ସୁବାସ ସିଂ, ଅରିନ୍ଦମଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ):ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ନେଇ ରବିବାର ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ପକ୍ଷରୁ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ବିଜେଡି ନେତା, ବିଜୁ ଯୁବ ଛାତ୍ର ନେତା, ସମସ୍ତ ବିଜେଡି କର୍ପୋରେଟର ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ। ହେଲେ ପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ଥିଲେ ମେୟର ତଥା ବିଜେଡି ନେତା ସୁବାସ ସିଂ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ। ଏହି ଦୁଇ ଜଣଙ୍କୁ ବାଦ ଦେଇ ଏପରି ଭାବେ ଜିଲା ସଭାପତି ଦେବାଶିଷଙ୍କ ଦଳୀୟ କାର୍ଯ୍ୟକ୍ରମ କରିବା ଯେପରି ଦଳରେ ଏକ ପ୍ରକାର ବିବାଦ ଥିବା ନେଇ ସୂଚନା ମିଳୁଛି, ଯାହାକି କଟକ ରାଜନୀତିକୁ ନେଇ ସାଧାରଣ ଲୋକଙ୍କ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି। ତେବେ ଦେବାଶିଷ ଓ ଅରିନ୍ଦମ ଗତ କିଛିଦିନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ପରସ୍ପରକୁ ଆଲିଙ୍ଗନ କରି ହାତ ମିଳାଇ କଥାବାର୍ତ୍ତା ହୋଇଥିଲେ। ଏନେଇ ଦେବାଶିଷ ମନ୍ତବ୍ୟ ଦେଇ କହିଥିଲେ ଯେ, ରାଜନୈତିକ ସମ୍ପର୍କ ଅଲଗା ଓ ବ୍ୟକ୍ତିଗତ ସମ୍ପର୍କ ଅଲଗା ଥାଏ। ଅରିନ୍ଦମ ମୋ ସାନ ଭାଇ, ତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଲଗା ରହିଛି। ଅନ୍ୟପକ୍ଷରେ ଆଜିର ବୈଠକ ସ୍ପଷ୍ଟ କରି ଦେଉଛି ଯେ, ଦଳୀୟ କାର୍ଯ୍ୟକ୍ରମରେ ଉକ୍ତ ନିର୍ବାଚନମଣ୍ଡଳୀରେ ଥାଇ ମଧ୍ୟ ଅରିନ୍ଦମଙ୍କୁ ଦେବାଶିଷ ଅଣଦେଖା କରୁଥିବା ଏବେ ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ମେୟର ସୁବାସ ଓ ଅରିନ୍ଦମ କଣ ଦଳରେ ଥାଇ ମଧ୍ୟ ଅଲୋଡ଼ା ବୋଲି ଏପରି କିଛି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଛି। ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପ୍ରସଙ୍ଗ ନେଇ ମେୟର ସୁବାସ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳରେ କୌଣସି କନ୍ଦଳ ନାହିଁ। ବୈଠକ ନେଇ ସମସ୍ତ ଆଲୋଚନା ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସହ କରିଛି। ବ୍ରହ୍ମପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ଯୋଗଦେଇପାରିନାହିଁ। ଅନ୍ୟପଟେ ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ କହିଛନ୍ତି, କୌଣସି ବୈଠକ ସମ୍ପର୍କରେ ମୋତେ ସୂଚନା ମିଳିନାହିଁ କି ମୁଁ ଅଗବତ ନ ଥିଲି। ଉକ୍ତ ନିର୍ବାଚନମଣ୍ଡଳୀରେ ଥାଇ ମଧ୍ୟ ହୁଏତ ଜିଲା ସଭାପତି ମୋତେ ରାଜ୍ୟ ସାଧାରଣ ସମ୍ପାଦକ ଭାବି ବୈଠକକୁ ଡାକି ନ ଥିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri