Categories: ଖେଳ

ସୁମରିଓ୍ବାଲା ଆଇଏଏଏଫ୍‌ କାଉନସିଲ ମେମ୍ବର ନିର୍ବାଚିତ

ଦୋହା,୨୬।୯(ପି.ଟି.)- ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଅଧ୍ୟକ୍ଷ ଆଦିଲେ ସୁମରିଓ୍ବାଲା କ୍ରମାଗତ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌) କାଉନସିଲ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆଗାମୀ ୪ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ। ଏଠାରେ ଆୟୋଜିତ ଆଇଏଏଏଫ୍‌ ଗଭର୍ନିଂ ବଡିର ୫୨ତମ କଂଗ୍ରେସ୍‌ରେ ମତଦାନ ମାଧ୍ୟମରେ ସେ ନିର୍ବାଚିତ ହୋଇଛନ୍ତି। ଆଇଏଏଏଫ୍‌ କାଉନସିଲ୍‌ରେ ୧୩ଜଣ ସଦସ୍ୟ ରହିଛନ୍ତି। ସୁମରିଓ୍ବାଲା ୧୨୧ଟି ଭୋଟ ପାଇଥିଲେ। ପୂର୍ବତନ ଅଲିମ୍ପିୟାନ ସୁମରିଓ୍ବାଲା ଉପ ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ୪ଟି ଉପ ସଭାପତି ପଦ ରହିଥିବା ବେଳେ ସେ ଗୋଟିଏ ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ତେବେ ବୁଧବାର ଶେଷ ମୁହୂର୍ତ୍ତରେ ସେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଥିଲେ। ସଭାପତି ଓ ୩ଜଣ ପେସାଦାର ଅଧିକାରୀଙ୍କ ସମେତ ୪ଜଣ ଉପ ସଭାପତି କ୍ଷମତାଶାଳୀ ଆଇଏଏଏଫ୍‌ କାର୍ଯ୍ୟକାରୀ ବୋର୍ଡରେ ସ୍ଥାନ ପାଇବେ।
ଶୁକ୍ରବାର ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହେବା ପୂର୍ବରୁ ଏହି କଂଗ୍ରେସର ବୈଠକ ବସିଥିଲା। ବ୍ରିଟେନର ସେବାଷ୍ଟିଆନ କୋ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଆଇଏଏଏଫ୍‌ର ଅଧ୍ୟକ୍ଷ ହିସାବରେ ଦ୍ୱିତୀୟଥର ପାଇଁ ପୁନଃ ନିର୍ବାଚତ ହୋଇଛନ୍ତି। ସେହିପରି ଉପ ସଭାପତିଭାବେ ସର୍ଗେଇ ବୁବ୍‌କା, ଜିଓଫ୍ରି ଗର୍ଡନର, ନଓ୍ବାଫ୍‌ ବିନ ମହମ୍ମଦ ଅଲ ସୌଦ ଓ ଜିମେନା ରେଷ୍ଟେପୋ ନିର୍ବାଚିତ ହୋଇଛନ୍ତି।

Share