Posted inଖେଳ

ସୁଇମିଂରେ ରିଦ୍ଧିଙ୍କ ସଫଳତା

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୁଇମିଂର ମହିଳା ୫୦ ମିଟର ବ୍ରେଷ୍ଟ ଷ୍ଟୋକରେ ରିଦ୍ଧି ବୋହ୍‌ରା ରୌପ୍ୟ ପଦକ ଜିତିଛନ୍ତି। ବେଙ୍ଗାଲୁରୁସ୍ଥିତ କ୍ରିଷ୍ଟ କଲେଜର ବିବିଏ ଛାତ୍ରୀ ରିଦ୍ଧି ଆଘାତ ସତ୍ତ୍ୱେ ଏଥିରୁ ସଫଳତାର ସହ ମୁକୁଳି ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ଦୁଇଜଣ ନିଷ୍ଠାବାନ ଏବଂ ପ୍ରତିଦ୍ୱନ୍ଦୀ ଯମଜ ଭଗିନୀ ଜ୍ୟୋତି ଓ ଆରତୀ ପଟେଲଙ୍କ ଉପସ୍ଥିତି ସତ୍ତ୍ୱେ ରିଦ୍ଧି ପୋଡିୟମ ଫିନିଶ କରିଛନ୍ତି। ଦୁଇ ଯାଆଁଳା ପ୍ରତିଦ୍ୱନ୍ଦୀ ଜ୍ୟୋତି ସ୍ବର୍ଣ୍ଣ ଏବଂ ଆରତି ବ୍ରୋଞ୍ଜ ପଦକ ପାଇଥିଲେ। ବିବିଏ ଛାତ୍ରୀ ରିଦ୍ଧିଙ୍କ ଜୀବନରେ ଆଘାତ ଏକ ସହଚର ଭାବେ ରହିଆସିଛି। ଏହାସତ୍ତ୍ୱେ ସେ ଏକାଧିକ ରାଜ୍ୟ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି। ‘ତିନିବର୍ଷ ମଧ୍ୟରେ ଏହା ମୋର ପ୍ରଥମ ପଦକ। ବହୁ ଆଘାତଜନିତ ସମସ୍ୟା ସତ୍ତ୍ୱେ କେବେ ମଧ୍ୟ ହାର ମାନିନାହିଁ। ଦୀର୍ଘ ସମୟ ପାଇଁ ନିଜର କାନ୍ଧ ଆଘାତର ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼ିଥିଲା। କିନ୍ତୁ ଏଥିରେ କୌଣସି ବଡ଼କଥା ନୁହେଁ ବୋଲି ନିଜକୁ ଆଶ୍ୱାସନା ଦେଉଥିଲି’ ବୋଲି ରୌପ୍ୟ ସଫଳତା ପରେ ରିଦ୍ଧି କରିଛନ୍ତି। ‘ମଁୁ ସବୁବେଳେ ଆଗକୁ ବଢ଼ୁଛି। ନିଶ୍ଚିତ ରୂପେ କହିବାକୁ ଚାହଁୁଛି ଯେ ମୋ ଆଘାତ କାରଣରୁ ନିକଟ ଅତୀତରେ ଅଳ୍ପକେ ପଦକ ହାତଛଡ଼ା କରିଥିଲି’ ବୋଲି ସେ କହିଛନ୍ତି। ଜୀବନର କୌଶଳ ଶିଖି ପାରିବେ ବୋଲି ରିଦ୍ଧିଙ୍କ ମା ତାଙ୍କୁ ସୁଇମିଂରେ ନିପୁଣ କରାଇଥିଲେ। କିନ୍ତୁ ସେ ଏଭଳି ଜଣେ ଯୋଦ୍ଧା ଥିଲେ ଯେ ତାକୁ ଏକ ଜୀବିକା ବିକଳ୍ପ ରୂପେ ଗ୍ରହଣ କରିନେଲେ। ପୁଲ୍‌ ତାଙ୍କ ପାଇଁ ବିଜୟର ମାର୍ଗରେ ପରିଣତ ହୋଇଥିଲା। ଦୈବାତକ୍ରମେ ରିଦ୍ଧିଙ୍କ ଭାଇ, କଳ୍ପ ଗତମାସରେ ଗୁହାହାଟୀଠାରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡ଼ାରେ ପଦକ ସଫଳତା ପାଇଥିଲେ। ଭାଇଙ୍କ ପ୍ରଦର୍ଶନରୁ ହିଁ ପ୍ରେରଣା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ଦୃଢ଼ ମନୋବଳ ତାଙ୍କୁ ଭୁବନେଶ୍ୱରରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?