (ଆଲ୍‌ଫା ରୋମିଓ), ଡାନିଲ୍‌ କ୍ୟାତ୍‌(ଟୋରୋ ରୋସୋ) ଏବଂ ନିକୋ ହକେନବର୍ଗ (ରେନଲ୍ଟ)। ରୋମାଞ୍ଚଭରା ବ୍ରିଟିଶ ଗ୍ରାଁ ପ୍ରିରେ ମାକ୍ସ ଭର୍ଷ୍ଟାପେନ୍‌ ଏବଂ ସେବାଷ୍ଟିଆନ ଭେଟେଲଙ୍କ ମଧ୍ୟରେ ଧକ୍କା ସବୁଠାରୁ ଉଲ୍ଲେଖନୀୟ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri