ସୁନ୍ଦରଗଡ଼ ଜିଲା ଚିଠି: ସ୍ଥାନୀୟ ନିଯୁକ୍ତି

ଶିଳ୍ପ ଓ ଖଣି ଖାଦାନ ବହୁଳ ସୁନ୍ଦରଗଡ଼ ଜିଲାରେ ନିଯୁକ୍ତି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। କାମଧନ୍ଦା ଅଭାବରୁ ଜିଲାର ବହୁ ବେକାର ଯୁବକଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଯେଉଁ କେତେକ ପ୍ରକଳ୍ପର କାମ ଚାଲୁ ରହିଛି କିମ୍ବା କାର୍ଯ୍ୟକାରୀ ହେଉଛି ସେଠି ରାଜ୍ୟ ବା ଜିଲା ବାହାର ଶ୍ରମିକଙ୍କୁ ଅଗ୍ରାଧିକାର ଦିଆଯାଉଛି। ଯାହାକୁ ନେଇ ଆଞ୍ଚଳିକ ବୈଷମ୍ୟ, ବିରୋଧାଭାସ ଦେଖାଦେଇଛି। ଷ୍ଟିଲ୍‌ସିଟି ରାଉରକେଲାକୁ ମହାନଗର ଓ ସ୍ମାର୍ଟ ସିଟି ଘୋଷଣା ପରେ ଏଠାରେ ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେବା ବେକାରଙ୍କ ମନରେ ଆଶା ସଞ୍ଚାର କରିଥିଲା। ସମ୍ପ୍ରତି ରାଉରକେଲା ଇସ୍ପାତ କାରଖାନା ପରିସରରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ବିର୍ଶାମୁଣ୍ଡା ଷ୍ଟାଡିୟମ ନବୀକରଣ କାର୍ଯ୍ୟ ଜାରି ରହିଛି। ଏଥିସହ ସହରରେ ସ୍ବେରେଜ କାମ ମଧ୍ୟ ଦ୍ରୁତଗତିରେ ଚାଲିଛି। ଏସବୁ କାମ କରୁଛି ରାଜ୍ୟ ବାହାର କମ୍ପାନୀ। ଏଥିରେ ଯେଉଁ ଠିକା ଶ୍ରମିକ କାମ କରୁଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାବହୁଳ ଶ୍ରମିକ ରାଜ୍ୟ ବାହାରୁ ଆସିଛନ୍ତି। ଏମିତି ଅବସ୍ଥାରେ ସ୍ଥାନୀୟ ବେକାର କାମ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଦେଓଗଁା ନିକଟରେ ଚାଲିଥିବା ଏକ କାରଖାନା ନିର୍ମାଣ କାର୍ଯ୍ୟରେ ୮୦ ପ୍ରତିଶତ ରାଜ୍ୟ ବାହାର ଶ୍ରମିକ ନିୟୋଜିତ ହେବା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଶିଳ୍ପସମୃଦ୍ଧ ସୁନ୍ଦରଗଡ଼ ଜିଲାରେ ମାନବ ସମ୍ବଳର ଅଭାବ ନାହିଁ। ଏଠାରେ କୁଶଳୀ ଶ୍ରମିକ ଭରି ରହିଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ବାହାର ଶ୍ରମିକଙ୍କୁ ସବୁ କ୍ଷେତ୍ରରେ ଅନୁକମ୍ପା ଦେଖାଯିବା ଅନ୍ୟାୟ ବୋଲି ବିଭିନ୍ନ ଶ୍ରମିକ ସଙ୍ଗଠନ ସହ ବିରୋଧି ରାଜନୈତିକ ଦଳ ସ୍ବର ଉଠାଉଛନ୍ତି। ତଥାପି ଏନେଇ ସରକାର ନୀରବ ରହୁଛନ୍ତି। ଜିଲାରେ କର୍ମ ନିୟୋଜନ ସଂସ୍ଥା ସ୍ଥାଣୁ ପାଲଟିଥିବା ବେଳେ ଶ୍ରମ ଦପ୍ତର ମଧ୍ୟ ହାତବାନ୍ଧି ବସିଛି। ଜିଲାରେ ଦିନକୁ ଦିନ କଳ କାରଖାନା ବନ୍ଦ ହେବାରେ ଲାଗିଛି। ବେକାର ସଂଖ୍ୟା ମଧ୍ୟ ବଢି ଚାଲିଛି। କାମ ଦାବିରେ ବିରୋଧୀ ରାଜନୈତିକ ଦଳ ଏଡିଏମ୍‌ଙ୍କ ଅଫିସ ସମ୍ମୁଖରେ ଧାରଣା ଦେଉଥିବା ବେଳେ ଶ୍ରମିକ ସଙ୍ଗଠନ କର୍ମ ନିୟୋଜନ ସଂସ୍ଥା ଘେରୁଛି। ସ୍ଥାନୀୟ ବେକାରଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ବାହାର ଶ୍ରମିକ ନିଯୁକ୍ତି ନେଇ ବୈଷମ୍ୟ ଭାବ ବଢିଚାଲିଛି। ନିର୍ବାଚିତ ଜନପ୍ରତିନିଧି ସରକାରୀ କଳ ଅବହେଳା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ଚାପ ପ୍ରୟୋଗ କରି ନିଜ ସମର୍ଥକଙ୍କୁ ନିଯୁକ୍ତି ଦେବା ପରେ ଅନ୍ୟମାନଙ୍କ କଥା ଭୁଲି ଯାଉଛନ୍ତି। ଆଗାମୀ ଦିନରେ ଯଦି ଏହି ପରମ୍ପରା ଲାଗି ରହେ ବେକାର ସଂଖ୍ୟା ହୁହୁ ହୋଇ ବଢିବା ସହ ଦାଦନ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା ପ୍ରକାଶ ପାଇଛି।
– ବସନ୍ତ କୁମାର ଧଳ


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?