Categories: ଖେଳ

ସୁଇମିଂରେ ରିଦ୍ଧିଙ୍କ ସଫଳତା

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୁଇମିଂର ମହିଳା ୫୦ ମିଟର ବ୍ରେଷ୍ଟ ଷ୍ଟୋକରେ ରିଦ୍ଧି ବୋହ୍‌ରା ରୌପ୍ୟ ପଦକ ଜିତିଛନ୍ତି। ବେଙ୍ଗାଲୁରୁସ୍ଥିତ କ୍ରିଷ୍ଟ କଲେଜର ବିବିଏ ଛାତ୍ରୀ ରିଦ୍ଧି ଆଘାତ ସତ୍ତ୍ୱେ ଏଥିରୁ ସଫଳତାର ସହ ମୁକୁଳି ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ଦୁଇଜଣ ନିଷ୍ଠାବାନ ଏବଂ ପ୍ରତିଦ୍ୱନ୍ଦୀ ଯମଜ ଭଗିନୀ ଜ୍ୟୋତି ଓ ଆରତୀ ପଟେଲଙ୍କ ଉପସ୍ଥିତି ସତ୍ତ୍ୱେ ରିଦ୍ଧି ପୋଡିୟମ ଫିନିଶ କରିଛନ୍ତି। ଦୁଇ ଯାଆଁଳା ପ୍ରତିଦ୍ୱନ୍ଦୀ ଜ୍ୟୋତି ସ୍ବର୍ଣ୍ଣ ଏବଂ ଆରତି ବ୍ରୋଞ୍ଜ ପଦକ ପାଇଥିଲେ। ବିବିଏ ଛାତ୍ରୀ ରିଦ୍ଧିଙ୍କ ଜୀବନରେ ଆଘାତ ଏକ ସହଚର ଭାବେ ରହିଆସିଛି। ଏହାସତ୍ତ୍ୱେ ସେ ଏକାଧିକ ରାଜ୍ୟ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି। ‘ତିନିବର୍ଷ ମଧ୍ୟରେ ଏହା ମୋର ପ୍ରଥମ ପଦକ। ବହୁ ଆଘାତଜନିତ ସମସ୍ୟା ସତ୍ତ୍ୱେ କେବେ ମଧ୍ୟ ହାର ମାନିନାହିଁ। ଦୀର୍ଘ ସମୟ ପାଇଁ ନିଜର କାନ୍ଧ ଆଘାତର ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼ିଥିଲା। କିନ୍ତୁ ଏଥିରେ କୌଣସି ବଡ଼କଥା ନୁହେଁ ବୋଲି ନିଜକୁ ଆଶ୍ୱାସନା ଦେଉଥିଲି’ ବୋଲି ରୌପ୍ୟ ସଫଳତା ପରେ ରିଦ୍ଧି କରିଛନ୍ତି। ‘ମଁୁ ସବୁବେଳେ ଆଗକୁ ବଢ଼ୁଛି। ନିଶ୍ଚିତ ରୂପେ କହିବାକୁ ଚାହଁୁଛି ଯେ ମୋ ଆଘାତ କାରଣରୁ ନିକଟ ଅତୀତରେ ଅଳ୍ପକେ ପଦକ ହାତଛଡ଼ା କରିଥିଲି’ ବୋଲି ସେ କହିଛନ୍ତି। ଜୀବନର କୌଶଳ ଶିଖି ପାରିବେ ବୋଲି ରିଦ୍ଧିଙ୍କ ମା ତାଙ୍କୁ ସୁଇମିଂରେ ନିପୁଣ କରାଇଥିଲେ। କିନ୍ତୁ ସେ ଏଭଳି ଜଣେ ଯୋଦ୍ଧା ଥିଲେ ଯେ ତାକୁ ଏକ ଜୀବିକା ବିକଳ୍ପ ରୂପେ ଗ୍ରହଣ କରିନେଲେ। ପୁଲ୍‌ ତାଙ୍କ ପାଇଁ ବିଜୟର ମାର୍ଗରେ ପରିଣତ ହୋଇଥିଲା। ଦୈବାତକ୍ରମେ ରିଦ୍ଧିଙ୍କ ଭାଇ, କଳ୍ପ ଗତମାସରେ ଗୁହାହାଟୀଠାରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡ଼ାରେ ପଦକ ସଫଳତା ପାଇଥିଲେ। ଭାଇଙ୍କ ପ୍ରଦର୍ଶନରୁ ହିଁ ପ୍ରେରଣା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ଦୃଢ଼ ମନୋବଳ ତାଙ୍କୁ ଭୁବନେଶ୍ୱରରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତାଇପାରିଛି।

Share