ହଳଦୀ ଚାଷ ଦେଇଛି ରୋଜଗାର

ନବରଙ୍ଗପୁର,୧୭।୧୦(ବି.ପ୍ର.)- ନବରଙ୍ଗପୁର ଏକ କୃଷି ପ୍ରାଧାନ୍ୟ ଜିଲା। ଏହି ଜିଲାରେ କୃଷି କାର୍ଯ୍ୟ କରି ୮୫ପ୍ରତିଶତ ଲୋକ ଜୀବିକା ନିର୍ବାହ କରନ୍ତି। ତେବେ ଅଧିକାଂଶ ଚାଷୀ ଏଠାରେ ଆଖୁ ଓ ମକା ଚାଷ କରିଥାନ୍ତି। ଆଉ କେତେକ ଚାଷୀ ୟୁକାଲ ପଟାସ ଗଛ ଲଗାଉଛନ୍ତି। ଯାହାଦ୍ୱାରା ଚାଷ ଜମିର ଉର୍ବରତା ନଷ୍ଟ ହେଉଛି। ତେବେ ଆଖୁ ଓ ମକା ଚାଷ ସହ ନବରଙ୍ଗପୁର ଜିଲାର ପାଣିପାଗକୁ ହଳଦୀ ଚାଷ ମଧ୍ୟ ସୁହାଇଥାଏ। ଯାହା ପ୍ରମାଣ କରି ଦେଖାଇଛନ୍ତି ଚାଷୀ କୃଷ୍ଣ ଚନ୍ଦ୍ର ନାୟକ। ହଳଦୀ ଚାଷ କରି ସେ ରୋଜଗାରକ୍ଷମ ହୋଇପାରିଛନ୍ତି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଛକ ଡେଙ୍ଗାଗୁଡା ରାସ୍ତା ନିକଟରେ କୃଷ୍ଣ ଚନ୍ଦ୍ର ଚଳିତ ବର୍ଷ ଏକ ଏକର ହଳଦୀ ଚାଷ କରିଛନ୍ତିି। ଜୈବିକ ସାର ପ୍ରୟୋଗ କରି ଏହି ହଳଦୀ ଚାଷ କରିଛନ୍ତି। ୪୦ କିଲୋ କେସରୀ କିସମର ହଳଦୀ ଜୁନ ମାସରେ ଲଗାଇଥିଲେ। ଲକ୍ଷ୍ନୌର ନ୍ୟାସନାଲ ବଟାନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମାଗଣା ବିହନ ଯୋଗାଇ ଦିଆଯାଇଥିଲା। ଡିସେମ୍ବର ମାସରେ ଏହା ଅମଳ ହେବ। ପ୍ରାୟ ୬ କ୍ୱିଣ୍ଟାଲ ହଳଦୀ ଉପତ୍ାଦନ ହେବାର ଆଶା ରହିଥିବା କୃଷ୍ଣ ଚନ୍ଦ୍ର କହିଛନ୍ତିି। ଏନେଇ ଜିଲାପାଳ ଅଜିତ କୁମାର ମିଶ୍ର ଓ କୃଷି ଅଧିକାରୀଙ୍କୁ ଶ୍ରେୟ ଜଣାଇଛନ୍ତିି। ଏହି ଚାଷ ପାଇଁ ପ୍ରଶାସନ ପକ୍ଷରୁ ଅନେକ ପରାମର୍ଶ ଓ ସାହାଯ୍ୟ ମଧ୍ୟ ମିଳିଛି ା ପ୍ରତ୍ୟେକ ଚାଷୀ ଏହି ଭଳି ଅର୍ଥକାରୀ ଫସଲ ହଳଦୀ ଚାଷ କରନ୍ତି ତେବେ ସେମାନଙ୍କ ମଧ୍ୟ ଆର୍ଥୀକ ଉନ୍ନତି ଘଟିବ ବୋଲି ସେ କହିଛନ୍ତି। ଗତ ବର୍ଷ ୫ ଡିସିମିଲରେ ହଳଦୀ ଚାଷ କରି ୮ ହଜାର ଟଙ୍କା ରୋଜଗାର ହୋଇଥିଲା। ଚଳିତ ବର୍ଷ ଏହାକୁ ଏକ ଏକରକୁ ବୃଦ୍ଧି କରିଛନ୍ତି କ୍ରିଷ୍ଣା ଚନ୍ଦ୍ର। ଚଳିତ ବର୍ଷ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ ବୋଲି ଆଶା ରଖିଛନ୍ତି। ନବରଙ୍ଗପୁର ଜିଲାରେ ଅର୍ଥକାରୀ ଫସଲ ଭାବେ ମକା ଓ ଆଖୁ ଫସଲ ହୋଇ ଆସୁଛି। ଅନେକ ଚାଷୀ ନିଜର ଜମିକୁ ୟୁକାଲ ପଟାସ ଲଗାଇ ଆସୁଛନ୍ତିି। ଏହା ଦ୍ୱାରା ଜମିର ଉର୍ବରତା କମି ଯାଉଛି ା ପଡିଆ ଜମି ବା ଡଙ୍ଗର ଜମିକୁ ଅର୍ଥକାରୀ ଫସଲ ପାଇଁ ଉପଯୋଗ କରିବେ ଓ ଜୈବିକ ସାର ପ୍ରୟୋଗ କରିବେ ତେବେ ଜମିର ଉର୍ବରତା ରହିବା ସହ ଫସଲ ମଧ୍ୟ ଠିକ ରହିବ।କେସରୀ କିସମ ହଳଦୀର ରଙ୍ଗ ଅଧିକ ା ଏହି ହଳଦୀ ଓ ପତ୍ରରେ ଔଷଧିୟ ଗୁଣ ଅଧିକ ରହିଛି। ବିଭିନ୍ନ ରୋଗର ଉପସମ ପାଇଁ ହଳଦୀ ପତ୍ରରୁ ବାହାରୁଥିବା ତେଲ ବ୍ୟବହାର କରାଯାଉଛି ା ହଳଦୀ ଚାଷ ପାଇଁ ନବରଙ୍ଗପୁର ଜିଲାର ପାଣିପାଗ ମଧ୍ୟ ଠିକ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri