Categories: ଖେଳ

ସୁପର ଓଭରରେ ଜିତିଲା ଜିମ୍ବାଓ୍ବେ

ଲଣ୍ଡନ,୨୬।୬- ଦିନିକିଆ ସିରିଜ୍‌ରେ ୨-୦ରେ ପରାସ୍ତ ହେବା ପରେ ସୁପର ଓଭର ଜରିଆରେ ଜିମ୍ବାଓ୍ବେ ପ୍ରଥମଥର ବିଜୟ ସ୍ବାଦ ଚାଖିଛି। ମଙ୍ଗଳବାର ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ୧୫୩ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଜିମ୍ବାଓ୍ବେ ଦଳ ବ୍ରେଣ୍ଡନ ଟେଲର(୪୦), କ୍ରିଗ ଇଭରିନ (୨୯), ଇଲଟନ ଚିଗମ୍ବୁରା (୨୯) ଓ ର଼୍ୟାନ ବୁରି (୨୩)ଙ୍କ ଉପଯୋଗୀ ଇନିଂସ୍‌ ବଳରେ ଶେଷପର୍ଯ୍ୟନ୍ତ ବ୍ୟାଟିଂ କରି ସମାନ ସ୍କୋରରେ ଅଲଆଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ ଜିତିବା ଲାଗି ଅନ୍ତିମ ବଲରେ ଜିମ୍ବାଓ୍ବେକୁ ଗୋଟିଏ ରନ୍‌ ଦରକାର ଥିଲା। ହେଲେ ରନ୍‌ଆଉଟ୍‌ ଯୋଗୁ ସୁପର ଓଭର ଆରମ୍ଭ ହୋଇଥିଲା। ସୁପର ଓଭରରେ ଜିମ୍ବାଓ୍ବେ ୧୮ ରନ୍‌ କରିଥିବାବେଳେ ନେଦରଲାଣ୍ଡକୁ ୯ ରନ୍‌ରେ ରୋକି ଦେଇଥିଲା। ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୫୨ ରନ୍‌ କରିଥିଲା। ଦଳ ପାଇଁ ମ୍ୟାକ୍ସ କୁପର ୫୬ ଓ ଅଧିନାୟକ ପିଟର ସିଲାର ୨୯ ରନ୍‌ କରିିଥିଲେ। ବୋଲିଂରେ ଜିମ୍ବାଓ୍ବେ ଲାଗି ସିନ ଓ୍ବିଲିୟମ୍ସ ଓ କ୍ରିସ ଏମ୍‌ପଫୁ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।

Share