ସ୍ତ୍ରୀଙ୍କୁ ଦଳିମାରିଲା ହାତୀ, ସ୍ବାମୀ ଗୁରୁତର

ରାସୋଳ, ୭।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ ଅଧୀନ ବାବନ୍ଧ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବକୁ ନେଇ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ବୁଧବାର ବିଳମ୍ବିତ ରାତିରେ ମାଟିଆ ସାହିରେ ଏକ ହାତୀ ପଶି ଜଣେ ମହିଳାଙ୍କୁ ଦଳି ମାରିଦେଇଛି। ମୃତକ ହେଲେ ସଜନୀ ପଧାନ। ଏଥିରେ ତାଙ୍କ ସ୍ବାମୀ ଭରତ ପଧାନ (୭୦) ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ୩୫ପରିବାର ବିଶିଷ୍ଟ ଉକ୍ତ ସାହିବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ଏକ ହାତୀପଲ ଜନବସତିଠାରୁ ଅଧା କିମି ଦୂରରେ ଅବସ୍ଥିତ ବିନନାଳୀ ଜଙ୍ଗଲରେ ରହୁଛନ୍ତି। ସନ୍ଧ୍ୟା ହେଲେ କେତୋଟି ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତିମୁହଁା ହେଉଛନ୍ତି। ବୁଧବାର ରାତି ପ୍ରାୟ ୧୧ଟା ବେଳେ ଏକ ହାତୀ ହଠାତ୍‌ ସାହି ଭିତରକୁ ଆସି ଭାସ୍କର ବେହେରାଙ୍କ ଘର ଭାଙ୍ଗିବାକୁ ଉଦ୍ୟମ କରିଥିଲା। ଏହା ଜାଣିପାରି ପାଖପଡ଼ୋଶୀ ରୁଣ୍ଡ ହୋଇ ହୋହଲ୍ଲା କରିବାରୁ ହାତୀଟି ଜଙ୍ଗଲ ଆଡ଼କୁ ପଳାଇଯାଇଥିଲା। ହାତୀ ଉପସ୍ଥିତି ସମ୍ପର୍କରେ ଲୋକମାନେ ବନ ବିଭାଗକୁ ସୂଚନା ଦେଇଥିଲେ। ହେଲେ ଏହାକୁ ବିଭାଗୀୟ ଅଧିକାରୀ ହାଲ୍‌କା ଭାବେ ନେଇଥିଲେ। ବିଳମ୍ବିତ ରାତିରେ ହାତୀଟି ପୁଣି ସାହିରେ ପଶି ଭରତ ଏବଂ ସଜନୀ ଶୋଇଥିବା ଚଳିଆ ଘର ଭାଙ୍ଗିଦେବା ସହ ଦମ୍ପତିଙ୍କୁ ଦଳି ଦେଇଥିଲା। ଚିତ୍କାର ଶୁଣି ପାଖପଡ଼ୋଶୀ ପହଞ୍ଚତ୍ ହାତୀକୁ ଘଉଡ଼ାଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସଜନୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଭରତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ରାସୋଳ ଥାନାରେ ନଂ. ୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବା ଜଣାପଡ଼ିଛି। ଭରତ ନିଃସନ୍ତାନ ଥିବାବେଳେ ତାଙ୍କର କେହି ସାହାଭରସା ନାହାନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାହିବାସୀ ଦାବି କରିଛନ୍ତି। ଅନ୍ୟପଟେ ଉକ୍ତ ହାତୀ ଭାସ୍କର ବେହେରା, ପ୍ରଫୁଲ୍ଲ ବେହେରା, ଅଖିଳ ବେହେରାଙ୍କ ଘର ଭାଙ୍ଗି ଧାନ, ଚାଉଳ ଖାଇଯାଇଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ପ୍ରାଥମିକ ପର୍ଯ୍ୟାୟରେ ମୃତକଙ୍କ ପରିବାରକୁ ୪୦ହଜାର ଟଙ୍କାର ସହାୟତା ଚେକ୍‌ ପ୍ରଦାନ କରାଯିବ। କାଗଜପତ୍ର ଦାଖଲ ପରେ ସରକାରୀ ନିୟମ ଅନୁଯାୟୀ ଅବଶିଷ୍ଟ ୩ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ସ୍ଥାନୀୟ ବନ କର୍ମଚାରୀଙ୍କୁ ପଠାଇ ହାତୀ ଘଉଡ଼ାଇବା ବ୍ୟବସ୍ଥା କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri