ସ୍କୁଲ ଖୋଲିଲା, ସରିଲାନି ଛପର ମରାମତି

ବାଲିଆପାଳ, ୨୨ା୬(ଡି.ଏନ.ଏ.)-ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ବାଲିଆପାଳ ବ୍ଲକ ବିଷ୍ଣୁପୁର ହାଇସ୍କୁଲର ଛପର ସମ୍ପୂର୍ଣ୍ଣ ଉଡିଯାଇଥିଲା। ଶୁକ୍ରବାର ସ୍କୁଲ ଖୋଲିଥିଲେ ମଧ୍ୟ ଛପର ମରାମତି ହୋଇପାରି ନ ଥିବାରୁ ପିଲାମାନେ ବସି ପାଠ ପଢିବାକୁ ହଇରାଣ ହୋଇଛନ୍ତି। ସରକାର ଗ୍ରୀଷ୍ମ ଛୁଟି ପରେ ପ୍ରଥମେ ୧୯ତାରିଖରେ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଥିଲେ। ପରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଛୁଟିକୁ ବଢାଇ ୨୬ରେ ସ୍କୁଲ ଖୋଲିବାର ସିଦ୍ଧାନ୍ତ ହୋଇଥିଲା। ପାଗରେ ପରିବର୍ତ୍ତନ ହେବାରୁ ପୁଣି ୨୧ରେ ଖୋଲିବ ବୋଲି ଘୋଷଣା କରାଯାଇଛି। ମାତ୍ର ଗତ ମେ’ ୩ତାରିଖ ପରେ ସ୍କୁଲ ଗୃହର ଛପର ଉଡିଯିବା ପରେ ଶିକ୍ଷକମାନେ ସରକାରଙ୍କର ସାହାଯ୍ୟ ପାଇଁ ଶିକ୍ଷାବିଭାଗ, ବ୍ଲକ ପ୍ରଶାସନ ଓ ତହସିଲଦାରଙ୍କ ପାଖରେ ସ୍କୁଲ ଗୃହ ଛପର ମରାମତି ପାଇଁ ଦାବି କରିଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ା ବିଷ୍ଣୁପୁର ପଞ୍ଚାୟତର ସର୍ବପୁରାତନ ଏହି ବିଦ୍ୟାଳୟର ଆବଶ୍ୟକ ମୁତାବକ ସ୍କୁଲଗୃହ ନାହିଁ ା ବ୍ଲକଗ୍ରାଣ୍ଟ ସ୍ବୀକୃତିପ୍ରାପ୍ତ ଏହି ବିଦ୍ୟାଳୟକୁ ଏ ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳିପାରିନାହିଁ ା ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ କର୍ମଚାରୀଙ୍କ ତଥା ଲୋକ ପ୍ରତିନିଧିଙ୍କ ସହଯୋଗରେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଆସିଛି ା ସରକାର କେବଳ ବ୍ଲକଗ୍ରାଣ୍ଟ ସ୍ବୀକୃତି ଦେଇ ଶିକ୍ଷକ ଓ କର୍ମଚାରୀଙ୍କୁ ଅଳ୍ପ ଦରମା ଦେଉଥିବା ବେଳେ ସ୍କୁଲ ଗୃହ ପାଇଁ କୌଣସି ଗ୍ରାଣ୍ଟ ଦେଇନାହାନ୍ତି। ଏବେ ବର୍ଷା ଝିପି ଝିପି ଲାଗି ରହିଥିବାରୁ ପିଲାମାନଙ୍କୁ କିପରି ପାଠ ପଢାଯିବ ବୋଲି ପ୍ରଧାନଶିକ୍ଷକ ଶଶିକାନ୍ତ ପ୍ରଧାନ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri