ସ୍ବାସ୍ଥ୍ୟସେବାରେ ଉନ୍ନତି ନ ହେଲେ ଆନ୍ଦୋଳନ: କଂଗ୍ରେସ

ବାଲେଶ୍ୱର ଅଫିସ,୧୧।୬- ବାଲେଶ୍ୱର ଜିଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିିଛି। ଜିଲାରେ ଏମ୍ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ) ଭଳି ହସ୍‌ପିଟାଲ ଖୋଲିବା ପାଇଁ ତତ୍‌କାଳୀନ କଂଗ୍ରେସ ଶାସିତ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ। ମାତ୍ର ବର୍ତ୍ତମାନର ଭାଜପା ସରକାର ଏହାକୁ କେବଳ ଓପିଡ଼ି ଭିତରେ ସୀମିତ ରଖିଛନ୍ତି। ଏହା ଜିଲାବାସୀଙ୍କ ପାଇଁ ଦୁର୍ଭାଗ୍ୟର ବିଷୟ। ଯଥାଶୀଘ୍ର ଜିଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ନ ଘଟିଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ଜିଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବୁଧବାର ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ସଞ୍ଜୀବ ଗିରି ଯୋଗଦେଇ କହିଲେ ଯେ, ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ସହରର କିଛି ସ୍ଥାନରେ ଲଗାଯାଇଥିଲା। ଜିଲାବାସୀ ଭୋଟ ଦେଇ ଏମ୍‌ପି ଭାବେ ବାଛିଥିବା ପ୍ରାର୍ଥୀଙ୍କୁ ବିଶ୍ୱ ମହାମାରୀ କରୋନା ଏବଂ ‘ଅମ୍ଫନ’ ମହାବାତ୍ୟା ସମୟରେ ନ ଦେଖି ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ। ଯାହାକି ଜଣେ ଏମ୍‌ପିଙ୍କ ସମ୍ମାନକୁ କ୍ଷୁଣ୍ଣ କରିଥିଲା। ପୋଷ୍ଟର ମାରିବାରେ ସାମିଲ ଥିବା ଲୋକଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଉକ୍ତ ଚିତ୍ରର ଫଟୋ ଉତ୍ତୋଳନ କରି ଫେସବୁକ୍‌ରେ ଅପଲୋଡ୍‌ କରିଥିବା ଦୁଇ କଂଗ୍ରେସ ଛାମୁଆ ନେତାଙ୍କ ନାମରେ ଲିଖିତ ଅଭିଯୋଗ କରିବା ଏବଂ ଗିରଫ କରାଇବା ଗଣତନ୍ତ୍ରର ଶ୍ୱାସରୁଦ୍ଧ କରାଯାଇଥିବା ଗିରି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ କେବଳ କାଗଜ କଲମରେ ହିସାବ ବାଲେଶ୍ୱରବାସୀ ଚାହାନ୍ତି ନାହଁି, କାମ କରି ଦେଖାଇବା ପାଇଁ ଆହ୍ବାନ କରିଛନ୍ତି। ଆଗାମୀ ଦିନରେ ଜିଲାର ଆବଶ୍ୟକତା ପୂରଣ କରିବା ସହ ସ୍ବାସ୍ଥ୍ୟସେବାରେ ଉନ୍ନତି ନ କଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଗିରି ଚେତାବନୀ ଦେଇଛନ୍ତି। କଂଗ୍ରେସ ଦଳର ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୭୦ରୁ ଊର୍ଦ୍ଧ୍ୱ ଦିନ ଧରି କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଜିଲାବାସୀଙ୍କୁ କଂଗ୍ରେସ ତରଫରୁ ଶୁଖିଲା ଓ ରନ୍ଧାଖାଦ୍ୟ ସମେତ ସମସ୍ତ ପ୍ରକାରର ସହଯୋଗ କରାଯାଇଛି। ପୁଣି ପୌରାଞ୍ଚଳ ସମେତ ଜଳେଶ୍ୱର, ନୀଳଗିରି, ସୋର ଏନ୍‌ଏସିର ପ୍ରତ୍ୟେକ ୱାର୍ଡରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ସାନିଟାଇଜର୍‌ ବଣ୍ଟନ କରାଯାଇଥିବା ଟାଉନ୍‌ ସଭାପତି ତଥା ପୂର୍ବତନ କାଉନ୍‌ସିଲର ପଦ୍ମଲୋଚନ ଲେଙ୍କା କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri