Posted inଜାତୀୟ

ସୂତାଖିଅରେ ସରକାର

ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ବିଧାୟକମାନେ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ୧୩ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କର ଇସ୍ତଫାପତ୍ର ଗ୍ରହଣଯୋଗ୍ୟ ହୋଇ ନ ଥିବା ଦର୍ଶାଇ ଉପଯୁକ୍ତ ଭାବେ ପୁଣିଥରେ ପ୍ରଦାନ କରିବାକୁ ମଙ୍ଗଳବାର ବାଚସ୍ପତି କେ.ଆର୍‌. ରମେଶ କୁମାର ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବିଧାୟକମାନେ ମୁମ୍ବାଇରୁ ଗୋଆ ଯାଇଥିବାରୁ ଏହି ସଙ୍କଟ ଶୀଘ୍ର ଦୂର ହେବାର ଆଶା ଦିଶୁନାହିଁ। ଫଳରେ ଏଚ୍‌. ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ତେରମାସିଆ ମେଣ୍ଟ ସରକାରଙ୍କ ଭାଗ୍ୟ ସୂତାଖିଅରେ ଝୁଲିରହିଛି।
ପୂର୍ବରୁ କଂଗ୍ରେସର ୧୦ ଓ ଜେଡିଏସ୍‌ର ୩ ବିଧାୟକ ଇସ୍ତଫା ଦେଇଥିବାବେଳେ ମଙ୍ଗଳବାର ଶିବାଜୀନଗରର ନିଲମ୍ବିତ ବିଧାୟକ ଆର. ରୋଶନ୍‌ ବାଇଗ୍‌ ପଦ ଛାଡ଼ି ଏହି ଅସନ୍ତୁଷ୍ଟ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଏନେଇ ବାଚସ୍ପତି କହିଛନ୍ତି, ରୋଶନ୍‌ଙ୍କ ଇସ୍ତଫାପତ୍ର ଯାଞ୍ଚ କରାଯିବ। ପୂର୍ବରୁ ୧୩ ବିଧାୟକଙ୍କ ମଧ୍ୟରୁ ୫ ଜଣ ନିୟମାନୁସାରେ ଉପଯୁକ୍ତ ଫର୍ମାଟରେ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେମାନେ ହେଲେ ଆନନ୍ଦ ସିଂ, ନାରାୟଣ ଗୌଡ଼ା, ପ୍ରତାପ ଗୌଡ଼ା ପାଟିଲ, ଗୋପାଲାଲୈଆ ଓ ରାମାଲିଙ୍ଗା ରେଡ୍ଡୀ। ଆନନ୍ଦ ସିଂ. ପ୍ରତାପ ଗୌଡ଼ା ଓ ନାରାୟଣ ଗୌଡ଼ାଙ୍କୁ ଆସନ୍ତା ୧୨ ତାରିଖ ଅପରାହ୍ନରେ ବ୍ୟକ୍ତିଗତ ହାଜିରା ପାଇଁ ପରାମର୍ଶ ଦିଆଯାଇଛି। ଏହି ଦିନ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୧୩ ଓ ୧୪ ତାରିଖ ଛୁଟି ପଡ଼ୁଛି। ତେଣୁ କେ. ଗୋପାଲାଲୈୟା ଓ ରାମାଲିଙ୍ଗା ରେଡ୍ଡୀଙ୍କ ଇସ୍ତଫାପତ୍ରର ବିଚାର ୧୫ ତାରିଖରେ କରାଯିବ। ଅବଶିଷ୍ଟ ୮ ବିଧାୟକ ୨୧ରେ ପୁନଃ ଇସ୍ତଫାପତ୍ର ଦେଇପାରିବେ। ୧୧ ତାରିଖରେ ଲିଖିତ ଭାବେ ନିଜ ଯୁକ୍ତି ଉପସ୍ଥାପନ ପାଇଁ ସେମାନଙ୍କୁ ରିମାଇଣ୍ଡର ଦିଆଯାଇଛି। ଡାକ ଯୋଗେ ସବୁକିଛି ସମ୍ଭବ ନୁହେଁ। ରୁଲ୍‌ ବୁକ୍‌ ଦେଖି ବରିଷ୍ଠଙ୍କ ପରାମର୍ଶ ନେବା ପରେ ବିଚାର କରାଯିବ। କାରଣ ଯେକୌଣସି ପଦକ୍ଷେପ ନିଆଯିବ ତାହା ଇତିହାସ ପାଲଟିବ। ଏଭଳି ସମୟରେ ସେ ଭୁଲ କରିବାକୁ ଚାହିଁବେ ନାହିଁ। ପର ପିଢ଼ି ତାଙ୍କୁ ଅଭିଯୁକ୍ତ ଭାବେ ଦେଖୁ ତାହା ସେ ଚାହାନ୍ତି ନାହିଁ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି। ସେପଟେ ମୁମ୍ବାଇରୁ ଗୋଆ ଯାଇଥିବା ବିଦ୍ରୋହୀ ବିଧାୟକମାନେ ଭାଜପାରେ ଯୋଗଦେବା ପାଇଁ ଧମକ ଦେଇଛନ୍ତି। ବିଧାୟକମାନଙ୍କୁ ଭାଜପା ବନ୍ଧୁକ ମୁନରେ ବନ୍ଦୀ ରଖିଛି ବୋଲି କଂଗ୍ରେସ ନେତା ଜମିର ଅହମ୍ମଦ ଅଭିଯୋଗ ଆଣିଛନ୍ତି। ସେମାନଙ୍କୁ ଛାଡ଼ି ଦିଆଗଲେ ବିଧାୟକମାନେ କଂଗ୍ରେସକୁ ଫେରିଆସିବେ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୨ ବିଧାୟକ ଶନିବାର ଓ ପୂର୍ବରୁ ଜଣେ ଇସ୍ତଫା ଦେଇଥିବାବେଳେ ଦୁଇ ସ୍ବାଧୀନ ସଦସ୍ୟ ଏଚ୍‌. ନାଗେଶ ଏବଂ ଆର୍‌. ଶଙ୍କର ସୋମବାର ସରକାରଙ୍କଠାରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିଥିଲେ। ଦୁଇ ସ୍ବାଧୀନ ବିଧାୟକଙ୍କ ସହ ଭାଜପା ପାଖରେ ୧୦୭ ସଦସ୍ୟଙ୍କ ସମର୍ଥନ ରହିଛି। ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୩। କଂଗ୍ରେସର ୧୧ ଏବଂ ଜେଡିଏସ୍‌ର ୩ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ ହେଲେ ମେଣ୍ଟ ବିଧାୟକଙ୍କ ସଂଖ୍ୟା ୧୦୨କୁ ଖସିଯିବ। ଶାସକ ଓ ବିରୋଧୀଙ୍କ ସଂଖ୍ୟା ସମାନ (ଟାଏ) ହେଲେ ବାଚସ୍ପତି ମଧ୍ୟ ଭୋଟ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri