ସୁଧୁରୁନି ଚରମ୍ପା ଷ୍ଟେଶନରୋଡ୍‌ ଟ୍ରାଫିକ ସମସ୍ୟା

ଭଦ୍ରକ ଅଫିସ,୬।୧-ଭଦ୍ରକ ଷ୍ଟେଶନରୁ ସହରକୁ ପ୍ରବେଶ ପଥ ଚରମ୍ପା ଷ୍ଟେଶନ ଫିଡର ରୋଡ୍‌ରେ ଟ୍ରାଫିକ ଜାମ୍‌ ସମସ୍ୟା ଯୋଗୁ ଯାତ୍ରୀମାନେ ଦୈନିକ ହଇରାଣ ହେଉଛନ୍ତି। ରାସ୍ତା ଜାମ୍‌ ଯୋଗୁ ସାଧାରଣ ଲୋକେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଷ୍ଟେଶନ ଆରପାଖର ଲୋକେ ଭଦ୍ରକ ସହରକୁ ଆସିବା ପାଇଁ ନାନା ସମସ୍ୟା ଭୋଗୁଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ, ରେଳ କର୍ତ୍ତୃପକ୍ଷ ଓ ପୂର୍ତ୍ତବିଭାଗ ନୀରବଦ୍ରଷ୍ଟା ସାଜିଛନ୍ତି। ଏହି ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ଭଦ୍ରକ ଷ୍ଟେଶନରେ ମାସର ପ୍ରାୟ ୧୫ଦିନ ସିମେଣ୍ଟ, ଗହମ ଓ ଚାଉଳ ଟ୍ରେନରୁ ଅନ୍‌ଲୋଡ ହୋଇ ଟ୍ରକ ଯୋଗେ ଗୋଦାମକୁ ସ୍ଥାନାନ୍ତର ହୁଏ। ଏଥିପାଇଁ ପ୍ରାୟ ୨ଶହରୁ ୩ଶହ ଟ୍ରକ ମାଲ ନେବା ପାଇଁ ନିୟୋଜିତ ହୋଇଥାଏ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୁଏ। ଚରମ୍ପା ଷ୍ଟେଶନ ରୋଡ୍‌ର ଓଭରବ୍ରିଜ ନିକଟରେ ଏହି ଦିନରେ ଟାଉନ ଥାନା ପୋଲିସ ଓ ଚରମ୍ପା ଫାଣ୍ଡି ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପୋଲିସ ମୁତୟନ ରହିଥାନ୍ତି। ହେଲେ ସୀମିତ ପୋଲିସ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଫଳ ହେଉଥିବା ଅଭିଯୋଗ ହୋଇଆସୁଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ଉଭୟପାର୍ଶ୍ୱ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବାରୁ ରାସ୍ତା ସମ୍ପ୍ରସାରଣ ହୋଇପାରୁ ନାହିଁ। ଏହାକୁ ନେଇ କୋର୍ଟ କଚେରି ପର୍ଯ୍ୟନ୍ତ ମାମଲା ଯାଉଛି। କିନ୍ତୁ ଏହାର କୌଣସି ବିକଳ୍ପ ପ୍ରତି ଷ୍ଟେଶନ କର୍ତ୍ତୃପକ୍ଷ ତତ୍ପର ହେଉନାହାନ୍ତି। ଟ୍ରାଫିକ୍‌ ସମସ୍ୟା ଯୋଗୁ ଯାତ୍ରୀମାନେ ଠିକ୍‌ ସମୟରେ ଷ୍ଟେଶନରେ ପହଞ୍ଚି ପାରୁ ନ ଥିବା କହୁଛନ୍ତି। ଅପରପକ୍ଷେ ଏହି ଟ୍ରାଫିକ ସମସ୍ୟା କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜିର ରହିଛି। ପ୍ରସ୍ତାବରେ ଅଟକିଥିବା ଶର୍ଟକଟ ରାସ୍ତାକୁ କାର୍ଯ୍ୟକ୍ଷମ କରାଇବା ସକାଶେ ପୂର୍ବତନ କାଉନସିଲର ଉର୍ମିଳା ଚୌଧୁରୀ, କାମେଶ୍ୱର ପରିଡା, ରଞ୍ଜନ ଜେନା, ବଟକୃଷ୍ଣ ରାଉତ, ସମାଜସେବୀ ଖଗେଶ୍ୱର ବାରିକ, ରାଜକିଶୋର ମିଶ୍ର, ରୋଟାରିଆନ ଶିଶିର ମିଶ୍ର ଓ ବିଜୁ ବିଶ୍ୱାଳ ପ୍ରମୁଖ ବହୁବାର ଦାବି କରିଆସିଥିବା ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷେ ତାରିଣୀ ଲେଭଲ କ୍ରସିଂ ନିକଟରେ ଓଭରବ୍ରିଜ ନିର୍ମାଣ ଦାବିରେ କଂଗ୍ରେସ ପକ୍ଷରୁ ୩ ଥର ରେଳରୋକୋ କରାଯାଇଛି। ହେଲେ ଏଷ୍ଟିମେଟ କରାଯାଇ କାର୍ଯ୍ୟାରମ୍ଭ ଯୋଜନା କେବଳ ଯୋଜନାରେ ଅଟକିଛି। ଏ ସମ୍ପର୍କରେ ରେଲୱେ କର୍ତ୍ତୃପକ୍ଷ କହିଛନ୍ତି, ରାସ୍ତା ନିର୍ମାଣ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଏଣୁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରିବ। ଏଥିରେ ରେଲୱେର କୌଣସି ଭୂମିକା ନାହିଁ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀନିବାସ ମଲ୍ଲିକଙ୍କୁ ପଚାରିବାରୁ ଶର୍ଟକଟ ରାସ୍ତା ନିର୍ମାଣ ପରିବର୍ତ୍ତେ ରେଲୱେ ଓଭରବ୍ରିଜ୍‌ କରାଯାଇ ଜାତୀୟ ରାଜପଥକୁ ଏକ ସ୍ବତନ୍ତ୍ର ରାସ୍ତା ଯୋଗେ ସଂଯୋଗ କରାଯିବା ପାଇଁ ଯୋଜନା ହୋଇ ଏଷ୍ଟିମେଟ୍‌ ତିଆରି ସରିଛି। ଟେଣ୍ଡର ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?