Categories: ଖେଳ

ହଂକଂ ଓପନ ବାତିଲ

ହଂକଂ,୧୩।୯(ଏଏଫ୍‌ପି) : ହଂକଂର ଅନ୍ୟତମ ସମ୍ମାନଜନକ କ୍ରୀଡ଼ା ଭିତ୍ତିକ ଇଭେଣ୍ଟ ସହରରେ ଚାଲିଥିବା ବଡ଼ ଧରଣର ବିକ୍ଷୋଭର ଶିକାର ହୋଇଛି। ପୂର୍ବରୁ ସମାନ କାରଣ ଯୋଗୁ ବହୁ ଇଭେଣ୍ଟ ବାତିଲ ହୋଇସାରିଛି। ଡବ୍ଲ୍ୟୁଟିଏ ହଂକଂ ଓପନ ମହିଳା ଟେନିସ ଟୁର୍ନାମେଣ୍ଟର ଆୟୋଜକମାନେ କହିଛନ୍ତି, ଆସନ୍ତା ମାସ ହେବାକୁ ଥିବା ଇଭେଣ୍ଟକୁ ବାତିଲ କରାଯାଉଛି। ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ସମୟରେ ଇଭେଣ୍ଟ ଆୟୋଜନ କରାଯାଇପାରେ ବୋଲି ହଂକଂ ଟେନିସ ଆସୋସିଏଶନ ପକ୍ଷରୁ କୁହାଯାଇଛି। ଉଲ୍ଲେଖଥାଉ କି, ନୂଆ ପ୍ରତ୍ୟର୍ପଣ ବିଲ୍‌କୁ ନେଇ ସହରରେ ବିବାଦ ଦେଖାଦେଇଛି। ଗତ ୩ ମାସ ଧରି ବହୁ ସଂଖ୍ୟାର ଲୋକେ ବିକ୍ଷୋଭରେ ସାମିଲ ହେଉଛନ୍ତି। ବେଳେବେଳେ ରାସ୍ତାରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ମଧ୍ୟ ହେଉଥିବା ଖବର ଆସୁଛି। ଏହି କାରଣରୁ ନିକଟରେ ଲୋକପ୍ରିୟ ଆମେରିକୀୟ ବ୍ୟାଣ୍ଡ ଜିଓଟି ୭ ଓ କେ-ପପ୍‌ ଭଳି ଶୋ ବାତିଲ ହୋଇସାରିଛି।

Share