ସୁନାରେ ଖାଦ ମିଶୁଥିବା କଥାକୁ ଖଣ୍ଡନ କଲା ରାଜ୍ୟ ଜୁଏଲେରୀ ସଂଘ

କଟକ ଅଫିସ,୪।୧୨: ରାଜ୍ୟର ଛୋଟରୁ ବଡ଼ ସୁନା ଦୋକାନୀମାନେ ଗ୍ରାହକଙ୍କୁ ଠକୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯିବା ପରେ ଏହାକୁ ଖଣ୍ଡନ କରିଛି ରାଜ୍ୟ ଜୁଏଲେରୀ ସଂଘ। ବୁଧବାର କଟକରେ ଏକ ଖବରଦାତା ସମ୍ମିଳନୀରେ ବ୍ୟବସାୟୀମାନେ ଏହାକୁ ଖଣ୍ଡନ କରିବା ସହ ଏପରି ହେବା ଦ୍ୱାରା ଗ୍ରାହକଙ୍କ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି କହିଛନ୍ତି। ତେଣୁ ଏପରି ବିବୃତି ଦେବା ପୂର୍ବରୁ ମନ୍ତ୍ରୀ ଯତ୍ନବାନ ହେବେ ବୋଲି ସଂଘ ଆଶା ରଖିଥିବା କୁହାଯାଇଛି।