Posted inରାଜ୍ୟ

ସ୍ବଚ୍ଛ ଭାରତ ମିଶନ ଯୋଜନାରୁ ବଞ୍ଚତ୍ତ କୁନ୍ତଳା

ନୟାଗଡ଼ ଅଫିସ,୨୦ା୬: ନୟାଗଡ଼ର ଅଧିକାଂଶ ସହରବାସୀଙ୍କ ପାଇଁ ରହିଛି ଚକଚକ୍‌ ମାର୍ବଲ ସାଙ୍ଗକୁ ଇଟାଲିଆନ୍‌ ପ୍ୟାନ୍‌ ଥିବା ପାଇଖାନା। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁସାରେ ଯାହାର ପାଇଖାନା ନ ଥିବ ତାଙ୍କ ପାଇଁ ପାଇଖାନା ନିର୍ମାଣ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଅନେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ନୟାଗଡ଼ ପୌର ପରିଷଦର ୬ ନମ୍ବର ୱାର୍ଡ଼ ଚେକ୍‌ଗେଟ ଶଗଡ଼ିଆ ସାହିର କୁନ୍ତଳା ପଲେଇ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ। ସେ ଦୀର୍ଘବର୍ଷ ଧରି ଜରିପାଲକୁ ଏକାଠି କରି ତିଆରି କରିଛନ୍ତି ପାଇଖାନା। ବର୍ଷାଦିନେ ଏଥିଯୋଗୁ ସେ ବହୁ ହଇରାଣ ହରକତ ହୋଇଥାନ୍ତି। ସୂଚନାଯୋଗ୍ୟ, ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଗ୍ରାମାଞ୍ଚଳ ପାଇଖାନା ପାଇଁ ୧୨ ହଜାର ଓ ସହରାଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କ ପାଇଁ ୮ ହଜାର ଟଙ୍କାର ଅନୁଦାନ ରହିଛି। ହେଲେ ଏ ବିଷୟରେ କେହି ଜଣାଇ ନାହାନ୍ତି ବୋଲି କୁନ୍ତଳା କହନ୍ତି। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ବାମୀ ଗୋବିନ୍ଦଙ୍କ ସହ ଏକ ଆଜବେଷ୍ଟସ୍‌ ଘରେ ରହୁଥିବାବେଳେ ୩ ପୁଅ ଅଲଗା ରହନ୍ତି। ଜାତୀୟ ରାଜପଥ ୫୭ ନଂ ରାସ୍ତା ପାର୍ଶ୍ୱରେ କୁନ୍ତଳାଙ୍କ ଘର। ତେବେ ତାଙ୍କର ଏହି ଭଙ୍ଗାଦଦରା ପାଇଖାନାଟି ପ୍ରତି କେମିତି କାହାର ନଜର ପଡ଼ିନି ତାହା ବିସ୍ମୟ ପାଲଟିଛି। ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲ ୮ ତାରିଖରେ ନୟାଗଡ଼ ସହରରକୁ ଖୋଲା ଶୌଚମୁକ୍ତ ସହର ଭାବେ ଘୋଷଣା କରାଯାଇଥିଲା। ନିୟମାନୁସାରେ ଯାହା ଘରେ ଲାଟିନ୍‌ ନାହିଁ ସେମାନଙ୍କୁ ପାଇଖାନା ନିମନ୍ତେ କାର୍ଯ୍ୟାଦେଶ ଦିଆଯିବ। ତେବେ କେଉଁ କାରଣରୁ କୁନ୍ତଳାଙ୍କୁ ପାଇଖାନା ଦିଆଯାଇନାହିଁ ତାହା ତଦନ୍ତସାପେକ୍ଷ ବୋଲି ଅନେକ କହନ୍ତି। କେତେକ କ୍ଷେତ୍ରରେ ପୁୁରୁଣା ଲାଟିନ୍‌ ପ୍ୟାନ୍‌କୁ ରଙ୍ଗ କରି ଅନେକ ହିତାଧିକାରୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରକାଶଯୋଗ୍ୟ, ନୟାଗଡ଼ ପୌର ପରିଷଦସ୍ଥ ୧୩ଟି ୱାର୍ଡ଼ରେ ୪୦୪୬ ପରିବାର ରହୁଛନ୍ତିି। ଏଥିରୁ ୮୦୦ ପରିବାରରେ ପାଇଖାନା ନ ଥିବା ସର୍ଭେରୁ ଜଣାପଡ଼ିବା ପରେ ୬୦୦ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ୨୦୦ ହିତାଧିକାରୀ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପରିଷଦର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri