ସୁସ୍ଥ ରହିବା ଅନ୍ତରାଳେ…

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜକୁ ସୁସ୍ଥ ରଖିବା ଅପରିହାର୍ଯ୍ୟ। ତେଣୁ ଆମକୁ କେତୋଟି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ..

ଖାଦ୍ୟପେୟ : ଆମେ ସୁସ୍ଥ ରହିବା ପଛରେ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁବେଳେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସ୍ବାସ୍ଥ୍ୟ ପାଇଁ ସେତେ ଭଲ। ଏପରି ଖାଦ୍ୟ ଖାଆନ୍ତୁ, ଯାହା ସହଜରେ ହଜମ ହୋଇଯିବ।
ପାଣି : ଖାଦ୍ୟ ଖାଇବା ସହ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୨-୩ଲିଟର ପାଣି ପିଇପାରନ୍ତି। କାରଣ ଖାଦ୍ୟକୁ ହଜମ କରିବାରେ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତା’ ସହ ଶରୀରରେ ଜଳୀୟ ଅଂଶକୁ ମଧ୍ୟ ସନ୍ତୁଳିତ ରଖେ।
ନିଦ୍ରା : ଆମେ ଦିନକୁ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ନିହାତି ଦରକାର। କାରଣ ଯଦି ନିଦ୍ରାରେ ଅନିୟମିତତା ପରିଲକ୍ଷିତ ହେଲା ତେବେ ତାହା ପରୋକ୍ଷରେ କେତେକ ରୋଗର କାରଣ ପାଲଟିଥାଏ। ବିଶେଷଭାବରେ ରାତ୍ରଭୋଜନ ଏବଂ ଶୋଇବା ସମୟ ମଧ୍ୟରେ ଅତିକମ୍‌ରେ ଦୁଇ ଘଣ୍ଟାର ବ୍ୟବଧାନ ରହିବା ଦରକାର। ଅନ୍ୟପକ୍ଷରେ ଶୋଇବା ଘରର ପରିବେଶ ସବୁବେଳେ ସ୍ବାସ୍ଥ୍ୟ ଉପଯୋଗୀ ହେବା ଆବଶ୍ୟକ।
ଦୈନନ୍ଦିନ ଜୀବନଶୈଳୀ : ଆମେ ଯଦି ସୁସ୍ଥ ରହିବା ତେବେ ଆମକୁ ନିଜର ଦୈନନ୍ଦିନ ଜୀବନ ଶୈଳୀକୁ ଗୁରୁତ୍ୱ ଦେବାକୁ ପଡିବ। ପ୍ରତିଦିନ ସକାଳୁ ଅଧ ଘଣ୍ଟାଏ ଚାଲନ୍ତୁ। ତା’ ସହ ଯଦି କିଛି ବ୍ୟାୟାମ କରିପାରିଲେ ତାହା ସ୍ବାସ୍ଥ୍ୟ ପାଇଁ ଆହୁରି ଉପକାରୀ ସାବ୍ୟସ୍ତ ହୋଇଥାଏ। ନିଜକୁ ଟେନ୍‌ସନଠାରୁ ଯେତେ ଦୂରେଇ ରଖିବେ ତାହା ସ୍ବାସ୍ଥ୍ୟ ପାଇଁ ସେତେ ଭଲ।
ସ୍ବାସ୍ଥ୍ୟ ପରୀକ୍ଷା : ଆମେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ନିହାତି ଦରକାର। କୌଣସି ରୋଗର ଲକ୍ଷଣ ପ୍ରକାଶ ପାଇଲେ ତାହାକୁ ଅବହେଳା ନ କରି ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସିତ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri