ହକ୍‌ଦାର ହିତାଧିକାରୀ ଗୁହାଲ ଯୋଜନାରୁ ବଁଚିତ: କାର୍ଯ୍ୟାଦେଶ ଲାଗି ୨୦ ହଜାର ଟଁକା ଲଁ।ଚ୍‌ ଅଭିଯୋଗ

ବେଲପଡ଼ା ୨୫।୪(ଡି.ଏନ.ଏ.):  ଗୃହପାଲିତ ପଶୁ ପାଲନ କରି ଗରିବ୍‌ ହିତାଧିକାରୀମାନେ କେନ୍‌ଥେଇ ଦୁଇପଏସା ରୁଜଗାର କରି ନିଜର ଗୁଡ଼େ ଠିଆ ହେବେ ସରକାର ସେଥିରଲାଗି ଗାଈ ଗୁହାଲ ଯୋଜନା କରିଛନ୍‌। ହେଲେ ଗାଁଗଁଲିରେ ରହୁଥିବାର ଅନେକ୍‌ ହକ୍‌ଦାର ହିତାଧିକାରୀ ଯୋଜନାରୁ ବଁଚିତ ହେଉଥିଲାବେଲେ ଅନେକ କୁଜିନେତା, ଥିଲାବାଲା ବିଭାଗୀୟ ଅଧ୍‌କାରୀମାନକୁ ଲଁାଚ୍‌ଖୁଁଚ୍‌ ଦେଇ ଯୋଜନା ହାତଉଥିବାର ଅଭିଯୋଗ ହେଉଛେ।  ଯେନ୍‌ଥିରଲାଗି ସରକାରକଁର ଇ ମହତ୍‌ ଉଦେଶ ବାଟବନା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ପର୍ଲିମାଲ ପଁଚେତ୍‌ ପର୍ଲିମାଲ ଗାଁରେ। ଇ ଗାଁର ପରମାନନ୍ଦ ପୋଢ଼ ଗାଈ ଗୁହାଲ ଲାଗି ପଁଚେତ୍‌ କତୁରପକ୍ଷକୁଁ ଜନେଇ ନିରାଶ ହେଲା ଉତାରୁ ଗଲା ୨୨ ତାରିଖ ବେଲପଡ଼ା ବିଡିଓ ଆର ତହସିଲଦାରକୁଁ ଗୁହାରି କରବାକେ ଆସିଥିଲେ। ହେଲେ କେହେନ୍‌ସି କାରନ୍‌ରୁ ଅଧ୍‌କାରୀମାନକର ଭେଟ ନାଇଁପାଇ କରି ଘଟନା ବାବ୍‌ଦେ ଥାନୀୟ ଧରିତ୍ରୀ ପରତିନିଧିକୁଁ ଜନେଇଥିଲେ।

ପରମାନନ୍ଦକଁର ଅଭିଯୋଗ ହିସାବେ, ଗଲା ବଛ୍‌ରେ ହେଲା ସରକାରୀ ଯୋଜନାରେ ଗାଈ ଗୁହାଲ ଲାଗି ପର୍ଲିମାଲ ପଁଚେତ୍‌ରେ ଆବେଦନ କରିଛନ୍‌। ସେ ଇ ବାବ୍‌ଦେ ସରପଁଚ୍‌ ଆର ପଁଚେତ୍‌ ନିର୍ବାହୀ ଅଧ୍‌କାରୀକୁଁ ବାରବାର ଗୁହାରି କରି ନିରାଶ ହେଇଛନ୍‌। ଏନ୍‌ତା କି ଝନେ ଅଧ୍‌କାରୀକୁଁ ଗୁହାଲ ଲାଗି ୨୦ ହଜାର ଟଁକା ଲଁ।ଚ୍‌ ଦେବାକେ ପଡ଼ବା ବଲି ଜାନ୍‌ଲା ଉତାରୁ ସେ ଭାଂଗି ପଡ଼ିଛନ୍‌। ପରମାନନ୍ଦ ବ୍ଲକର ଭିନେ ଭିନେ ଅଧ୍‌କାରୀକୁଁ ଭେଟି ଗୁହାଲ ଲାଗି କାର୍ଯ୍ୟାଦେଶ ଦେବାକେ ଗୁହାରି କରିଥିଲେ। ହେଲେ ଅଧ୍‌କାରୀମାନେ ସରପଁଚ୍‌ ଆର ନିର୍ବାହୀ ଅଧ୍‌କାରୀକୁଁ ଘଟନା ବାବ୍‌ଦେ କହିଥିବାର କହି ତାହାକୁ ପରତିଶୁରତି ଦେଇଥିଲେ। ହେଲେ ଅଧ୍‌କାରୀମାନେ ଦେଇଥିବାର ପରତିଶୁରତି ଆଏଜ୍‌ତକ୍‌ ପୂରନ୍‌ ନାଇଁ ହେଇପାରି। ପରମାନନ୍ଦକଁର ୩୦ଟା ଦେଶୀ ଗାଈ ଅଛନ୍‌। ସେ ୧୦ ଲିଟରରୁ ଅଧ୍‌କା କ୍ଷୀର ପାଉଛନ୍‌। ଗାଈକୁ ଗୁହାଲଟା ସାନ୍‌ ପଡ଼ୁଥିଲାବେଲେ ଅଧା ଭାଂଗିରୁଜି ଯାଇଛେ। ଗଲା ୨ ବଛର ହେଲା ଟଁକା ପଏସା ଅଭାବୁ ସେ ଗୁହାଲଟା ବି ସାଜି ନାଇଁପାରବାର। ଯେନ୍‌ଥିରଲାଗି ସେ ଗାଈଗୋରୁକର ଦେଖ୍‌ଭାଲ, ଯତନ୍‌ ବି ଠିକ୍‌ ହିସାବେ କରି ନାଇଁ ପାରୁଥିବାର କହିଛନ୍‌। ଇଆଡ଼େ ଯେନ୍‌ମାନକର ଗାଈଗୋରୁ, ଛେଲମେଢ଼ି ନାଁଇଁନ ସେମାନେ ଇ ଯୋଜନାରେ ସାମିଲ ହେଉଥିବାର ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ପର୍ଲିମାଲ ପଁଚେତ୍‌ ନିର୍ବାହୀ ଅଧ୍‌କାରୀକୁଁ ମତାମତ ଲାଗି ଯୋଗାଯୋଗ କରାଯାଇଥିଲେ ବି ମତାମତ ନାଇଁ ମିଲିପାରି। ସେନ୍‌ତା ପର୍ଲିମାଲ ସରପଁଚ୍‌ ସୁଷମା ବେହେରାକୁଁ ପଚରାଲାରୁ ପରମାନନ୍ଦ ଗୁହାଲ ଲାଗି ଆବେଦନ କରିଛନ୍‌। ହେଲେ ତାକର ଆଗରୁ ବହୁତ ହିତାଧିକାରୀ ଆବେଦନ କରିଛନ୍‌। ହକ୍‌ଦାର ହିତାଧିକାରୀକୁଁ ଯୋଜନାରେ ସାମିଲ କରାଯାଉଛେ। ପଁଚେତ୍‌ରେ କେହି ଗୁହାଲ ଲାଗି ଟଁକା ଦାବି ନାଇଁକରବାର। ଇ ଅଭିଯୋଗଟା ପୂରାପୂରି ମିଛ୍‌ ଆଏ। ବହୁତ୍‌ ଜଲଦି ତାହାକୁ କାର୍ଯ୍ୟାଦେଶ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri