ସ୍ବିଡେନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରିଥିଲେ ଗ୍ରାଫିକ୍‌ ଡିଜାଇନର

ଷ୍ଟକ୍‌ହୋମ୍‌,୧୧।୬: ସ୍ବିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଓଲ୍‌ଫ ପାମେଙ୍କ ହତ୍ୟାର ୩୪ବର୍ଷ ପରେ ଅଭିଯୁକ୍ତଙ୍କ ନାମ ପର୍ଦ୍ଦାଫାଶ ହୋଇଛି। ଏକ ବୀମା କମ୍ପାନୀରେ ଗ୍ରାଫିକ ଡିଜାଇନର ଭାବେ କାମ କରୁଥିବା ଷ୍ଟିଟ ଇଙ୍ଗଷ୍ଟର୍ମ ନାମକ ଜଣେ ଯୁବକ ପାମେଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀ କ୍ରିଷ୍ଟର ପିଟରସନ ସୂଚନା ଦେଇଛନ୍ତି। ଏଥିସହିତ ଦୀର୍ଘ ୩ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ମାମଲାର ଅନ୍ତ ଘଟିଲା ବୋଲି କୁହାଯାଇଛି। ସ୍ବିଡେନ ସୋସିଆଲ୍‌ ଡେମୋକ୍ରାଟ ପାର୍ଟିର ଦଶନ୍ଧି ଧରି ନେତୃତ୍ୱ ନେଇ ଆସିଥିବା ପାମେ ୨ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ସ୍କାଣ୍ଡାଭିଆ ଉପଦ୍ୱୀପକୁ ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ପରିଣତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୧୯୮୬ରେ କେନ୍ଦ୍ରୀୟ ଷ୍ଟକହୋମ୍‌ଠାରେ ପାମେ, ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସହ ସିନେମା ଦେଖି ଫେରୁଥିବାବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପିଟରଶନ ୨୦୧୭ପର୍ଯ୍ୟନ୍ତ ପାମେଙ୍କ ହତ୍ୟା ମାମଲାର ତଦନ୍ତର ନେତୃତ୍ୱ ନେଇଥିଲେ। ପାମେଙ୍କ ହତ୍ୟା ଅଭିଯୁକ୍ତ ଇଙ୍ଗଷ୍ଟର୍ମ କାମ କରୁଥିବା କମ୍ପାନୀ ନିକଟରେ ହୋଇଥିବାବେଳେ ତାଙ୍କ ଉପରେ ଦୀର୍ଘବର୍ଷ ହେବ ସନ୍ଦେହ କରାଯାଉଥିଲା ବୋଲି ପିଟରସନ କହିଛନ୍ତି। ତେବେ ଅଭିଯୁକ୍ତ ଇଙ୍ଗଷ୍ଟର୍ମ ଇତିମଧ୍ୟରେ ମୃତ୍ୟୁବରଣ କରିସାରିଥିବାରୁ ତାଙ୍କ ବିରୋଧରେ ଚାର୍ଜଶିଟ ଫାଇଲ କରିବାକୁ ଚାହୁଁନାହିଁ ବରଂ ତଦନ୍ତକୁ ଏହିଠାରେ ସମାପ୍ତ କରିବାକୁ ଚାହୁଁଛି ବୋଲି ବୁଧବାର ପିଟରଶନ କହିଛନ୍ତି। ହତ୍ୟାକାରୀ ଇଙ୍ଗଷ୍ଟର୍ମଙ୍କ କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବାରୁ ପାମେଙ୍କ ହତ୍ୟାକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର କରାଯାଉଥିବା ସମ୍ପର୍କରେ ଯେଉଁ ଆଲୋଚନା ହେଉଥିଲା, ତା’ର ଏବେ ଅନ୍ତ ଘଟିଛି। ଗତ ୩ ଦଶନ୍ଧି ଧରି ପାମେଙ୍କ ହତ୍ୟାକୁ ନେଇ ସ୍ବିଡେନବାସୀ ସୁରକ୍ଷା ବାହିନୀକୁ ନିନ୍ଦା କରିଆସୁଥିଲେ। ଏପରି କି ଏଥିପାଇଁ ଦକ୍ଷିଣ ଆଫ୍ରିକା ସୁରକ୍ଷା ସେବାରେ ଥିବା ସିଆଇଏ ଏବଂ କୁର୍ଦ୍ଦିଶ ବିଚ୍ଛିନ୍ନତାବାଦୀଙ୍କୁ ଦାୟୀ କରାଯାଇଆସୁଥିଲା। ପାମେଙ୍କୁ ହତ୍ୟା କରାଯାଇଥିବା ସ୍ଥାନରେ ଇଙ୍ଗଷ୍ଟର୍ମ ଉପସ୍ଥିତ ଥିବାରୁ ସେ ଦୀର୍ଘଦିନରୁ ସନ୍ଦେହଘେରରେ ଥିଲେ। ତାଙ୍କୁ ବହୁବାର ପୋଲିସ ଜେରା ମଧ୍ୟ କରିଥିଲା। ଇତିମଧ୍ୟରେ ଇଙ୍ଗଷ୍ଟର୍ମଙ୍କ ମୃତ୍ୟୁ ହୋଇସାରିଥିବାରୁ ତାଙ୍କ ବିରୋଧରେ ଆଉ ତଦନ୍ତ ହେବାର ପ୍ରୟୋଜନ ନାହିଁ ବୋଲି ପିଟରସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri