ସୁଆସ୍‌ତିଅ ସେବାରୁ ବଁଚିତ୍‌ ବେହେରା, ଛଞ୍ଚାଣବାହାଲି ପଁଚେତ୍‌ବାସୀ: ଦରଖଁଡ଼ିଆ ହେଇ ପଡ଼ିଛେ ଡାକ୍‌ତରଖାନା କୁଠା

ପର୍ଲା,୧୩।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଅଧୀନ ବେହେରା ଆର ଛଞ୍ଚାଣବାହାଲି ଗଁ। ରେ ଥିବାର ହୋମିଓପ୍ୟାଥି ଡାକ୍‌ତରଖାନା ଲୁକ୍‌କର ସେବାରେ ନାଇଁ ଲାଗିପାରବାର। ୫ରୁ ୬ ବଛର ତଲେ ଡାକ୍‌ତରଖାନାର କୁଠା ତିଆରି କାମ୍‌ ମୂଲ ହେଇଥିଲେ ବି ଆଏଜ୍‌ତକ ଦରଖଁଡ଼ିଆ ହେଇ ପଡ଼ି ରହିଛେ। ଏନ୍‌ତାଥି ସୁଆସ୍‌ତିଅ ସେବାରୁ ବଁଚିତ୍‌ ହେଉଥିବାର ଅଂଚଲବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଧର୍ମଗଡ଼ ବ୍ଲକ ଅଧୀନ ବେହେରା ଆର ଛଞ୍ଚାଣବାହାଲି ପଁଚେତ୍‌ରେ ଗଲା ୨୦୧୪-୧୫ ସାଲେ ଦୁଇଟା ହୋମିଓପ୍ୟାଥି ଡାକ୍‌ତରଖାନାର କୁଠା ତିଆରି କାମ୍‌ ମୂଲ ହେଇଥିଲା। ହେଲେ ଇ କୁଠା ଦୁଇଟା ଆଏଜ୍‌ ବି ଦରଖଁଡ଼ିଆ ଅବସ୍‌ତାରେ ପଡ଼ି ରହିଛେ। ଏନ୍‌ତାଥି ଇ କେନ୍ଦ୍ରମାନକେ କାଯ୍‌ କରୁଥିବାର ଡାକ୍‌ତରମାନେ ବି ମନ୍‌ ଇଛା ଯାଆସ କରୁଛନ୍‌। ଯେନ୍‌ଥିରଲାଗି ସୁଆସ୍‌ତିଅ ସେବା ପରଭାବିତ ହେଉଥିବାର ଅଂଚଲବାସୀ ଅଭିଯୋଗ କରିଛନ୍‌। ହେଲେ ଇ କଥାକେ ଦୁଇ ଡାକ୍‌ତର ମିଛ୍‌ ବଲି କହିବାର ସଂଗେ ଜାଗାବାଡ଼ି ଅଭାବୁ ଏନ୍‌ତା ସବୁ ସମସିଆ ହେଉଛେ ବଲି କହିଛନ୍‌। ସେନ୍‌ତା ଝନେ ଡାକ୍‌ତର ଅସ୍‌ତାଇ ଭାବେ ବେହେରା ପଁଚେତ୍‌ ଅଫିସରେ ଆର ଝନେ ଛଞ୍ଚାଣବାହାଲି ପଁଚେତ୍‌ର ରାବନଗୁଡ଼ା ଗଁାର ଝନକର ଘରେ ଲୁକ୍‌କୁ ସୁଆସ୍‌ତିଅ ସେବା ଯୁଗେଇ ଦେଉଥିବାର ସେମାନେ କହିଛନ୍‌। ଇଆଡ଼େ ସରକାର ଲୁକ୍‌କୁ ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି ଗଁାଗଁଲିରେ ହୋମିଓପ୍ୟାଥି, ଆୟୁର୍ବେଦିକ ଡାକ୍‌ତରଖାନା ଖୁଲୁଛନ୍‌। ଇଥିର ଭିତିଭୂମି ବିକାଶ ଲାଗି ବି ସରକାର ରାଜକୋଷରୁ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେ ହିସାବେ ଆଏଜ୍‌କେ ୫ରୁ ୬ ବଛର ତଲେ ବେହେରା ଆର ଛଞ୍ଚାଣବାହାଲି ପଁଚେତ୍‌ରେ ଦୁଇଟା ହୋମିଓପ୍ୟାଥି ଡାକ୍‌ତରଖାନା କୁଠା ତିଆରି ଲାଗି ପିଡବ୍ଲ୍ୟୁଡି ବିଭାଗ ତରଫୁ ଟେଣ୍ଡର ଡକାଯାଇ କାମ୍‌ ମୂଲ ହେଇଥିଲା। ହେଲେ ବିଭାଗୀୟ ଅବହେଲାର ଲାଗି ଆଏଜ୍‌ ବି ଦୁଇ ଡାକ୍‌ତରଖାନା କୁଠା ଦରଖଁଡ଼ିଆ ହେଇ ପଡ଼ିଛେ। ଇ ଘଟନାକେ ନେଇ ଅଂଚଲବାସୀକର ଭିତରେ ଅସନ୍‌ତୋଷ ଭାବ ଦେଖ୍‌ବାକେ ମିଲୁଛେ। ଇ ବାବ୍‌ଦେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାଶକୁଁ ପଚ୍‌ରାଲାରୁ ଡାକ୍‌ତରଖାନା କୁଠା ତିଆରି କାମ୍‌ରେ ଡେରି ହେଇଥିବାର କଥାକେ ସେ ମାନିଥିଲେ। ଛଞ୍ଚାଣବାହାଲିରେ ୨ଟା ଆର ବେହେରାରେ ୨ଟା କୁଠା ବିଭାଗର ଜିମା ଦିଆଯାଇଛେ। ହେଲେ ପାଏନ୍‌ ଆର ବିଦ୍ୟୁତ୍‌ ସଂଯୋଗର ଅଭାବ ରହିଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବେହେରାରେ କାଯ୍‌ କରୁଥିବାର ଡା.ବନ୍ଦିତା ମିଶ୍ରକୁଁ ପଚ୍‌ରାଲାରୁ ଡାକ୍‌ତରଖାନା କୁଠା ତିଆରି କାମ୍‌ ଯେତେ ଜଲଦି ହେବା ଶେଷ କରି ବିଭାଗର ଜିମା ଦେବାକେ ଜିଲା ଅଧ୍‌କାରୀକୁଁ ଚିଠି ଲେଖାଯାଇଥିବାର ସେ କହିଥିଲେ।