ସ୍ମୃତିରେ ନନ୍ଦିନୀ

ନନ୍ଦିନୀ ଶତପଥୀ, କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କର ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ ବାସ୍ତବ ରୂପ ଦେବା ଲାଗି ସେ ଚଳାଇଥିଲେ ଆପ୍ରାଣ ଉଦ୍ୟମ, ଯାହାର ସୁଫଳ ଆଜି ପାଉଛନ୍ତି ରାଜ୍ୟବାସୀ। ରାଜନୀତି ଭଳି ଓଡ଼ିଆ ଭାଷାରେ ଭାରତୀୟ ସାହିତ୍ୟକୁ ସେ କରିଯାଇଛନ୍ତି ସମୃଦ୍ଧ । ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ‘ଓଡ଼ିଶା ସାହିତ୍ୟ ଏକାଡେମୀ’, ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ଓ ‘ସାହିତ୍ୟ ଭାରତୀ’ ସମ୍ମାନରେ ସେ ସମ୍ମାନିତା।

ସଂକ୍ଷେପରେ…

୧୯୩୧(ଜନ୍ମ ): ଜୁନ୍‌ ୯, ଖ୍ରୀଷ୍ଟିଆନ ସାହି, ଯାଚକ ଲେନ୍‌, ବକ୍ସିବଜାର, କଟକ।
୧୯୪୨: ୧୧ବର୍ଷ ବୟସରେ ‘ଭାରତଛାଡ଼’ ଆନ୍ଦୋଳନରେ ଯୋଗଦାନ।
୧୯୫୧: ଦରମା ବୃଦ୍ଧି ବିରୋଧରେ ବିଶାଳ ଛାତ୍ର ଆନ୍ଦୋଳନର ନେତୃତ୍ୱ, ପୋଲିସ ଲାଠିମାଡ଼ର ଶିକାର ଓ ଜେଲବରଣ।
୧୯୫୫: ମହିଳା ବନ୍ୟା ରିଲିଫ ସଂଘର ସମ୍ପାଦିକା ନିଯୁକ୍ତ। ଦଳେଇଘାଇ ବିପନ୍ନଙ୍କୁ ରିଲିଫ ବଣ୍ଟନ।
୧୯୫୭ : ସାମୟିକ ‘ଧରିତ୍ରୀ’ ପତ୍ରିକା ପ୍ରକାଶନ। (୧୯୭୪ ନଭେମ୍ବର ୨୪ରେ ଏହା ଦୈନିକରେ ରୂପାନ୍ତରିତ)
୧୯୫୮: ସର୍ବୋଦୟ ଆନ୍ଦୋଳନରେ ଯୋଗଦାନ।
୧୯୬୨: ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ କଂଗ୍ରେସରୁ ରାଜ୍ୟ ସଭାକୁ ନିର୍ବାଚିତ।
୧୯୬୬-୬୮: ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ତଥ୍ୟ ଓ ବେତାର ବିଭାଗର ଉପମନ୍ତ୍ରୀ।
୧୯୬୮ ଓ ୧୯୭୧: ଭାରତର ସାଂସ୍କୃତିକ ପ୍ରତିନିଧି ଦଳର ନେତୃତ୍ୱ ନେଇ ସୋଭିଏଟ୍‌ ଗସ୍ତ ଓ ଭାରତ – ସୋଭିଏଟ୍‌ ବନ୍ଧୁତ୍ୱର ଭିତ୍ତି ସ୍ଥାପନ।
୧୯୭୨: ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ (ଜୁନ୍‌ ୧୪)।
୧୯୭୨: କଟକରୁ ବିଧାୟିକା ଭାବେ ୫ମ ବିଧାନସଭାକୁ ନିର୍ବାଚିତ।
୧୯୭୨: କଟକରେ ‘ଆକାଶବାଣୀ ଭବନ’ ନିର୍ମାଣ।
୧୯୭୩: ‘କେନ୍ଦୁପତ୍ର ଜାତୀୟକରଣ’ ନିଷ୍ପତ୍ତି।
୧୯୭୪: ‘ଯୌତୁକ ନିରୋଧ ଆଇନ’ ଓ ‘ଓଡ଼ିଶା ଭାଗଚାଷୀ ଆଇନ’ ପ୍ରଣୟନ।
୧୯୮୯: ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ମଣ୍ଡନ।
୨୦୦୬: ଅଗଷ୍ଟ ୪ରେ ଇହଲୀଳା ସମ୍ବରଣ।