ସୈନିକ ଅଶୋକ ଏବେ ଦିବ୍ୟାଙ୍ଗ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨।୭- କାଲି ଯିଏ ସୈନିକ ହୋଇ ଦେଶ ପାଇଁ କାମ କରୁଥିଲେ, ଆଜି ସେ ଦିବ୍ୟାଙ୍ଗ ହୋଇ ନିଜ କାମ କରିବା ଅସମ୍ଭବ ହୋଇପଡୁଛି। ଏଭଳି ବିଡ଼ମ୍ବନା ଘଟିଛି ନୟାଗଡ଼ ବ୍ଲକ ଚମ୍ପତ୍ତିପୁର ବାହ୍ମଣସାହିର ଅଶୋକ କୁମାର ସାହୁଙ୍କ ଜୀବନରେ। କର୍ମକ୍ଷେତ୍ରରୁ ଛୁଟିନେଇ ଘରକୁ ଆସିଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେଣୁ ତାଙ୍କ କାର୍ଯ୍ୟାଳୟ ତଥା ଭାରତୀୟ ସେନା ପକ୍ଷରୁ କୌଣସି ସହାୟତା ମିଳୁନାହିଁ। କିଛି ଆର୍ଥିକ ସହାୟତା ଆଶାରେ ସୋମବାର ପରିବାର ଲୋକେ ନୟାଗଡ଼ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଯେ, ନୟାଗଡ଼ ବ୍ଲକ ଚମ୍ପତ୍ତିପୁର ବାହ୍ମଣସାହିର ଗୋପାଳ ସାହୁଙ୍କ ପୁଅ ଅଶୋକ ୨୦୧୧ ମାର୍ଚ୍ଚରେ ଭାରତୀୟ ସେନା (ଇଣ୍ଡିଆନ୍‌ ଆର୍ମି)ରେ ସୈନିକ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ବିଭିନ୍ନ ସ୍ଥାନରେ ସେ ନିଜର କାର୍ଯ୍ୟ କରିଥିଲେ। ୨୦୧୬ ଜୁନ୍‌ରେ ୨୦ ଦିନ ଛୁଟିରେ ଘରକୁ ଆସିଥିଲେ। ଜୁନ୍‌ ୩ ତାରିଖରେ କୌଣସି କାର୍ଯ୍ୟରେ ଇଟାମାଟି ଆସି ବାଇକ୍‌ରେ ଘରକୁ ଫେରୁଥିଲେ। ଚମ୍ପତ୍ତିପୁର ପୋଲଠାରେ ଏକ ଅଜଣା ଗାଡ଼ି ଅଶୋକଙ୍କୁ ଧକ୍କା ଦେଇଥିଲା। ଏହାପରେ ବଦିଳିଗଲା ଅଶୋକଙ୍କ ଜୀବନର କାହାଣୀ । ଅଶୋକଙ୍କ ବ୍ରେନ୍‌ରେ ମାଡ଼ ହୋଇଯାଇଥିବାରୁ ଦୁର୍ଘଟଣା ପରଠାରୁ ସେ କୋମାରେ ଥିଲେ। ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଭଲ ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା। ୬ ଦିନରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା। ଏହାପରେ ଅପରେଶନ ପାଇଁ ୪୦ ଲକ୍ଷ ଖର୍ଚ୍ଚ ହେବ ବୋଲି ଉକ୍ତ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଅଶୋକଙ୍କ ବାପା ଗୋପାଳ ସାଇକେଲରେ ଗଁା ଗଁା ବୁଲି ପ୍ରେସରକୁକର ମରାମତି କାର୍ଯ୍ୟ କରୁଥିବା ବେଳେ, ଯାହା ଟଙ୍କା ସଞ୍ଚତ୍ତ ଥିଲା ସମସ୍ତ ପୁଅ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଥିଲା। କିପରି ୪୦ ଲକ୍ଷ ଟଙ୍କା ଯୋଗାଡ଼ କରି ପୁଅର ଚିକିତ୍ସା କରିବେ, ସେ ନେଇ ଚିନ୍ତାରେ ପଡିଛନ୍ତି ଗୋପାଳ ଓ ତାଙ୍କ ପରିବାର। ଏ ନେଇ ସେମାନେ ଆର୍ମି କାର୍ଯ୍ୟାଳୟକୁ ଯୋଗାଯୋଗ କରିବାରୁ କଲିକତାଠାରେ ଥିବା ଆର୍ମି କମାଣ୍ଡୋ ମେଡିକାଲରେ ଅଶୋକଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ଅଶୋକ କୋମାରୁ ମୁକ୍ତ ହୋଇଥିଲେ। ଏହାପରେ ଅଧିକ ଚିକିତ୍ସା ନିମନ୍ତେ ସୈନିକମାନଙ୍କ ପାଇଁ ଥିବା ବିହାର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଭଲ ହୋଇଥିଲେ ସୁଦ୍ଧା ଅଶୋକ ଚଲାବୁଲା କରିପାରିଲେନି କି କିଛି କଥାବାର୍ତ୍ତା କରିପାରିଲେ ନାହିଁ। ଯାହା ଖାଲି କଥା ଶୁଣିଲେ ଓ ହାତଠାରି ଡାକିଲେ। ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇପଡ଼ିଲେ ସେ। ଏହାପରେ ଜୁନ୍‌ ୨୦୧୮ ମସିହାଠାରୁ ଅଶୋକ ଘରେ ଆସି ରହିଛନ୍ତି। ମା’ ରୂପ ସାହୁ ପୁଅର ସମସ୍ତ କାର୍ଯ୍ୟ କରୁଛନ୍ତି। ଏ ପର୍ଯ୍ୟନ୍ତ ଅଶୋକଙ୍କୁ କୌଣସି ସୂତ୍ରରୁ କିଛି ବି ଆର୍ଥିକ ସହାୟତା ମିଳିପାରିନାହିଁ। ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ କି ବ୍ଲକ ପ୍ରଶାସନ ଦିବ୍ୟାଙ୍ଗ ଭତ୍ତା ଦେଉନାହାନ୍ତି। ବାପା ଗୋପାଳ ପ୍ରେସରକୁକର ମରାମତି କରି ଦିନକୁ ଯେତିକି ରୋଜଗାର କରି ଆଣୁଛନ୍ତି ସେତିକିରେ ତାଙ୍କ ପରିବାର ଚଳୁଛି। ଗୋପାଳଙ୍କ ବଡ଼ଝିଅ ବାହା ହୋଇସାରିଥିବା ବେଳେ ସାନପୁଅ ଯୁକ୍ତ ୨ ପରେ ପାଠପଢ଼ା ଛାଡ଼ିଦେଇଛନ୍ତି। ଜଣେ ଯବାନଙ୍କ ପରିବାର ଏପରି ଦୟନୀୟ ଅବସ୍ଥାରେ ଚଳୁଛନ୍ତି। ସୋମବାର କିଛି ଆର୍ଥିକ ସହାୟତା ନିମନ୍ତେ ପରିବାର ଲୋକେ ଅଶୋକଙ୍କୁ ସାଙ୍ଗରେ ଆଣି ଜିଲାପାଳଙ୍କୁ ଭେଟିଛନ୍ତି। ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକ ଅଶୋକଙ୍କୁ ୫୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା ଓ ରାଶନ ସାମଗ୍ରୀ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ପରିବାରକୁ ସହାୟତା ନିମନ୍ତେ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri