ସୂର୍ଯ୍ୟମନ୍ଦିରରେ ପୂଜା

ନୂଆକରି ଆରମ୍ଭ ହୋଇଥିବା ଯାତ୍ରାନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’ର ପ୍ରଥମ ନାଟକ ହେଉଛି ‘ପୁଅ ଯିବ ଶାଶୁଘର’। ସାଧାରଣତଃ ଝିଅମାନେ ଶାଶୁଘରକୁ ଯାଉଥିବା ବେଳେ ‘ଅପେରା ସୂର୍ଯ୍ୟମନ୍ଦିର’ ଏଥର ପୁଅମାନଙ୍କୁ ଶାଶୁଘରକୁ ପଠେଇବାର ଯୋଜନା କରୁଛି। ଏହି ନାଟକରେ ରହିଛି ଗୋଟିଏ ଆଦର୍ଶ ଝିଅର ଚରିତ୍ର। ସେ ଯୁକ୍ତି କରେ ଯେ, ଓଡ଼ିଆ ଘରର ଝିଅମାନେ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର। ସେମାନେ ବାହା ହୁଅନ୍ତି। ମଥାରେ ଓଢ଼ଣାଟାଣି ସେ ଶାଶୁଘରକୁ ଯାଆନ୍ତି। ସ୍ବାମୀକୁ ନେଇ ସଂସାର ଗଢ଼ନ୍ତି। ଏହା ହେଉଛି ସବୁ ଓଡ଼ିଆ ଝିଅଙ୍କର ସ୍ବପ୍ନ। ଯଦି କେହି ତା’ ସ୍ବାମୀକୁ ଘରଜ୍ୱାଇଁଆ କହେ ତା’ହେଲେ ସେ ସହିପାରେନି। ସ୍ବାମୀକୁ ବାପ ଘରେ ଘରଜ୍ୱାଇଁଆ ଆସନରେ ଦେଖି କୌଣସି ଓଡ଼ିଆ ଝିଅ କେବେ ସୁଖୀ ହୁଏ ନାହିଁ।

ସୂଚନାଯୋଗ୍ୟ, ଏମିତି ଏକ ଚରିତ୍ର ମିଳିଛି ଅଭିନେତ୍ରୀ ପୂଜାଙ୍କୁ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଥିବା ନୂଆଯାତ୍ରା ସିଜନ୍‌ରେ ପୂଜା ଓରଫ୍‌ ପୂଜାରାଣୀ ବିଶ୍ୱାଳଙ୍କୁ ଏଭଳି ଏକ ଚରିତ୍ରରେ ଦେଖିବାକୁ ପାଇବେ ଯାତ୍ରା ଦର୍ଶକ। ‘ଅପେରା ସୂର୍ଯ୍ୟମନ୍ଦିର’ର ପ୍ରଥମ ନାଟକ ‘ପୁଅ ଯିବ ଶାଶୁଘର’ରେ ପୂଜା ପୋଲିସ୍‌ ଇନ୍ସପେକ୍ଟର ମାନସୀ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ସେ ଯାହାକୁ ବାହା ହେଉଛନ୍ତି ସେ ଘରଜ୍ୱାଇଁଆ ହୋଇ ଆସି ତାଙ୍କ ବାପ ଘରେ ରହୁଛି। ଏକଥାକୁ ମାନସୀ ବରଦାସ୍ତ କରିପାରୁନାହିଁ। ବାପ ଉପରେ ବିରକ୍ତ ହେଉଛି। ସ୍ବାମୀକୁ ଟର୍ଚ୍ଚର କରୁଛି। କାରଣ ସେ ଚାହୁଁନାହିଁ ଯେ, ତା’ ସ୍ବାମୀ ତା’ ଘରେ ରହୁ।

ଚରିତ୍ରଟିରେ ଉଭୟ ପଜିଟିଭ୍‌ ଓ ନେଗେଟିଭ୍‌ ଟଚ୍‌ ରହିଥିଲେ ମଧ୍ୟ ସାମଗ୍ରିକ ଭାବରେ ଚରିତ୍ରଟି ଯେ ଏକ ମହାନ୍‌ ଆଦର୍ଶ ଉପରେ ଠିଆ ହୋଇଛି ସେକଥାକୁ ଅସ୍ବୀକାର କରାଯାଇ ପାରିବନି। ପୂଜା ମଧ୍ୟ ନିଜର ଚରିତ୍ରଟିକୁ ନେଇ ଖୁବ୍‌ ଆଶାବାଦୀ ଅଛନ୍ତି। ଏଥିରେ ତାଙ୍କ ପାଇଁ ଭରପୂର ଅଭିନୟର ସୁଯୋଗ ରହିଛି। ଆଉ ଦର୍ଶକ ନିଶ୍ଚିତ ଭାବରେ ତାଙ୍କୁ ଗ୍ରହଣ କରିବେ ବୋଲି ପୂଜା ମତବ୍ୟକ୍ତ କରନ୍ତି। ଏହି ନାଟକଟିକୁ ଗଣେଶ ରାଉତ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ରୁମୋଚନ ମହାନ୍ତି। ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ମାୟାବିନୀ ମୌସୁମୀ’ ଏବଂ ‘ଭିତିରି କଥା’।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri