ସୁସ୍ଥ ହେଲେ ୪ କରୋନା ସଂକ୍ରମିତ

ଭୁବନେଶ୍ୱର,୩।୫: ରାଜ୍ୟର ୪ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଥିବାବେଳେ ଜଣେ ବାଲେଶ୍ୱରର ରହିଛନ୍ତି। ଏହି ୪ ଜଣଙ୍କୁ ମିଶାଇ ରାଜ୍ୟର ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି।