Categories: ଖେଳ

ସୁମୋ ରେସଲରଙ୍କ ସହ ଲଢ଼ିଲେ ଜୋକୋଭିଚ୍‌

ଟୋକିଓ,୦୧।୧୦: ସର୍ବିଆର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଏବେ ଜାପାନ ଓପନରେ ଭାଗ ନେବା ପାଇଁ ଏଠାରେ ଅଛନ୍ତି। ଟ୍ରେନିଂରୁ ବ୍ରେକ ନେଇ ସେ ଜାପାନର ଜାତୀୟ କ୍ରୀଡ଼ା ସୁମୋ ରେସଲିଂର ମଜା ନେଇଛନ୍ତି। ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ରେସଲରଙ୍କ ଫାଇଟ୍‌ ଦେଖିବା ସହ ଏହି କ୍ରୀଡ଼ାର କିଛି ଟେକନିକ ଶିକ୍ଷା କରିଥିଲେ। ରେଫରି ଭାବେ ମ୍ୟାଚ୍‌ ପରିଚାଳନା ମଧ୍ୟ କରିଥିଲେ। ୩୨ ବର୍ଷୀୟ ଖେଳାଳି ଜୋକୋଭିଚ୍‌ ଇନ୍‌ଷ୍ଟାଗ୍ରାମରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ସୁମୋ ରେସଲିଂ ଜାପାନରେ ଏକ ଧାର୍ମିକ କ୍ରୀଡ଼ା। ଏହି କ୍ରୀଡ଼ାର ମଜା ନେବାକୁ ମୋତେ ସୁଯୋଗ ମିଳିବା ମୋ ପାଇଁ ସମ୍ମାନର ବିଷୟ ବୋଲି କ୍ୟାପଶନରେ ଲେଖିଛନ୍ତି। ଉଲ୍ଲେଖଥାଉ କି, ସୁମୋ ରେସଲରମାନେ ଦୈନିକ ଅତିକମ୍‌ରେ ୧୦ ହଜାର କ୍ୟାଲୋରି ଖାଦ୍ୟ ଖାଆନ୍ତି। ଯାହା ଫଳରେ ସେମାନେ ଶକ୍ତିଶାଳୀ ଓ ବଡ଼ ହୋଇପାରନ୍ତି।

Share