ସୁଧୁରୁନି ଚରମ୍ପା ଷ୍ଟେଶନରୋଡ୍‌ ଟ୍ରାଫିକ ସମସ୍ୟା

ଭଦ୍ରକ ଅଫିସ,୬।୧-ଭଦ୍ରକ ଷ୍ଟେଶନରୁ ସହରକୁ ପ୍ରବେଶ ପଥ ଚରମ୍ପା ଷ୍ଟେଶନ ଫିଡର ରୋଡ୍‌ରେ ଟ୍ରାଫିକ ଜାମ୍‌ ସମସ୍ୟା ଯୋଗୁ ଯାତ୍ରୀମାନେ ଦୈନିକ ହଇରାଣ ହେଉଛନ୍ତି। ରାସ୍ତା ଜାମ୍‌ ଯୋଗୁ ସାଧାରଣ ଲୋକେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଷ୍ଟେଶନ ଆରପାଖର ଲୋକେ ଭଦ୍ରକ ସହରକୁ ଆସିବା ପାଇଁ ନାନା ସମସ୍ୟା ଭୋଗୁଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ, ରେଳ କର୍ତ୍ତୃପକ୍ଷ ଓ ପୂର୍ତ୍ତବିଭାଗ ନୀରବଦ୍ରଷ୍ଟା ସାଜିଛନ୍ତି। ଏହି ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ଭଦ୍ରକ ଷ୍ଟେଶନରେ ମାସର ପ୍ରାୟ ୧୫ଦିନ ସିମେଣ୍ଟ, ଗହମ ଓ ଚାଉଳ ଟ୍ରେନରୁ ଅନ୍‌ଲୋଡ ହୋଇ ଟ୍ରକ ଯୋଗେ ଗୋଦାମକୁ ସ୍ଥାନାନ୍ତର ହୁଏ। ଏଥିପାଇଁ ପ୍ରାୟ ୨ଶହରୁ ୩ଶହ ଟ୍ରକ ମାଲ ନେବା ପାଇଁ ନିୟୋଜିତ ହୋଇଥାଏ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୁଏ। ଚରମ୍ପା ଷ୍ଟେଶନ ରୋଡ୍‌ର ଓଭରବ୍ରିଜ ନିକଟରେ ଏହି ଦିନରେ ଟାଉନ ଥାନା ପୋଲିସ ଓ ଚରମ୍ପା ଫାଣ୍ଡି ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପୋଲିସ ମୁତୟନ ରହିଥାନ୍ତି। ହେଲେ ସୀମିତ ପୋଲିସ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଫଳ ହେଉଥିବା ଅଭିଯୋଗ ହୋଇଆସୁଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ଉଭୟପାର୍ଶ୍ୱ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବାରୁ ରାସ୍ତା ସମ୍ପ୍ରସାରଣ ହୋଇପାରୁ ନାହିଁ। ଏହାକୁ ନେଇ କୋର୍ଟ କଚେରି ପର୍ଯ୍ୟନ୍ତ ମାମଲା ଯାଉଛି। କିନ୍ତୁ ଏହାର କୌଣସି ବିକଳ୍ପ ପ୍ରତି ଷ୍ଟେଶନ କର୍ତ୍ତୃପକ୍ଷ ତତ୍ପର ହେଉନାହାନ୍ତି। ଟ୍ରାଫିକ୍‌ ସମସ୍ୟା ଯୋଗୁ ଯାତ୍ରୀମାନେ ଠିକ୍‌ ସମୟରେ ଷ୍ଟେଶନରେ ପହଞ୍ଚି ପାରୁ ନ ଥିବା କହୁଛନ୍ତି। ଅପରପକ୍ଷେ ଏହି ଟ୍ରାଫିକ ସମସ୍ୟା କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜିର ରହିଛି। ପ୍ରସ୍ତାବରେ ଅଟକିଥିବା ଶର୍ଟକଟ ରାସ୍ତାକୁ କାର୍ଯ୍ୟକ୍ଷମ କରାଇବା ସକାଶେ ପୂର୍ବତନ କାଉନସିଲର ଉର୍ମିଳା ଚୌଧୁରୀ, କାମେଶ୍ୱର ପରିଡା, ରଞ୍ଜନ ଜେନା, ବଟକୃଷ୍ଣ ରାଉତ, ସମାଜସେବୀ ଖଗେଶ୍ୱର ବାରିକ, ରାଜକିଶୋର ମିଶ୍ର, ରୋଟାରିଆନ ଶିଶିର ମିଶ୍ର ଓ ବିଜୁ ବିଶ୍ୱାଳ ପ୍ରମୁଖ ବହୁବାର ଦାବି କରିଆସିଥିବା ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷେ ତାରିଣୀ ଲେଭଲ କ୍ରସିଂ ନିକଟରେ ଓଭରବ୍ରିଜ ନିର୍ମାଣ ଦାବିରେ କଂଗ୍ରେସ ପକ୍ଷରୁ ୩ ଥର ରେଳରୋକୋ କରାଯାଇଛି। ହେଲେ ଏଷ୍ଟିମେଟ କରାଯାଇ କାର୍ଯ୍ୟାରମ୍ଭ ଯୋଜନା କେବଳ ଯୋଜନାରେ ଅଟକିଛି। ଏ ସମ୍ପର୍କରେ ରେଲୱେ କର୍ତ୍ତୃପକ୍ଷ କହିଛନ୍ତି, ରାସ୍ତା ନିର୍ମାଣ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଏଣୁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରିବ। ଏଥିରେ ରେଲୱେର କୌଣସି ଭୂମିକା ନାହିଁ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀନିବାସ ମଲ୍ଲିକଙ୍କୁ ପଚାରିବାରୁ ଶର୍ଟକଟ ରାସ୍ତା ନିର୍ମାଣ ପରିବର୍ତ୍ତେ ରେଲୱେ ଓଭରବ୍ରିଜ୍‌ କରାଯାଇ ଜାତୀୟ ରାଜପଥକୁ ଏକ ସ୍ବତନ୍ତ୍ର ରାସ୍ତା ଯୋଗେ ସଂଯୋଗ କରାଯିବା ପାଇଁ ଯୋଜନା ହୋଇ ଏଷ୍ଟିମେଟ୍‌ ତିଆରି ସରିଛି। ଟେଣ୍ଡର ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri