ସୁରଟ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ତତ୍ପର: ୨୩ କୋଚିଂ ସେଣ୍ଟରରେ ଯାଞ୍ଚ

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ନିକଟରେ ଗୁଜରାଟର ସୁରଟରେ ଘଟିଥିବା ଏକ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ ୨୩ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହି ଘଟଣା ପରେ ଓଡିଶା ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛି। ଅଗ୍ନିଶମ ଡିଜି ବି.କେ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ପର୍ଯ୍ୟାୟରେ ଟ୍ବିନ୍‌ସିଟି କଟକ ଓ ଭୁବନେଶ୍ୱରରେ ଏକାଧିକ କୋଚିଂ ସେଣ୍ଟରରେ ସୋମବାରଠାରୁ ଚଢ଼ାଉ ଆରମ୍ଭ ହୋଇଛି। ଏହି ଚଢାଉରେ ୨୨ଟି ଟିମ୍‌ ସାମିଲ ରହିଥିବାବେଳେ ପ୍ରତି ଟିମ୍‌ରେ ୫ଜଣ କର୍ମଚାରୀ ରହିଛନ୍ତି। ପ୍ରତି ଟିମ୍‌ ଦାୟିତ୍ୱ ଜଣେ ବରିଷ୍ଠ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ସୋମବାର ଭୁବନେଶ୍ୱରରେ ୧୫ ଓ କଟକରେ ୮ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏଥିସହ ଜରୁରିକାଳୀନ ପରିସ୍ଥିତିରେ କିଭଳି ନିଜକୁ ବଞ୍ଚାଇ ପାରିବ ସେନେଇ ସଚେତନ କରାଇଛନ୍ତି। ସେହିଭଳି କୋଚିଂ ସେଣ୍ଟରର ମାଲିକମାନଙ୍କୁ ଆବଶ୍ୟକ ଅଗ୍ନି ନିରାପତ୍ତା ଯନ୍ତ୍ର ମହଜୁଦ ରଖିବା ଓ ତାହାର ପରିଚାଳନା ତଥା ବ୍ୟବହାର ଉପରେ ସଚେତନ କରାଯାଇଛି। ନିଅଁା ଲାଗିଲେ ଛାତ୍ରୀଛାତ୍ରମାନେ କିପରି ନିଅଁା ଓ ଧୂଅଁା ଦାଉରୁ ନିଜକୁ ରକ୍ଷା କରିପାରିବେ ସେ ସମ୍ପର୍କରେ ନାନା ପରାମର୍ଶ ଦେଇଛନ୍ତି। ତେବେ ଯାଞ୍ଚ ସମୟରେ ବହୁ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଅଗ୍ନି ନିରାପତ୍ତା ଯନ୍ତ୍ରପାତି ଥିଲେ ମଧ୍ୟ ତାହା ଠିକ୍‌ଭାବେ କାର୍ଯ୍ୟକ୍ଷମ ନ ଥିଲା। ଆଉ କେତେକ ସ୍ଥାନରେ ଫାୟାର ଏଷ୍ଟିଂଗୁଇସର ବ୍ୟବହାର ଅନେକଙ୍କୁ ଜଣା ନ ଥିଲା। ବହୁ ସ୍ଥାନରେ ଘର, ଶିଡି ଓ ଅଗଣାଗୁଡିକରେ ଦହନୀୟ ପଦାର୍ଥ ଟାୟାର, କାର୍ଟୁନ, କାଠ, କାଗଜ, କପଡା ଆଦି ଅନାବଶ୍ୟକ ସାମଗ୍ରୀ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ସ୍ଥାନରେ ପିଲାଙ୍କ ପାଇଁ ସତର୍କ ସୂଚନା ଫଳକ ନ ଥିଲା। ତେଣୁ ତୁରନ୍ତ ନିୟମ ପାଳନ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅନାବଶ୍ୟକ ଦହନୀୟ ସାମଗ୍ରୀ ହଟାଇବାକୁ କୋଚିଂ ସେଣ୍ଟର ମାଲିକ ଓ ପରିଚାଳକଙ୍କୁ ତାଗିଦ କରାଯାଇଥିଲା। ଯେଉଁ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ସେସବୁ ସଂସ୍ଥାକୁ ୧୫ ଦିନିଆ ନୋଟିସ କରାଯାଇଛି। ଏହାପରେ ପୁଣି ଯାଞ୍ଚ କରାଯିବ। ଯଦି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ଡିଜି ବି.କେ. ଶର୍ମା କହିଛନ୍ତି। ତାଙ୍କ ସୂଚନାନୁସାରେ, ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସହରରେ ଥିବା ଛୋଟବଡ଼ କୋଚିଂ ସେଣ୍ଟରରେ ଚଢାଉ ଜାରି ରହିବ। ଏହାସହ ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଯାଞ୍ଚ କଡାକଡି ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌, ସରକାର ଆଣୁଛନ୍ତି ନୂଆ ନିୟମ

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ଅଣ୍ଡା ଉତ୍ପାଦକମାନେ ୧ ଏପ୍ରିଲରୁ ପ୍ରତ୍ୟେକ ଅଣ୍ଡାରେ…

SCB ମେଡିକାଲ ଅଗ୍ନିକାଣ୍ଡ: ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କଟକ,୧୭।୩: କଟକ SCB ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ।…

ଇସ୍ତଫା ଦିଅନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀ: ନବୀନଙ୍କ ଦାବି

ଭୁବନେଶ୍ୱର,୧୭।୩: SCB ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ…

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri