Categories: ଖେଳ

ସେମିରେ ରାନ୍‌କୀରେଡ୍ଡୀ-ଶେଟି

ବ୍ୟାଙ୍କକ୍‌,୨।୮(ପିଟି)- ଭାରତୀୟ ସାତ୍ୱିକ ସାଇରାଜ ରାନ୍‌କୀରେଡ୍ଡୀ ଓ ଚିରାଗ ଶେଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲେ। ରାନ୍‌କୀରେଡ୍ଡୀ ଓ ଶେଟି ୨୧-୧୭, ୧୭-୨୧, ୨୧-୧୯ ଗେମ୍‌ରେ ଯୋଗ୍ୟତା ପର୍ଯ୍ୟାୟରୁ ଉତ୍ତୀର୍ଣ୍ଣ ହୋଇଥିବା ଚୋଇ ସୋଲଗି ଓ ସେଓ ସେଉଙ୍ଗଙ୍କୁ ପରାସ୍ତ କରିଛନ୍ତି। ଏହି କୋରିଆନ ଖେଳାଳିଙ୍କ ବିପକ୍ଷରେ ଭାରତୀୟ ଯୋଡ଼ିର ଏହା ପ୍ରଥମ ବିଜୟ। ୧୬ତମ ର଼୍ୟାଙ୍କ୍‌ ରାନକୀରେଡ୍ଡୀ-ଶେଟି ସେମିଫାଇନାଲରେ କୋ ସୁଙ୍ଗ ହ୍ୟୁନ୍‌ ଓ ଶିନ ବେକ ଚେଓଲଙ୍କ ଯୋଡ଼ି ସହ ମୁକାବିଲା କରିବେ।

Share