ସ୍କୁଲ ଖୋଲିଲା, ସରିଲାନି ଛପର ମରାମତି

ବାଲିଆପାଳ, ୨୨ା୬(ଡି.ଏନ.ଏ.)-ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ବାଲିଆପାଳ ବ୍ଲକ ବିଷ୍ଣୁପୁର ହାଇସ୍କୁଲର ଛପର ସମ୍ପୂର୍ଣ୍ଣ ଉଡିଯାଇଥିଲା। ଶୁକ୍ରବାର ସ୍କୁଲ ଖୋଲିଥିଲେ ମଧ୍ୟ ଛପର ମରାମତି ହୋଇପାରି ନ ଥିବାରୁ ପିଲାମାନେ ବସି ପାଠ ପଢିବାକୁ ହଇରାଣ ହୋଇଛନ୍ତି। ସରକାର ଗ୍ରୀଷ୍ମ ଛୁଟି ପରେ ପ୍ରଥମେ ୧୯ତାରିଖରେ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଥିଲେ। ପରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଛୁଟିକୁ ବଢାଇ ୨୬ରେ ସ୍କୁଲ ଖୋଲିବାର ସିଦ୍ଧାନ୍ତ ହୋଇଥିଲା। ପାଗରେ ପରିବର୍ତ୍ତନ ହେବାରୁ ପୁଣି ୨୧ରେ ଖୋଲିବ ବୋଲି ଘୋଷଣା କରାଯାଇଛି। ମାତ୍ର ଗତ ମେ’ ୩ତାରିଖ ପରେ ସ୍କୁଲ ଗୃହର ଛପର ଉଡିଯିବା ପରେ ଶିକ୍ଷକମାନେ ସରକାରଙ୍କର ସାହାଯ୍ୟ ପାଇଁ ଶିକ୍ଷାବିଭାଗ, ବ୍ଲକ ପ୍ରଶାସନ ଓ ତହସିଲଦାରଙ୍କ ପାଖରେ ସ୍କୁଲ ଗୃହ ଛପର ମରାମତି ପାଇଁ ଦାବି କରିଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ା ବିଷ୍ଣୁପୁର ପଞ୍ଚାୟତର ସର୍ବପୁରାତନ ଏହି ବିଦ୍ୟାଳୟର ଆବଶ୍ୟକ ମୁତାବକ ସ୍କୁଲଗୃହ ନାହିଁ ା ବ୍ଲକଗ୍ରାଣ୍ଟ ସ୍ବୀକୃତିପ୍ରାପ୍ତ ଏହି ବିଦ୍ୟାଳୟକୁ ଏ ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳିପାରିନାହିଁ ା ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ କର୍ମଚାରୀଙ୍କ ତଥା ଲୋକ ପ୍ରତିନିଧିଙ୍କ ସହଯୋଗରେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରତିଷ୍ଠା ହୋଇଆସିଛି ା ସରକାର କେବଳ ବ୍ଲକଗ୍ରାଣ୍ଟ ସ୍ବୀକୃତି ଦେଇ ଶିକ୍ଷକ ଓ କର୍ମଚାରୀଙ୍କୁ ଅଳ୍ପ ଦରମା ଦେଉଥିବା ବେଳେ ସ୍କୁଲ ଗୃହ ପାଇଁ କୌଣସି ଗ୍ରାଣ୍ଟ ଦେଇନାହାନ୍ତି। ଏବେ ବର୍ଷା ଝିପି ଝିପି ଲାଗି ରହିଥିବାରୁ ପିଲାମାନଙ୍କୁ କିପରି ପାଠ ପଢାଯିବ ବୋଲି ପ୍ରଧାନଶିକ୍ଷକ ଶଶିକାନ୍ତ ପ୍ରଧାନ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri