ସେବାରେ ସମରପିତ ଗୁଞ୍ଜ ମା’ର ଜୀବନ୍‌

ଲାଠୋର,୧୫।୫ (ଡି.ଏନ.ଏ.): ବଏସ୍‌ ପାଖାପାଖି ଶହେ। ଜୀବନ୍‌ର ଶେଷ ମୁଡ଼ସାକେ ଛିଁ ସାରିଛନ୍‌। ହେଲେ ଆଏଜ୍‌ ବି ସେ ସେବା ମନ୍‌ବୁରତିକେ ଛାଡ଼ି ନାଇଁପାରି। ଆସେପାସେ ଯାହାର ଯେନ୍‌ ସୁବିଧା ଅସବିଧା, ଡାକ୍‌ଦେଉନ କି ନାଇଁ ଦେଉନ ସେଠାନେ ଯାଇ ସେ ଭିଡ଼ି ପଡ଼ୁଛନ୍‌। ଏନ୍‌ତା ଝନେ ମମତା ଭରା ଉଦାର ହୁରୁଦ୍‌ର ମହିଲା ହେଉଛନ୍‌ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ଗଁାର ଗୁଞ୍ଜ ବିଶି। ଅଂଚଲରେ ଲୋକ୍‌ ତାହାକୁ ଗୁଞ୍ଜ ମା’ ହିସାବେ ଜାନିଛନ୍‌।

ସୂଚନା ହିସାବେ ଖପ୍ରାଖୋଲ ବ୍ଲକ ମାଲପଡ଼ା ଗଁାର ଗୁଞ୍ଜ ବିଶିକର ପରିବାର କହେଲେ  ଦୁଇ ଝି’ ଆର ଗୁଟେ ବଲି ପୁଓକେ ନେଇ ତାକର ସଁସାର। ଆପ୍‌ନେ ଗଣ୍ଡା ବିଶି ଆଏଜ୍‌କେ ୫୦ ବଛର ତଲୁ ଆରପାରକେ ଚାଲିଯାଇଛନ୍‌। ବଡ଼ଖା ଝି’ କୈକେୟା ବିହାଚୁରା ହେଇ ନିଜର ଘର ସଁସାର କରି ରହୁଛନ୍‌। ପୁଓ ରାନୁ ବିଶି ବି ନିଜର କୁଟୁମବାଟୁମ ଧରି ରହୁଛନ୍‌। ଏନ୍‌ତାଥି ଗୁଞ୍ଜ ମା’ ତାକର ସାନ ଝି’ ସୂତୟା ପାସେ ରହୁଛନ୍‌। ଗୁଞ୍ଜ ମା’ ବହୁତ ବଛର ତଲେ ପାଟଣାଗଡ଼ରେ ୧୫ ଦିନ୍‌ ଲାଗି କଣ୍ଟ୍ରିଧାଇ ତାଲିମ ନେଇ ଅଂଚଲରେ ସୁଆସ୍‌ତିଅ ସେବା ଯୁଗେଇ ଆସୁଥିଲେ। ସେ ଅଂଚଲର ଅନେକ ଗରଭବତୀ ମହିଲାକୁଁ ସଫଲତାର ସହିତ ପିଲାତି କରିଛନ୍‌। ବନେ ବଛରକେତେ କଣ୍ଟ୍ରିଧାଇ କାମ କଲା ଉତାରୁ ମାସିକ ୨୦ ଟଁକା ଦରମାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦୁଆରା ପରିଚାଲିତ ମାଲପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରରେ ସାହାଯ୍‌ କାରନୀ ହିସାବେ ଯୋଗ ଦେଇଥିଲେ। ସେଠାନେ ୩୫ ବଛରୁ ଅଧ୍‌କା ଗଁାର ଛୁଆପୁତା ଆର ଗରଭବତୀ ମହିଲାକୁଁ ସେବା ଯୁଗେଇ ଆସୁଥିଲେ। ହେଲେ ବଏସ୍‌ ଅଧ୍‌କା ହେଲାରୁ ଚାକରି ଛାଡ଼ି ସେ କାମଟା ନିଜର ସାନ ଝି’ ସୂତୟାକେ ସମରପି ଦେଲେ। ଏହେଦେ ବଏସର ଶେଷ ମୁଡ଼ସାକେ ପୁହୁଁଚିଥିଲେ ବି ସେ ବେଶ୍‌ ଚଲଚଁଚଲ, ସବୁବେଲେ ଉଦାର ମନ୍‌ଭାବ। ନିଜର ଗଁା ଆର ଆସର ପାସର ଗଁାଗଁଡ଼ାରେ ଡକା ଅଡକା ଲୁକ୍‌କର ସୁଖ୍‌ଦୁଖ୍‌ରେ ସାମିଲ ହେଇ ସେବା ଯୁଗଉଛନ୍‌। ଏନ୍‌ତା କି ଅଂଚଲରେ କେହେନ୍‌ସି ସରକାରୀ ବେସରକାରୀ କାଯ୍‌କରମ ହେଲେ ସେଠାନେ ବି ହାବ୍‌ଡ଼ି ପଡ଼ୁଛନ୍‌ ଆର ତାକର ଦୁଆରା ଯେନ୍‌ଟା ହେଉଛେ ସେ କରୁଛନ୍‌। ହେଲେ ଇ ସେବାର ଲାଗି ସେ କେଭେ କାହାରନୁ ଟଁକେ ଶୁକେ ଆଶ୍‌ ନାଇଁକରନ। ତାକର ଇ ସେବା ମନବୁରତି ଆର ଉଦାରବାଦି ଚିନ୍‌ତାଧାରାର ଲାଗି ଅଂଚଲରେ ସଭେ ଆଦର ସହକାରେ ଗୁଞ୍ଜ ମା’ ବିଲି ଡାକୁଛନ୍‌। ହେଲେ ଆଏଜ୍‌ ଇ ମହିଲା ଅଭାବ ଅନାଟନ ଲାଗି ଘରଖଁଡ଼େ ଅଭାବୁ ଗୁଟେ ଭଂଗା ଦଦ୍‌ରା ଖପର ଘରେ ପଲିଥିନ୍‌ ଢ଼ାପି ରହୁଛନ୍‌। ଘରେ କବାଟଟେ ବି ନଁାଇଁନ। ସରକାରୀ ସୁବିଧା କହେଲେ ସେ ମାସିକ ପାଉଥିବାର ୩୫ କେ.ଜି. ଚାଉଲ ଆର ୫ଶହ ଟଁକା ଭତା। ଅଭାବ ଅନାଟନ, ଦୁଖ୍‌ସୁଖ ଭିତରେ ସଁଥ୍‌ଲି ହେଉଥିଲେ ବି ଉଦାରବାଦି ଚିନ୍‌ତାଧାରାର ଗୁଞ୍ଜ ମା’ କାହାରି ଉପରେ କିଛି ଅଭିଯୋଗ ନାଇଁ କରବାର। ଆଏଜ୍‌ ବି ସବୁବେଲେ ତାହାକୁ ଲୁକ୍‌କର ସୁଖ୍‌ଦୁଖ୍‌ର ଚିନ୍‌ତା ଲାଗିଛେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri