ସୁଯୋଗ ଅପେକ୍ଷାରେ ବିନି

ଜୟଶ୍ରୀ ମହାନ୍ତି ଓରଫ ବିନି। ୨୦୦୫ରୁ ୨୦୧୭ ଭିତରେ ସେ ଅନେକ ଥିଏଟର ନାଟକରେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ଅନେକ ସଫଳତା। ବାଘାଯତୀନ ଲୋକାନାଟ୍ୟର ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କୁ ଜଲିଉଡ୍‌ରୁ ଡାକରା ଆସିଥିଲା। ଏ ସମ୍ପର୍କରେ ଜୟଶ୍ରୀ କହନ୍ତି, ‘ ନିର୍ଦ୍ଦେଶକ ଗୁରୁ ମିଶ୍ର ହଠାତ୍‌ ମୋତେ ବାଘାଯତୀନ ଲୋକନାଟ୍ୟରେ ଅଭିନୟ କରିବାକୁ ଅଫର ଦେଇଥିଲେ। ତାହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବି ଗ୍ରହଣ କରିଥିଲି। ତାଙ୍କ ନିର୍ଦ୍ଦେଶିତ ତଥା ଗଣେଶ ରାଉତଙ୍କ ରଚିତ ନାଟକ ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’ରେ ପାର୍ଶ୍ୱନାୟିକା ମୀନାକ୍ଷୀଙ୍କ ଭୂମିକା ସତେ ଯେମିତି ମୋ ପାଇଁ ଚ୍ୟାଲେଞ୍ଜ ଥିଲା। ଗୋଟିଏ ଦିନରେ ରିହର୍ସାଲ ଶେଷ କରିଥିଲି। ଅପେରା ଜଗତରେ ମୋର ଏଣ୍ଟ୍ରି ହୋଇଥିଲା ୨୦୧୭ରେ। ମାତ୍ର ଦୁଇବର୍ଷ ମଧ୍ୟରେ ମୁଁ ‘ପାକିସ୍ତାନୀ ଝିଅ ଭାରତକେ ଲିୟେ ଶହୀଦ (ଗୀତା), କଳା ଓଢ଼ଣି (ରୂପା), କି ରଙ୍ଗେ ନାଚୁଛି କନକ ଗୋରୀ (ଶୀଲା), ମୃତ୍ୟୁ ଦଣ୍ଡ (ରାଧିକା), ରାତି ସପନକୁ କରିଛି ସାଥୀ ଏବଂ ତୋ ନଁାରେ ମୋ ନଁାକୁ ଦେଇଛି ଯୋଡିରେ ମୋତେ ଯେଉଁ ଭୂମିକା ମିଳିଛି ତାହାକୁ ବେଶ୍‌ ସୂଚାରୁ ରୂପେ ତୁଲାଇଛି। ବାଘାଯତୀନ ପରେ ଏବର୍ଷ ମୁଁ ନୂଆ ଅପେରା ପାର୍ଟି ‘ସୂର୍ଯ୍ୟମନ୍ଦିର’ରେ ଯୋଗ ଦେଇଛି। ଏହାର ପ୍ରଥମ ନାଟକ ‘ପୁଅ ଯିବ ଶାଶୁଘର’ (ରଚନା -ଗଣେଶ ରାଉତ, ନିର୍ଦ୍ଦେଶନା-ଅଶ୍ରୁମୋଚନ ମହାନ୍ତି)ରେ ମୋତେ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା।’ ଆଗଧାଡିର ଥିଏଟର ଅନୁଷ୍ଠାନ ଉତ୍ତରପୁରୁଷରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ନିଜ ଅଭିନୟ ଜୀବନରେ ଦର୍ଶକଙ୍କୁ ସର୍ବାଗ୍ରେ ସ୍ମରଣ କରନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri