ସେପ୍ଟେମ୍ବରରେ ଯାତ୍ରୀବାହୀ ଯାନ ବିକ୍ରି ୨୪% ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୨୩.୬୯% ହ୍ରାସ ଘଟିଛି। ଏହି ସମୟରେ ୨,୨୩,୩୧୭ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ସମାନ ସମୟରେ ଘରୋଇ ବଜାରରେ ୨,୯୨,୬୬୦ ୟୁନିଟ ଯାନ ବିକ୍ରି ହୋଇଥିଲା। ଲଗାତର ଭାବେ ୧୧ ମାସ ଧରି ପାସେଞ୍ଜର ଯାନ ବିକ୍ରି କମୁଥିବା ଜଣାପଡିଛି। ଦେଶ ମଧ୍ୟରେ କାର ବିକ୍ରି ୩୩.୪% କମି ୧,୩୧,୨୮୧ ୟୁନିଟକୁ ଖସିଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୧,୯୭,୧୨୪ ୟୁନିଟ ରହିଥିଲା ବୋଲି ଭାରତୀୟ ଅଟୋମୋବାଇଲ ନିର୍ମାଣକାରୀ ସଂଘ(ସିଆମ୍‌) ପକ୍ଷରୁ ସୂଚନା ରହିଛି। ଗତ ମାସରେ ମୋଟର ସାଇକେଲ ବିକ୍ରି ୨୩.୨୯% କମିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ୧୩,୬୦,୪୧୫ ୟୁନିଟ ଟୁହ୍ବିଲର୍ସ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୧୦,୪୩, ୬୨୪ ୟୁନିଟ ଖସି ଆସିଛି।
ମୋଟ ଦୁଇ ଚକିଆ ଯାନ ବିକ୍ରି କଥା ବିଚାର କଲେ ଏଥିରେ ୨୨.୦୯ % ବିକ୍ରି କମିଛି। ଚଳିତ ବର୍ଷ ଏହା ୧୫.୫୬ ଲକ୍ଷ ୟୁନିଟ ରହିଛି ଯାହା ଗତ ବର୍ଷ ସମାନ ମାସରେ ୨୧.୨୬ ଲକ୍ଷ ୟୁନିଟ ଥିଲା। ଅପରପକ୍ଷରେ ଏହି ସମୟରେ ବାଣିଜି୍ୟକ ଯାନ ବିକ୍ରି ୩୯.୦୬% କମି ୫୮,୪୧୯ ୟୁନିଟ ରହିଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୯୫, ୮୭୦ ୟୁନିଟ ରହିଥିବା ସିଆମ୍‌ ପ୍ରକାଶ କରିଛି। ଏହାବାଦ ବିଭିନ୍ନ ବର୍ଗରେ ଯାନ ବିକ୍ରି ୨୨.୪୧% ହ୍ରାସ ଘଟି ୨୦.୦୪ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨୫.୮୪ ଲକ୍ଷ ୟୁନିଟ ରହିଥିଲା।
ଆର୍‌ସିଇପି ଦ୍ୱାରା ମେକ୍‌ ଇନ୍‌ ଇଣ୍ଡିଆ ବାଧାପ୍ରାପ୍ତ ନ ହେଉ
ପ୍ରସ୍ତାବିତ ରିଜିଅନାଲ କମ୍ପ୍ରିହେନସିଭ୍‌ ଇକୋନୋମିକ ପାର୍ଟନରଶିପ(ଆର୍‌ସିଇପି) ମେଗା ବାଣିଜ୍ୟ ଚୁକ୍ତି ଦ୍ୱାରା ଦେଶରେ ନିଯୁକ୍ତି ହ୍ରାସ ଏବଂ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ନ ହେଉ ବୋଲି ଅଟୋମୋବାଇଲ ନିର୍ମାଣକାରୀ ସଂଘ ସିଆମ୍‌ ଚେତାଇ ଦେଇଛି। ବ୍ୟାଙ୍କକ୍‌ରେ ଆର୍‌ସିଇପି ବୈଠକ ହେବାକୁ ଥିବା ବେଳେ ଏହା ପୂର୍ବରୁ ସଂଘ ଏଭଳି ଆଶଙ୍କା ପ୍ରକଟ କରିଛି। ଆର୍‌ସିଇପି ପରିସରରେ ରହିଥିବା ଦେଶଗୁଡିକ ଅକ୍ଟୋବର ୧୨ରେ ନିବେଶ, ଇ-କମର୍ସ ଏବଂ ବାଣିଜ୍ୟ ସଂକ୍ରାନ୍ତ ବିଭିନ୍ନ ଆଲୋଚନା କରିବେ। ଏହି ଚୁକ୍ତିରେ ଅଟୋମୋବାଇଲର କମ୍ପ୍ଲିଟ୍‌ଲି ବିଲ୍‌ଟଅପ୍‌ ୟୁନିଟସ(ସିବିୟୁ) ଆମଦାନୀକୁ ଅନୁମତି ନ ଦେବା ଲାଗି ସଂଘ ଦାବି କରିଛି। ଏହି ପ୍ରସଙ୍ଗକୁ ସରକାର ଧ୍ୟାନରେ ରଖିବେ ବୋଲି ସିଆମ୍‌ ସଭାପତି ରାଜନ ଓ୍ବାଧେରା ଆଶାବାଦୀ ଅଛନ୍ତି। ଆର୍‌ସିଇପିରେ ଦକ୍ଷିଣ ପୂର୍ବ ଏସିଆର ୧୦ ରାଷ୍ଟ୍ର ରହିଛନ୍ତି। ସେହିଭଳି ଭାରତ,ଚାଇନା, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲାଣ୍ଡ ଭଳି ୬ ଏଫ୍‌ଟିଏ ଅଂଶୀଦାର ରହିଛନ୍ତି। ହାଇବ୍ରିଡ, ଇଲେକ୍‌ଟ୍ରିକ କାର ଏବଂ ୩ ଚକିଆ ଯାନ ଭଳି ୨୮ ବର୍ଗର ସାମଗ୍ରୀକୁ ଏହି ଚୁକ୍ତି ପରିସର ବାହାରେ ରଖାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।
ଅଟୋ ଶିଳ୍ପ ପ୍ରତିନିଧିଙ୍କ ସହ ନିରନ୍ତର ଭିତ୍ତିରେ ଆଲୋଚନା କରାଯାଉଛି: ସୀତାରାମନ
ଦେଶର ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏ ଦିଗରେ ସରକାର ଧ୍ୟାନ ରଖିଛନ୍ତି। ଅଟୋଶିଳ୍ପ ପ୍ରତିନଧିଙ୍କ ସହ ସରକାର ନିରନ୍ତର ଭିତ୍ତିରେ ଆଲୋଚନା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ସେହିଭଳି ଅନ୍ୟ କ୍ଷେତ୍ର ପ୍ରତିନିଧିଙ୍କ ସହ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ସେମାନଙ୍କ ଦାବିକୁ ଶୁଣାଯିବ ବୋଲି ସୀତାରାମନ ପ୍ରକାଶ କରିଛନ୍ତି। ଅଟୋ ଶିଳ୍ପ ପ୍ରତିନିଧି ତାଙ୍କୁ ୨ଥର ଭେଟିଥିବା ସୀତାରାମନ କହିଛନ୍ତି। ଅଟୋ ଶିଳ୍ପରେ ଚାହିଦା ବର୍ତ୍ତମାନ ସୁଦ୍ଧା ଫେରି ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଯଦି କୌଣସି କ୍ଷେତ୍ର କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଜାଣିବାକୁ ଚାହୁଛନ୍ତି ତେବେ ଉକ୍ତ ସୂଚନା ସରକାର ଦେବେ ବୋଲି ସେ କହିଛନ୍ତି। ଚାହିଦା ବୃଦ୍ଧି କରିବା ଲାଗି ଆହୁରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆବଶ୍ୟକତା ଭିତ୍ତିରେ ଏହା ହାତକୁ ସରକାର ନେଉଛନ୍ତି। ସୁଧହାର ହ୍ରାସ ଫାଇଦା ଲୋକଙ୍କ ନିକଟରେ ପହଞ୍ଚୁ ନ ଥିବାରୁ ସେ ଦିଗରେ କାର୍ଯ୍ୟ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ କୁହାଯାଇଛି ବୋଲି ସୀତାରାମନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri