ହସ୍ତଶିଳ୍ପ ବିକାଶ ପାଇଁ ହେବ ୧୦ ବର୍ଷିଆ ଯୋଜନା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରାଜ୍ୟର ହସ୍ତଶିଳ୍ପ ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର। ଏଥିପାଇଁ ପ୍ରସ୍ତୁତ ହେବ ୧୦ ବର୍ଷିଆ ପ୍ଲାନ୍‌ ଡକ୍ୟୁମେଣ୍ଟ। ହସ୍ତଶିଳ୍ପୀଙ୍କୁ ଚିହ୍ନଟ ସହିତ ସେମାନଙ୍କ ଶିଳ୍ପର ବ୍ରାଣ୍ଡିଂ ଓ ମାର୍କେଟିଂ କରାଯିବ। ଅତ୍ୟାଧୁନିକ ଡିଜାଇନ୍‌ ଓ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଉଚ୍ଚସ୍ତରୀୟ ମାନ୍ୟତାପ୍ରାପ୍ତ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହାସହ ବଜାର ଚାହିଦା ଅନୁଯାୟୀ ଡିଜାଇନ ବିକାଶ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାରିଗରଙ୍କ ପାଇଁ ‘ହାଉସିଂ କମ୍‌ ୱାର୍କଶପ୍‌ କମ୍‌ ଶୋରୁମ୍‌ ସ୍କିମ୍‌’ କରାଯିବା ଉପରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଗୁରୁତ୍ୱ ଦେବ ବୋଲି ବିଭାଗୀୟ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି।
ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପଥର ଖୋଦେଇ, କାଠ ଖୋଦେଇ ଓ ଚାନ୍ଦୁଆ ଶିଳ୍ପ ଉପରେ ବୁଧବାର ଭୁବନେଶ୍ୱର ଜିଲା ଶିଳ୍ପକେନ୍ଦ୍ର ସମ୍ମିଳନୀ କକ୍ଷରେ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଚିବ ଶର୍ମା ହସ୍ପଶିଳ୍ପୀଙ୍କ ବିକାଶ ଉପରେ ଆଲୋକପାତ କରିଥିଲେ। ୨୧ ଜିଲାରୁ ୧୩୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ଓ କାରିଗର ଉପସ୍ଥିତ ରହି କଞ୍ଚାମାଲର ଉପଲବ୍ଧି, ତାଲିମ ପଦ୍ଧତି, ବିକ୍ରିବଟା, ଆର୍ଥିକ ସହାୟତା, ସାମାଜିକ ନିରାପତ୍ତା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପିପିଲିରେ ଚାନ୍ଦୁଆ ଶିଳ୍ପୀଙ୍କ ପାଇଁ ଥିବା ଉତ୍କଳିକାର ‘କଞ୍ଚାମାଲ ବ୍ୟାଙ୍କ୍‌’ ଢାଞ୍ଚାରେ ରାଜ୍ୟର ଅନ୍ୟ ଜିଲାରେ ଭିନ୍ନ ଭିନ୍ନ ହସ୍ତଶିଳ୍ପ ପାଇଁ କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଶିଳ୍ପୀମାନେ ଦାବି କରିଥିଲେ। ଏହାବ୍ୟତୀତ ଜିଲା ସଦର ମହକୁମାରେ ନିର୍ମିତ ହେଉଥିବା ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟରୁ କିଛି ଦୋକାନ ଘର ହସ୍ତଶିଳ୍ପ ପାଇଁ ସଂରକ୍ଷଣ କରାଗଲେ ତାହା ହସ୍ତଶିଳ୍ପ ସାମଗ୍ରୀର ବିକ୍ରିବଟାରେ ସହାୟକ ହେବ ବୋଲି ସେମାନେ କହିଥିଲେ। ସେହିଭଳି ପୁରୀ ପିପିଲି, ଖୋର୍ଦ୍ଧା ବନମାଳୀପୁର, ବୌଦ୍ଧ ଜିଲାର ବଟୁପଲ୍ଲୀ, ବଲାଙ୍ଗୀରର ରାଣୀପୁର ଓ ଝରିଆଲଠାରେ ପ୍ରାୟ ୧୧ ହଜାର ଚାନ୍ଦୁଆ ଶିଳ୍ପୀ ରହିଛନ୍ତି। ତେଣୁ ପିପିଲିରେ ଥିବା ଚାନ୍ଦୁଆ କଞ୍ଚାମାଲ ବ୍ୟାଙ୍କର ସମ୍ପ୍ରସାରଣ ସହ ଅନ୍ୟ ଜିଲାରେ ଏହା ପ୍ରତିଷ୍ଠା କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। କଟକ ଜିଲାର ଲଳିତଗିରି, ଯାଜପୁରର ସୁଖୁଆପଡ଼ା, ମୟୂରଭଞ୍ଜର ଖିଚିଙ୍ଗ ଏବଂ ପୁରୀ ଜିଲାର ପୁରୀ ଓ କୋଣାର୍କ, କେନ୍ଦୁଝରର ଧାକୋଟା, ଖୋର୍ଦ୍ଧାର ଭୁବନେଶ୍ୱର ଏବଂ ବାଲେଶ୍ୱର ଜିଲାର ବଉଳାଗଡ଼ିଆଠାରେ ପ୍ରାୟ ୭ ହଜାର ପଥର ଖୋଦେଇ ଶିଳ୍ପୀ ରହିଛନ୍ତି। ସେମାନଙ୍କ ପାଇଁ କଞ୍ଚାମାଲ ଅଭାବ ଏବେ ସବୁଠାରୁ ବଡ଼ ସମସ୍ୟା ହୋଇଥିବାରୁ ସରକାରଙ୍କ ଦ୍ୱାରା ଅଧିକୃତ କଞ୍ଚାମାଲର ସୁବ୍ୟବସ୍ଥା କରିବାକୁ ପଥର ଖୋଦେଇ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ପଦ୍ମଶ୍ରୀ ପ୍ରଭାକର ମହାରାଣା, ଶିଳ୍ପୀ ଉଦୟ ମହାନ୍ତି ପ୍ରମୁଖ ଦାବି କରିଥିଲେ। ଅନ୍ୟପକ୍ଷରେ ଭୁବନେଶ୍ୱର, ପୁରୀ ସହର, ନୟାଗଡ଼ ଜିଲାର ଖଣ୍ଡପଡ଼ା, କଳାହାଣ୍ଡିର ଖଇରପଦର ଓ ଭଦ୍ରକର ବେତାଳି ଗାଁରେ ପ୍ରାୟ ୫ ହଜାର କାଠ ଖୋଦେଇ ଶିଳ୍ପୀ ରହିଥିବାବେଳେ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ମତ ପ୍ରକାଶ ପାଇଥିଲା।
କର୍ମଶାଳାର ଉଦ୍‌ଘାଟନୀ ଅଧିବେଶନରେ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ସ୍ବାଗତ ଭାଷଣ ଦେଇଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା, ଉତ୍କଳିକା ଏମ୍‌ଡି ଅନୁଜ ଦାସପଟ୍ଟନାୟକ, ସ୍ପେଶାଲ ଅଫିସର ସନାତନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?