ସୁଧୁରିନ ପୌରାଞ୍ଚଳ ରାସ୍ତା: ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୩।୨-ବାଲେଶ୍ୱର ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ମୁଖ୍ୟ ରାସ୍ତାଗୁଡ଼ିକର ଦୁରବସ୍ଥା ପାଇଁ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତାଗୁଡ଼ିକର ମରାମତି ଏବଂ ନବୀକରଣ କରାଯିବା ପାଇଁ ଗୁରୁବାର ନଗର ଭାଜପା ପକ୍ଷରୁ ପୌରପାଳ ନିର୍ବାହୀ ଅଧିକାରୀ ଅମ୍ରିତ ସରକାରଙ୍କ ଜରିଆରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମୁଖ୍ୟତଃ ୪୧ଟି ରାସ୍ତା କାର୍ଯ୍ୟର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାଦେଶ ବଣ୍ଟନ କରି କାର୍ଯ୍ୟ ଆରମ୍ଭ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସହରରେ ବେହାଲ ହୋଇପଡ଼ିଥିବା ରାସ୍ତାଗୁଡ଼ିକୁ ମରାମତି ପାଇଁ ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପ୍ରୟାସ କ୍ରମେ ବାରମ୍ବାର ସରକାରୀ ସମୀକ୍ଷା କରି ୨୦୧୯-୨୦ ଆର୍ଥତ୍କ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ଆସିଥିବା ଅର୍ଥରେ ମରାମତି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଜିଲାପାଳଙ୍କ ଦ୍ୱାରା ଟେଣ୍ଡର କାର୍ଯ୍ୟ ସମ୍ପାଦନ କରିଥିଲେ। ଗତ ଜାନୁୟାରୀ ୩ ତାରିଖରେ ପତ୍ର ସଂଖ୍ୟା ନଂ. ୩୦ରେ ୪୧ଟି ରାସ୍ତାର ମରାମତି ପାଇଁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟେଣ୍ଡର ପୌରପାଳିକା ଦ୍ୱାରା ଆଗତ ହୋଇଥିଲା। ମାତ୍ର ଅଦ୍ୟାବଧି ଉକ୍ତ ଟେଣ୍ଡର ପାଇଁ କାର୍ଯ୍ୟାଦେଶ ବଣ୍ଟନ ନ କରି କର୍ତ୍ତୃପକ୍ଷ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଦେଶ ବଣ୍ଟନ କରିବା ସହ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଏକ ପ୍ରତିନିଧି ଦଳ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଭେଟି ସମସ୍ତ ଟେଣ୍ଡର ପେପର ଖୋଲି ଅବିଳମ୍ବେ କାର୍ଯ୍ୟାଦେଶ ଦିଆଯିବା ସହ ଯୁଦ୍ଧକାଳୀନ ଭିତ୍ତିରେ ମ୍ୟୁନିସିପାଲିଟିର ରାସ୍ତାଘାଟ ନିର୍ମାଣ, ନାଳ ନର୍ଦ୍ଦମାର ମରାମତି, ସୁଇପରମାନଙ୍କର ସମସ୍ୟାର ସମାଧାନ, ଷ୍ଟ୍ରିଟ୍‌ଲାଇଟ୍‌ର ମରାମତି କରି ନିରବଚ୍ଛିନ ଆଲୋକ ପ୍ରଦାନ, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ପୈଠ ବ୍ୟବସ୍ଥା, ଅନୁମୋଦିତ ହୋଇ ପଡ଼ିରହିଥିବା ମଧୁବାବୁ ଭତ୍ତା ତୁରନ୍ତ ପ୍ରଦାନ, ଭୂମିହୀନଙ୍କୁ ୪ ଡିସିମିଲ୍‌ରୁ କମ୍‌ ମିଳିଥିବା ଜାଗାକୁ ବୈଠକ କରି ପୁନର୍ବାର ଜମି ପ୍ରଦାନ କରାଯିବା ନେଇ ଆଲୋଚନା କରିଥିଲେ। ବିଧାୟକ ପ୍ରତିନିଧି ସୀତାକାନ୍ତ ସ୍ବାଇଁ, ସୁଜିତ ଦେବ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ଯୋଗେନ ରଣା, ଦିପୁ ପିରି, ଲୋକନାଥ ଭୂୟଁ।, ଉପେନ୍ଦ୍ର ଶତପଥୀ, ବିବେକ ମହାନ୍ତି, ତରୁଣ ବର୍ଦ୍ଧନ, ମନ୍ମଥ ପାତ୍ର, ଧୀରଜ ମହାନ୍ତି, କୌସିକ ଚାନ୍ଦ, ପଙ୍କଜ ମହାନ୍ତି, ମହୁଆ ପ୍ରଧାନ, ସଂଯୁକ୍ତା ମହାପାତ୍ର, ସସ୍ମିତା ଦାଶ, ଶ୍ରୀୟା ଦାସ, ଅରୁପ ଜେନା, ଦିଲୀପ ମାଝି, ଭାଗ୍ୟରଞ୍ଜନ ନାୟକ, ରାକେଶ ପାଢୀ, ସଞ୍ଜୀବ ପ୍ରଧାନ, ଭାସ୍କର ମାଝି ଓ ଶୋଭାକର ସାହୁ ପ୍ରମୁଖ ଆଲୋଚନାରେ ସାମିଲ ଥିଲେ। ଆଗାମୀ ୧୫ଦିନ ମଧ୍ୟରେ ଉକ୍ତ ଦାବିଗୁଡ଼ିକ ପୂରଣ ନ ହେଲେ ମ୍ୟୁନିସିପାଲିଟି ଅଫିସ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ କରାଯିବ ବୋଲି ଭାଜପା ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri