Posted inଖେଳ

ସ୍ମିଥ୍‌ଙ୍କ ଦ୍ୱିଶତକ

ମାଞ୍ଚେଷ୍ଟର, ୬ା୯ (ଏଏଫ୍‌ପି)-ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଇଂଲଣ୍ଡ ବିପକ୍ଷ ଚଳିତ ଆଶେସ ସିରିଜରେ ତାଙ୍କ ପ୍ରଭାବୀ ବ୍ୟାଟିଂ ଜାରି ରଖିଛନ୍ତି। ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ସ୍ମିଥଙ୍କ ଦ୍ୱିଶତକ ସହାୟତାରେ ଅଷ୍ଟ୍ରେଲିଆ ୮ ଉଇକେଟ ବିନିମୟରେ ୪୯୭ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଛି। ସ୍ମିଥ୍‌ ୨୧୧ ରନ କରି ଜୋ ରୁଟ୍‌ଙ୍କ ବଲ୍‌ରେ ଜୋ ଡେନ୍‌ଲିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ନସ ଲବୁସ୍କେନ ୬୭, ଉଇକେଟକିପର ଅଧିନାୟକ ଟିମ୍‌ ପେନ୍‌ ୫୮ ରନ କରିଥିବାବେଳେ ମିଚେଲ ଷ୍ଟାର୍କ ୫୪ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ୩ ଉଇକେଟ ନେଇଥିବାବେଳେ ଜ୍ୟାକ୍‌ ଲିଚ୍‌ ଓ କ୍ରେଗ୍‌ ଓଭରଟନ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଘରୋଇ ଦଳ ୧ ଉଇକେଟ ବିନିମୟରେ ୨୩ ରନ କରିଛି।
ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ସ୍ମିଥ୍‌ଙ୍କୁ କଟ୍‌ ଆଣ୍ଡ୍‌ ବୋଲ୍ଡର ଏକ ସୁଯୋଗ ପାଇ ହାତଛଡ଼ା କରିଥିଲେ। ସେ ସଫଳ ହୋଇଥିଲେ ହୁଏତ ମ୍ୟାଚର ସ୍ଥିତି ଭିନ୍ନ ହୋଇଥାନ୍ତା। ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ର଼୍ୟାଙ୍କିଙ୍ଗ ବ୍ୟାଟ୍ସମ୍ୟାନ ସେତେବେଳେ ୬୫ ରନ କରି ଖେଳୁଥିଲେ। ଲଡର୍‌ସ ଟେଷ୍ଟରେ ଆର୍ଚରଙ୍କ ବାଉନ୍ସରରେ ଆଘାତପ୍ରାପ୍ତ ସ୍ମିଥ୍‌ ତୃତୀୟ ଟେଷ୍ଟ ଖେଳିବାରୁ ବଞ୍ଚତ୍ତ ହୋଇଥିଲେ। ସ୍ମିଥ୍‌ ଏଠାରେ ତାଙ୍କ କ୍ୟାରିୟରର ତୃତୀୟ ଦ୍ୱିଶତକ ହାସଲ କରିଛନ୍ତି। କୌତୂହଳର ବିଷୟ ଏହି ସମସ୍ତ ଦ୍ୱିଶତକ ସେ ଇଂଲଣ୍ଡ ବିପକ୍ଷରେ ହାସଲ କରିଛନ୍ତି।
ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗରେ ୧୨ ମାସ ବାସନ୍ଦ ଦଣ୍ଡ ଭୋଗି ସାରିବା ପରେ ଏଜବାଷ୍ଟନଠାରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ଦୁଇଟି ଇନିଂସରେ ଯଥାକ୍ରମେ ୧୪୪ ଏବଂ ୧୪୨ ରନ କରିଥିଲେ। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ୨୫୧ ରନରେ ବିଜୟ ଲାଭ କରିଥିଲା। ଗୁରୁବାର ବର୍ଷାରେ ବାଧାପ୍ରାପ୍ତ ପ୍ରଥମ ଦିବସ ଖେଳର ଅସମାପ୍ତ ସ୍କୋର ୧୭୦/୩ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରିଥିଲା। ସ୍ମିଥ୍‌ ଅପରାଜିତ ୬୦ ରନ ସ୍କୋରରୁ ବ୍ୟାଟିଂ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୯୭/୮, ଘୋଷଣା (ଷ୍ଟିଭ ସ୍ମିଥ୍‌-୨୧୧, ମାର୍ନସ ଲବୁସ୍କେନ୍‌-୬୭, ଟିମ୍‌ ପେନ୍‌-୫୮, ମିଚେଲ ଷ୍ଟାର୍କ-୫୪*, ଷ୍ଟୁଆର୍ଟ ବ୍ରଡ୍‌-୩/୯୭, ଜ୍ୟାକ୍‌ ଲିଚ୍‌-୨/୮୩, କ୍ରେଗ୍‌ ଓଭରଟନ-୨/୮୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?