ମାଲକାନଗିରି,୧୫।୧(ଡି.ଏନ୍.ଏ.)- ଦେଶ ସ୍ବାଧୀନ ହେବାର ଦୀର୍ଘ ୭୨ ବର୍ଷ ବିତିଗଲାଣି। ମାଲକାନଗିରି ସଦର ମହକୁମାଠାରୁ ୩୦ କିଲୋମିଟର ଦୂର ଛତିଶଗଡ଼କୁ ଲାଗି ରହିଛି ଏକ ପୁରାତନ ଗ୍ରାମ, କତାମାଟେରୁ। ଆଦିବାସୀ କୋୟା ସମ୍ପ୍ରଦାୟର ୧୫୦ ପରିବାର ବସବାସ କରୁଥିବା ଏହି ଗ୍ରାମକୁ ଏଯାଏ ରାସ୍ତା ନାହିଁ। ଏଠାରେ ୧୯୫୯ରୁ ପ୍ରତିଷ୍ଠା ହୋଇଥିବା ଆଶ୍ରମ ବିଦ୍ୟାଳୟରେ ପଢୁଛନ୍ତି ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ା ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ୨୦ ବର୍ଷ ହେଲା ମାଟାପାକା ସରପଞ୍ଚ ଏବଂ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି, ମାତ୍ର ସେମାନଙ୍କ କଥା କେହି ଶୁଣୁନାହାନ୍ତି। ପଞ୍ଚାୟତ ବୈଠକରେ ରେଜୁଲେଶନ ଗୃହୀତ ହୋଇ ପ୍ରଶାସନ ନିକଟରେ ଉପସ୍ଥାପିତ କରାଯାଇଥିଲେ ମଧ୍ୟ କିଛି ସୁଫଳ ଏଯାଏଁ ମିଳିନାହିଁ। ମାଲକାନଗିରି ସଦର ବ୍ଲକଠାରୁ ୬ କିଲୋମିଟର ଦୂର ସାବେରୀ ନଦୀକୂଳରେ ରହିଛି କତାମାଟେରୁ ଗ୍ରାମ। ବର୍ଷାଦିନେ ମାଟାପାକାରୁ କତାମାଟେରୁ ଯିବାପାଇଁ ଅନେକ ସମସ୍ୟା ଉପୁଜିଥାଏ। ଛାତ୍ରୀଛାତ୍ର ଓ ଗ୍ରାମବାସୀ ମାଲକାନଗିରିରୁ ଘର ପାଇଁ ବିଭିନ୍ନ ସାମଗ୍ରୀ କାନ୍ଧରେ ବୋହି ନେଇଥାନ୍ତି। ଗତ ଜୁଲାଇ ମାସରେ ଗ୍ରାମବାସୀ ଏହି ରାସ୍ତାରେ କାଦୁଅରେ ଧାନ ରୋଇ ଏକ ଅଭିନବ ପ୍ରତିବାଦ ଜଣାଇଥିଲେ। ଆଶା ଥିଲା, ଏହା ପରେ ପ୍ରଶାସନର ନିଦ ଭାଙ୍ଗିବ; ମାତ୍ର କିଛି ହେଲାନି। ପୁରୁଣାକାଳିଆ ମାଟି ରାସ୍ତାରେ ୫ଟି କଲ୍ଭର୍ଟ ନିର୍ମାଣ ହୋଇ ସେତିକିରେ ଅଟକିଛି ରାସ୍ତା ନିର୍ମାଣ। ଫଳରେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ସହ ମାଲକାନଗିରିକୁ ବିଭିନ୍ନ କାର୍ଯ୍ୟରେ ଯିବାକୁ ବର୍ଷବର୍ଷ ଧରି ଅସୁବିଧା ଭୋଗୁଛନ୍ତି। ଗ୍ରାମଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ଛତିଶଗଡ଼ ସୀମାନ୍ତ। ଗ୍ରାମଠାରୁ ପଡ଼ୋଶୀ ଛତିଶଗଡ଼ ସୁକୁମା ଜିଲା ସଦର ମହକୁମାର ଦୂରତା ହେଉଛି ୮ କିଲୋମିଟର ା ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ସୁକୁମା ଜିଲା ସଦର ମହକୁମା ଉପରେ ନିର୍ଭର କରନ୍ତି। ଗୁରୁତର ଅବସ୍ଥାରେ ଗର୍ଭବତୀ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଖଟରେ ୬ କିଲୋମିଟର ବୋହି ମାଟାପାକା ପଞ୍ଚାୟତକୁ ଅଣାଗଲେ ସେଠାରୁ ଡାକ୍ତରଖାନା ଯାଇଥାଉ ବୋଲି କହିଛନ୍ତି ଗ୍ରାମବାସୀ। ଦୀର୍ଘ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚତ୍ତ ଏହି ଗ୍ରାମବାସୀ ମଙ୍ଗଳବାର ଏକ ବୈଠକ କରି ଛତିଶଗଡ଼ରେ ମିଶିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସୋମବାର ସେମାନେ ସୁକୁମା ଯାଇ ଜିଲାପାଳଙ୍କୁ ଭେଟି ସେମାନଙ୍କୁ ଛତିଶଗଡ଼ରେ ମିଶାଇବା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି ଗ୍ରାମର ଭିମା ମାଡ଼କାମି, ଦେବା ବେଟି, ଜଗା ମାଡ଼କାମି, ଜଗା କଞ୍ଜାମି, ରାଜା ମାଡି, ଭଇମା ମାଡି, ଭିମା କାର୍ତ୍ତାମି, ଇର୍ମା ସୋଡି, କେଶା ସୋଡି, ଆଡମା ପଡିଆମି, କାନା ପଡିଆମି, କଶା ମାଡକାମି, ଆଇତା ପଡିଆମି, ରାମା ମାଢ଼ି, ଦୁଲା ସୋଡି ଓ କଶା କବାସୀ ପ୍ରମୁଖ।
Posted inଆମ ଜିଲା ଖବର, ମାଲକାନଗିରି View All
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...
ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…
ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...
ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…
ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...
ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ…
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
Archives


