Categories: ଖେଳ

ସ୍ପେନ୍‌ରେ ମହିଳା ଫୁଟବଲକୁ ପେସାଦାର ମାନ୍ୟତା

ମାଡ୍ରିଡ,୧୧।୬(ଏପି): ସ୍ପେନ୍‌ରେ ମହିଳା ସକର ବା ଫୁଟବଲ୍‌କୁ ପେସାଦାର ମାନ୍ୟତା ମିଳିଛି। ଦେଶର ଦୁଇଟି ଶ୍ରେଷ୍ଠ ସକର ଡିଭିଜନ୍‌କୁ ମର୍ଯ୍ୟାଦା ପ୍ରଦାନ କରାଯାଇଛି ବୋଲି ସ୍ପାନିଶ୍‌ ଫେଡେରେଶନ ତରଫରୁ ଗୁରୁବାର ଘୋଷଣା କରାଯାଇଛି। ଦେଶର ସ୍ପୋଟର୍‌ସ କାଉନସିଲ ଏହି ପ୍ରତିଯୋଗିତାର ଷ୍ଟାଟସ ପରିବର୍ତ୍ତନ କରିବାକୁ ବୁଧବାର ନିଷ୍ପତ୍ତି ନେଇଥିଲା ବୋଲି ଫେଡେରେଶନ ତରଫରୁ କୁହାଯାଇଛି। କ୍ରୀଡ଼ାର ଉନ୍ନତି ଓ ବିକାଶ ପାଇଁ ଏପରି କରିବାର ଆବଶ୍ୟକତା ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଆମେଚର ଷ୍ଟାଟସ୍‌ ପାଇ ଆସୁଥିଲା। ନୂଆ ମାନ୍ୟତା ପାଇବା ପରେ ମହିଳା ଫୁଟବଲର ରୂପ ବଦଳିବ। ନୂଆ ପେସାଦାର କମିଟି ଗଠନ ହେବ। ସବୁ କ୍ଲବ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବେ। ପ୍ରତିଯୋଗିତାର ଭିନ୍ନ ଭିନ୍ନ ବିଭାଗର ପରିଚାଳନା ପାଇଁ ସ୍ବାଧୀନତା ମିଳିବ ବୋଲି କୁହାଯାଇଛି। ପେସାଦାର ହେବା ପରେ ପ୍ରତିଯୋଗିତାରେ କୋଚ୍‌ ଓ ଖେଳାଳିମାନଙ୍କ ପାଇଁ ବିଭିନ୍ନ ଆବଶ୍ୟକତା ପଡିବ। ତେବେ ଏଥିପାଇଁ ସହଯୋଗ କରାଯିବ ବୋଲି ଫେଡେରେଶନ ତରଫରୁ କୁହାଯାଇଛି।

Share