ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା

ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି ଦିଲ୍ଲୀ ଓ ନୋଏଡାରେ ଜୀବିକା ପାଇଁ ସଂଗ୍ରାମ କରିବା ପରେ ନିଜ ଗଁ।କୁ ଫେରି ପାହାଡିଆ ଜମିରେ ସୋଲାର୍‌ ପ୍ଲାଣ୍ଟ୍‌ ବସାଇଛନ୍ତି। ଏହା ମାଧ୍ୟମରେ ସେ ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ରୋଜଗାରର ନୂଆ ଆଶା ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡ ପୌଡି ଗଡଓ୍ବାଲର ଓଡ୍ଡା ଗାଁ ନିବାସୀ ୫୩ ବର୍ଷୀୟ ଧୀରେନ୍ଦ୍ର ସିଂ ପରିବାର ପ୍ରତିପୋଷଣ କରିବା ପାଇଁ ୧୬ ବର୍ଷ ବୟସରେ ନୋଏଡା ଚାଲିଯାଇଥିଲେ। ସେଠାର ଗାଁକୁ ୨୦୧୧ରେ ଫେରି ୫୦୦ କିଲୋଓ୍ବାଟର ସୋଲାରପ୍ଲାଣ୍ଟ୍‌ ବସାଇଛନ୍ତି। ଏଥିରୁ ୭ ଲକ୍ଷ ଯୁନିଟ ବିଦ୍ୟୁତ୍‌ ଉତ୍ପାଦିତ
ହେଉଛି। ଏହାକୁ ସେ ଉତ୍ତରାଖଣ୍ଡ ପାଓ୍ବାର କର୍ପୋରେଶନ ଲିମିଟେଡ(ୟୁପିସିଏଲ୍‌)କୁ ବିକ୍ରି କରୁଛନ୍ତି। ଏଥିରୁ ସେ ପ୍ରତିମାସରେ ପାଉଛନ୍ତି ୪ ଲକ୍ଷ ଟଙ୍କା । ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବା ଲାଗି ବ୍ୟାଙ୍କରୁ ୨.୮୦ କୋଟି ଋଣ ନେଇଛନ୍ତି ଓ ଏବେ ବିଦ୍ୟୁତ ବିକ୍ରି କରି ତାହା ପରିଶୋଧ କରୁଛନ୍ତି। ଏହି ପ୍ଲାଣ୍ଟରେ ଗାଁ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ସେଠାରେ ବି ସେ ଫୁଲ ଓ ଫଳ ବଗିଚା କରି ଲୋକଙ୍କୁ ରୋଜଗାର ଯୋଗାଉଛନ୍ତି। ଏସବୁ କାର୍ଯ୍ୟରେ ତାଙ୍କ ସ୍ତ୍ରୀ ସହଯୋଗ କରୁଛନ୍ତି। ଏତିକିରେ ଧୀରେନ୍ଦ୍ରଙ୍କ ଅଭିଯାନ ସରିନି, ସେ ବିଭିନ୍ନ ପ୍ରାକୃତିକ ଉତ୍ସରୁ ବହିଯାଉଥିବା ଜଳକୁ ଏକ ବଡ଼ ଟାଙ୍କିରେ ସଂରକ୍ଷଣ କରି ଚାଷ କାମରେ ଲଗାଉଛନ୍ତି। ଏହାବାଦ ଧୀରେନ୍ଦ୍ର ଏକ ରିସର୍ଟ ଖୋଲି ତା’ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବାର ଯୋଜନା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri