ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ

ବ୍ରହ୍ମପୁର ଅଫିସ,୩୧ା୮-ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୮ ସହରାଞ୍ଚଳର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ସରିଛି । ସେହିବର୍ଷ ଅକ୍ଟୋବର ୧ରୁ ସମସ୍ତ ପୌରସଂସ୍ଥା ସରକାରଙ୍କ ପରିଚାଳନାଧୀନ ରହିଛି । ଶନିବାର ପାଳନ ହେବ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ । ସେଥିପାଇଁ ସବୁଠି ପ୍ରସ୍ତୁତି ଶେଷ ହୋଇଛି । ସହରାଞ୍ଚଳଗୁଡିକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ ହେବ। ତେବେ ସ୍ବାୟତ୍ତ ଶାସନ ପତାକା ଅଫିସରମାନେ ଉତ୍ତୋଳନ କରିବେ । ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଚାଲିଛି ଅମଲାତନ୍ତ୍ର ଶାସନ। ବିଏମସିରେ ଗଞ୍ଜାମ ଜିଲାପାଳ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବେଳେ ଅନ୍ୟ ୧୭ ପୌର ସଂସ୍ଥାରେ ଉପଜିଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି ।
ସୂଚନାଯୋଗ୍ୟ ୧୫୨ ବର୍ଷର ପୌରସଂସ୍ଥା ବ୍ରହ୍ମପୁର ମହାନଗର ନିଗମରେ ୧୫ ବର୍ଷ ପରେ ଜିଲାପାଳ ସ୍ବାୟତ୍ତ ଶାସନ ପତାକା ଉତ୍ତୋଳନ କରି ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟର ଶୁଭ ଦେବା ସହ ଆଉ କେତେକ ଯୋଜନା ଉଦ୍‌ଘାଟନ କରିବେ । ପୁରୁଣା ତଥ୍ୟ ନ ଥିଲେ ମଧ୍ୟ ୧୯୪୯ରୁ ୨୦୦୩ ଯାଏ ଆଇଏଏସ୍‌ ଅଫିସର ତଥା ଜିଲାପାଳମାନେ ପ୍ରଶାସନିକ ମୁଖ୍ୟ ଥିଲେ। ସମୁଦାୟ ୨୩ ଜଣଙ୍କ ମଧ୍ୟରେ କେ. ରାମମୂର୍ତ୍ତି, ଡିଡି ସୁରୀ, ବି. ରାମ ଦୁରାଇ, ବି. ତ୍ରିପାଠୀ, ରାମଚନ୍ଦ୍ର ପାତ୍ର, ଏଫଏ ମୋଜେସ, ଦେବୀ ପ୍ରସାଦ ବାଗଚୀ, ରାଇ ମୋହନ ଦାସ, ରାଜଲକ୍ଷ୍ମୀ, ଏକେ ଦାସ, ରମାନାଥ ମହାନ୍ତି, ଅରବିନ୍ଦ ବେହେରା ଓ ରଙ୍ଗଲାଲ ଜାମୁଡ଼ା ନଗରପାଳ ଦାୟିତ୍ୱରେ ଥିଲେ । ସେହିପରି ୟୁଏନ ବେହେରା, ତାରା ଦତ୍ତ, ଜଗଦାନନ୍ଦ ପଣ୍ଡା, ଏମଡି ହୋତା, ଜାଗର ସିଂ, ବିକେ ଦାସ, ସନ୍ତୋଷ ଶତପଥୀ, ଜି. ମାଥିଭାଥାନନ ଏବଂ ୨୦୦୧ ଡିସେମ୍ବର ୯ରୁ ୨୦୦୩ ଅକ୍ଟୋବର ୭ ପର୍ଯ୍ୟନ୍ତ ସଞ୍ଜୀବ କୁମାର ମିଶ୍ର ବ୍ରହ୍ମପୁର ପୌରପାଳିକାର ମୁଖ୍ୟ ଥିଲେ । ୧୯୪୯ରୁ ୨୦୦୭ ପର୍ଯ୍ୟନ୍ତ ୫୮ ବର୍ଷ ମଧ୍ୟରେ ନିର୍ବାଚିତ ନଗରପାଳ ୨୪ ଏବଂ ୨୩ ଆଇଏଏସ୍‌ ଜିଲାପାଳମାନେ ଦାୟିତ୍ୱରେ ଅବସ୍ଥାପିତ ହୋଇଥିଲେ ।
ଏହି ପୌରସଂସ୍ଥାରେ ୨୦୦୩ରେ ନିର୍ବାଚନ ହୋଇଥିଲା । ସେହିବର୍ଷ ଅକ୍ଟୋବର ୮ରେ ପ୍ରଥମ ମହିଳା ନଗରପାଳ ଭାବେ ସୁଲୋଚନା ସ୍ବାଇଁ ନିର୍ବାଚିତ ହେଲେ । ୨୦୦୮ ପୌର ନିର୍ବାଚନରେ ଶିବ ଶଙ୍କର ଦାସ ନଗରପାଳ ହୋଇଥିଲେ ଏବଂ ୪ ମାସ ପରେ ମହାନଗର ନିଗମ ହେବାରୁ ସେ ମେୟର ହୋଇଥିଲେ । ୨୦୧୩ ପୌର ନିର୍ବାଚନରେ କେ. ମାଧବୀ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇ ୫ ବର୍ଷ ଶାସନ କରିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ଶେଷରେ ସରିବାରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶାସକ ହୋଇଛନ୍ତି । ଚଳିତବର୍ଷର ସ୍ବାୟତ୍ତ ଶାସନ ଦିବସରେ ସେ ସମସ୍ତ କାର୍ଯ୍ୟ ତୁଲାଇବେ । ଏବେ ପ୍ରଶାସକ ଏବଂ ପୌର କମିଶନର ଭାବେ ଚକ୍ରବର୍ତ୍ତି ସିଂ ରାଠୋର ଅଛନ୍ତି । ନିଗମରେ ପ୍ରଥମ କରି ୨ ଆଇଏଏସ୍‌ ଅଫିସର ଦାୟିତ୍ୱ ତୁଲାଉଛନ୍ତି । ପୌର ନିର୍ବାଚନ କେବେ ହେବ ଏବଂ ନିର୍ବାଚିତ ପରିଷଦ ଗଠନ ଅନିଶ୍ଚିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri