ସେପ୍ଟେମ୍ବରରେ ଯାତ୍ରୀବାହୀ ଯାନ ବିକ୍ରି ୨୪% ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୨୩.୬୯% ହ୍ରାସ ଘଟିଛି। ଏହି ସମୟରେ ୨,୨୩,୩୧୭ ୟୁନିଟ ଯାନ ବିକ୍ରି ହୋଇଛି। ଗତ ବର୍ଷ ସମାନ ସମୟରେ ଘରୋଇ ବଜାରରେ ୨,୯୨,୬୬୦ ୟୁନିଟ ଯାନ ବିକ୍ରି ହୋଇଥିଲା। ଲଗାତର ଭାବେ ୧୧ ମାସ ଧରି ପାସେଞ୍ଜର ଯାନ ବିକ୍ରି କମୁଥିବା ଜଣାପଡିଛି। ଦେଶ ମଧ୍ୟରେ କାର ବିକ୍ରି ୩୩.୪% କମି ୧,୩୧,୨୮୧ ୟୁନିଟକୁ ଖସିଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୧,୯୭,୧୨୪ ୟୁନିଟ ରହିଥିଲା ବୋଲି ଭାରତୀୟ ଅଟୋମୋବାଇଲ ନିର୍ମାଣକାରୀ ସଂଘ(ସିଆମ୍‌) ପକ୍ଷରୁ ସୂଚନା ରହିଛି। ଗତ ମାସରେ ମୋଟର ସାଇକେଲ ବିକ୍ରି ୨୩.୨୯% କମିଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ୧୩,୬୦,୪୧୫ ୟୁନିଟ ଟୁହ୍ବିଲର୍ସ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୧୦,୪୩, ୬୨୪ ୟୁନିଟ ଖସି ଆସିଛି।
ମୋଟ ଦୁଇ ଚକିଆ ଯାନ ବିକ୍ରି କଥା ବିଚାର କଲେ ଏଥିରେ ୨୨.୦୯ % ବିକ୍ରି କମିଛି। ଚଳିତ ବର୍ଷ ଏହା ୧୫.୫୬ ଲକ୍ଷ ୟୁନିଟ ରହିଛି ଯାହା ଗତ ବର୍ଷ ସମାନ ମାସରେ ୨୧.୨୬ ଲକ୍ଷ ୟୁନିଟ ଥିଲା। ଅପରପକ୍ଷରେ ଏହି ସମୟରେ ବାଣିଜି୍ୟକ ଯାନ ବିକ୍ରି ୩୯.୦୬% କମି ୫୮,୪୧୯ ୟୁନିଟ ରହିଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୯୫, ୮୭୦ ୟୁନିଟ ରହିଥିବା ସିଆମ୍‌ ପ୍ରକାଶ କରିଛି। ଏହାବାଦ ବିଭିନ୍ନ ବର୍ଗରେ ଯାନ ବିକ୍ରି ୨୨.୪୧% ହ୍ରାସ ଘଟି ୨୦.୦୪ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨୫.୮୪ ଲକ୍ଷ ୟୁନିଟ ରହିଥିଲା।
ଆର୍‌ସିଇପି ଦ୍ୱାରା ମେକ୍‌ ଇନ୍‌ ଇଣ୍ଡିଆ ବାଧାପ୍ରାପ୍ତ ନ ହେଉ
ପ୍ରସ୍ତାବିତ ରିଜିଅନାଲ କମ୍ପ୍ରିହେନସିଭ୍‌ ଇକୋନୋମିକ ପାର୍ଟନରଶିପ(ଆର୍‌ସିଇପି) ମେଗା ବାଣିଜ୍ୟ ଚୁକ୍ତି ଦ୍ୱାରା ଦେଶରେ ନିଯୁକ୍ତି ହ୍ରାସ ଏବଂ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ନ ହେଉ ବୋଲି ଅଟୋମୋବାଇଲ ନିର୍ମାଣକାରୀ ସଂଘ ସିଆମ୍‌ ଚେତାଇ ଦେଇଛି। ବ୍ୟାଙ୍କକ୍‌ରେ ଆର୍‌ସିଇପି ବୈଠକ ହେବାକୁ ଥିବା ବେଳେ ଏହା ପୂର୍ବରୁ ସଂଘ ଏଭଳି ଆଶଙ୍କା ପ୍ରକଟ କରିଛି। ଆର୍‌ସିଇପି ପରିସରରେ ରହିଥିବା ଦେଶଗୁଡିକ ଅକ୍ଟୋବର ୧୨ରେ ନିବେଶ, ଇ-କମର୍ସ ଏବଂ ବାଣିଜ୍ୟ ସଂକ୍ରାନ୍ତ ବିଭିନ୍ନ ଆଲୋଚନା କରିବେ। ଏହି ଚୁକ୍ତିରେ ଅଟୋମୋବାଇଲର କମ୍ପ୍ଲିଟ୍‌ଲି ବିଲ୍‌ଟଅପ୍‌ ୟୁନିଟସ(ସିବିୟୁ) ଆମଦାନୀକୁ ଅନୁମତି ନ ଦେବା ଲାଗି ସଂଘ ଦାବି କରିଛି। ଏହି ପ୍ରସଙ୍ଗକୁ ସରକାର ଧ୍ୟାନରେ ରଖିବେ ବୋଲି ସିଆମ୍‌ ସଭାପତି ରାଜନ ଓ୍ବାଧେରା ଆଶାବାଦୀ ଅଛନ୍ତି। ଆର୍‌ସିଇପିରେ ଦକ୍ଷିଣ ପୂର୍ବ ଏସିଆର ୧୦ ରାଷ୍ଟ୍ର ରହିଛନ୍ତି। ସେହିଭଳି ଭାରତ,ଚାଇନା, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲାଣ୍ଡ ଭଳି ୬ ଏଫ୍‌ଟିଏ ଅଂଶୀଦାର ରହିଛନ୍ତି। ହାଇବ୍ରିଡ, ଇଲେକ୍‌ଟ୍ରିକ କାର ଏବଂ ୩ ଚକିଆ ଯାନ ଭଳି ୨୮ ବର୍ଗର ସାମଗ୍ରୀକୁ ଏହି ଚୁକ୍ତି ପରିସର ବାହାରେ ରଖାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।
ଅଟୋ ଶିଳ୍ପ ପ୍ରତିନିଧିଙ୍କ ସହ ନିରନ୍ତର ଭିତ୍ତିରେ ଆଲୋଚନା କରାଯାଉଛି: ସୀତାରାମନ
ଦେଶର ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏ ଦିଗରେ ସରକାର ଧ୍ୟାନ ରଖିଛନ୍ତି। ଅଟୋଶିଳ୍ପ ପ୍ରତିନଧିଙ୍କ ସହ ସରକାର ନିରନ୍ତର ଭିତ୍ତିରେ ଆଲୋଚନା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ସେହିଭଳି ଅନ୍ୟ କ୍ଷେତ୍ର ପ୍ରତିନିଧିଙ୍କ ସହ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ସେମାନଙ୍କ ଦାବିକୁ ଶୁଣାଯିବ ବୋଲି ସୀତାରାମନ ପ୍ରକାଶ କରିଛନ୍ତି। ଅଟୋ ଶିଳ୍ପ ପ୍ରତିନିଧି ତାଙ୍କୁ ୨ଥର ଭେଟିଥିବା ସୀତାରାମନ କହିଛନ୍ତି। ଅଟୋ ଶିଳ୍ପରେ ଚାହିଦା ବର୍ତ୍ତମାନ ସୁଦ୍ଧା ଫେରି ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଯଦି କୌଣସି କ୍ଷେତ୍ର କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଜାଣିବାକୁ ଚାହୁଛନ୍ତି ତେବେ ଉକ୍ତ ସୂଚନା ସରକାର ଦେବେ ବୋଲି ସେ କହିଛନ୍ତି। ଚାହିଦା ବୃଦ୍ଧି କରିବା ଲାଗି ଆହୁରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆବଶ୍ୟକତା ଭିତ୍ତିରେ ଏହା ହାତକୁ ସରକାର ନେଉଛନ୍ତି। ସୁଧହାର ହ୍ରାସ ଫାଇଦା ଲୋକଙ୍କ ନିକଟରେ ପହଞ୍ଚୁ ନ ଥିବାରୁ ସେ ଦିଗରେ କାର୍ଯ୍ୟ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ କୁହାଯାଇଛି ବୋଲି ସୀତାରାମନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri