ସିସିଫସ୍‌ ନୁହେଁ, କୃଷ୍ଣଚୂଡ଼ା

ସୁଧିରାଜ ରାଉତ
ଆଜି ରବିବାର ଅଫିସ ଛୁଟି, କାମର ବୋଝ ନାହିଁ, ଅଫିସରଙ୍କ ନାଲିଆଖି ନାହିଁ, ନିଜ ଇଚ୍ଛାରେ ଆଜି ମୁଁ ରଜା…। ଏମିତି ଭାବି ଭାବି ବିଛଣାରୁ ଉଠି ନ ଥାଏ ମା’ ଆଉ ସ୍ତ୍ରୀର କଥା ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଗଲା ଏବଂ ଏହା କିଛି ସମୟ ମଧ୍ୟରେ ଭୟଙ୍କର ଘୂର୍ଣ୍ଣିର ରୂପ ନେଲା। ବର୍ତ୍ତମାନ ମୁଁ ବିଛଣାରୁ ନ ଉଠି, ଶବ୍ଦଟିଏ ନ କହି ମଧ୍ୟ ମା’ ଆଉ ସ୍ତ୍ରୀ ମଧ୍ୟରେ ଝୁଲୁଥିବା ତ୍ରିଶଙ୍କୁ। ରାଜା ହେବାର ସ୍ବପ୍ନ ଭଙ୍ଗ ହେବା ପରେ ମନେ ପଡ଼ୁଥିଲା ଗ୍ରୀକ୍‌ ପୁରାଣର ରାଜା ସିସିଫସ୍‌ଙ୍କ କଥା। ରାଜା ସିସିଫସ୍‌ ଜୀବନତମାମ ଯେତିକି ପୁଣ୍ୟ କରିଥିଲେ ତା’ଠାରୁ ଅଧିକ ପାପ କରିଥିଲେ। ମୃତ୍ୟୁ ପରେ ଯମରାଜା ସିସିଫସ୍‌ଙ୍କୁ ପଚାରିଲେ, ତୁମେ ପ୍ରଥମେ ପୁଣ୍ୟ ଭୋଗ କରିବ ନା ପାପ? ସବୁ ବୁଝିସାରି ସିସିଫସ୍‌ କହିଲେ, ମୁଁ ଆଗ ପୁଣ୍ୟ ଭୋଗ କରିବାକୁ ଚାହେଁ। ଯମରାଜା କହିଲେ, କୁହ ତୁମେ କ’ଣ ଚାହଁ? ରାଜା କହିଲେ, ମୁଁ ଦେଖିବାକୁ ଚାହେଁ ମୋ ମୃତ୍ୟୁ ପରେ ମୋ ରାଜ୍ୟର ଅବସ୍ଥା। ଯମରାଜା କାନ୍ଥଆଡ଼େ କିଛି ସମୟ ଚାହିଁ ରହିଲେ। ପରଦା ଭଳି କାନ୍ଥରେ ଦୃଶ୍ୟମାନ ହେଲା ସିସିଫସ୍‌ଙ୍କ ରାଜ୍ୟର ବିଭିନ୍ନ ଦୃଶ୍ୟ। ପ୍ରଜାମାନେ କହୁଥାନ୍ତି, ଭଲହେଲା ପାପୀ ଦୁରାଚାରୀ ମରିଗଲା। ପୁତ୍ରମାନେ ପିତୃଅର୍ଜିତ ସମ୍ପଦକୁ ନେଇ କଳହ କରୁଥାନ୍ତି, ଆଉ ସ୍ତ୍ରୀ ଜଣେ ଅମାତ୍ୟଙ୍କ ପ୍ରେମରେ ମସ୍‌ଗୁଲ…। ଯମଲୋକରେ ଥାଇ ବି ରାଜାଙ୍କ କ୍ରୋଧର ପାରଦ ଶୀର୍ଷକୁ ଛୁଇଁଲା। ଯମଙ୍କୁ ଅନୁରୋଧ କଲେ, ମୋ ବଳକା ପୁଣ୍ୟବଳରେ ମୋତେ କିଛି ଦିନ ପାଇଁ ମର୍ତ୍ତ୍ୟକୁ ଫେରାଇ ଦିଅନ୍ତୁ, ଏମାନଙ୍କୁ ଉଚିତ ଶିକ୍ଷା ଦେଇଆସିବି। ଯମ ବହୁ କଷ୍ଟରେ ରାଜି ହେଲେ ଏବଂ ନର୍ଦ୍ଦିଷ୍ଟ ସମୟ ପୂର୍ବରୁ ଫେରି ଆସିବାକୁ ତାଗିଦ କଲେ। ଏଥର କଫିନ ଫିଟାଇ ରାଜା ସିସିଫସ୍‌ ପୁନଃ ଜିଇଉଠିଲେ। ରାଜାଙ୍କୁ ଦେଖି ପ୍ରଜାମାନେ ଜୟଗାନରେ ପ୍ରକମ୍ପିତ କଲେ ଚତୁର୍ଦ୍ଦିଗ, ପୁତ୍ରମାନେ ପିତାଙ୍କୁ ପାଇ ଖୁସିରେ ନାଚିବାକୁ ଲାଗିଲେ ଆଉ ସ୍ତ୍ରୀ କାନ୍ଦିଉଠି କହିଲେ- କେମିତି ବଞ୍ଚିଥାନ୍ତି କୁହ ତୁମ ବିନା? ରାଜା ଭୁଲିଗଲେ ଫେରିବାର ଅଭିପ୍ରାୟ ଏବଂ ଭୁଲିଗଲେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଫେରିବାର ତାଗିଦ। ପୁନଶ୍ଚ ଯମ ଆସି ବାନ୍ଧିନେଲେ। ଏହାର ପରିଣାମ ସ୍ବରୂପ ସିସିଫସ୍‌ଙ୍କୁ ଦଣ୍ଡବିଧାନ ହେଲା- ଏକ ବିଶାଳ ପଥରକୁ ଠେଲି ଠେଲି ପାହାଡ଼ର ଶିଖରକୁ ନେବାକୁ ହେବ, ଶିଖରରେ ପହଞ୍ଚିବା ମାତ୍ରେ ପଥର ସ୍ବତଃ ଫେରିଆସିବ ପାଦଦେଶକୁ। ପୁନଶ୍ଚ ପଥରଟିକୁ ଠେଲି ପାହାଡ଼ର ଶିଖରକୁ ନେବାକୁ ହେବ… ଅନନ୍ତ ସମୟ ପର୍ଯ୍ୟନ୍ତ ରାଜା ସିସିଫସ୍‌ ଏହା କରିଚାଲିଛନ୍ତି।
ବିଛଣାରେ ପଡ଼ିରହି ନିଜକୁ ଲାଗୁଥାଏ ମୁଁ ବି ଜଣେ ଅସହାୟ ସିସିଫସ୍‌। ଜୀବନରୂପୀ ପଥରକୁ ଗଡ଼ାଇ ଚାଲିଛି ଦିନରୁ ରାତି, ଜନ୍ମରୁ ମୃତ୍ୟୁ, ମୃତ୍ୟୁରୁ ଜନ୍ମ…। ସ୍ତ୍ରୀ ପାଟିକଲା କ’ଣ ଏଠି ଗାଲୁଆଙ୍କ ଭଳି ପଡ଼ିଛ, କିଛି ଶୁଭୁନାହିଁ ତୁମକୁ? କିଛି ନ କହି ନିତ୍ୟକର୍ମ ଶେଷ କରି ନିକଟ ଚା’ ଦୋକାନ ଖଟିକୁ ଚାଲିଗଲି ଏଇ ଆଶାନେଇ ଯେ, କିଛି ସମୟ ବାହାରେ ରହି ଫେରିବା ପରେ ମା’, ସ୍ତ୍ରୀ ସାଧାରଣ ଅବସ୍ଥାକୁ ଫେରିଆସିବେ। ଦୁଇ ଘଣ୍ଟା ପରେ ଫେରି ଦେଖିଲି- ଝଡ଼ କରାଳ ରୂପ ନେବାରେ ଲାଗିଛି। ସ୍ତ୍ରୀ ଟିଫିନ୍‌ ଥୋଇଦେଇ ଚାଲିଗଲା। ନିଜକୁ ପ୍ରଶ୍ନ କରୁଥିଲି- କିଛି ବି କାରଣ ନ ଥାଇ, ଅଭାବ ନ ଥାଇ, ସମସ୍ୟା ନ ଥାଇ କାହିଁକି ମଣିଷ ଜୀବନର ଶାନ୍ତ ଉପବନକୁ ଅଶାନ୍ତ ଘୂର୍ଣ୍ଣିରେ ବିନଷ୍ଟ କରେ? କାହିଁକିର ଅସହାୟତା ଉପରେ ଠିଆହୋଇ ଶୁଣୁଥାଏ ମା’, ସ୍ତ୍ରୀର ଶବ୍ଦ ସମର। ଏଠି କିଛି କହିବା ଅର୍ଥ ଏପଟେ ବ୍ରହ୍ମହତ୍ୟା ସେପଟେ ଗୋହତ୍ୟା। ତେଣୁ ମୁଁ ଏବେ ନୀରବଦ୍ରଷ୍ଟା। ଭାବିଲି ଏ ଦୁହେଁ ଲାଗିଥାନ୍ତୁ ମୁଁ ଯାଉଛି ଛାତ ଉପରେ ପାଟି କରୁ ନ ଥିବା, ଅଭିଯୋଗ କରୁ ନ ଥିବା, ଅଭିମାନ କରୁ ନ ଥିବା ଫୁଲଗଛଗୁଡ଼ିକ ସହ ସମୟ କାଟିବି। ଅନାବନା ଘାସ କାଢ଼ିଦେଇ ଗଛ ମୂଳକୁ ଖୁସେଇ ଦେଉଥାଏ। ମା’ ଆସି ପାଟିକଲା- ତୋତେ ଦିଶୁନାହିଁ ଏମିତି ନୀରବ ଠାକୁର କାହିଁକି ହୋଇଛୁ, ସେ କ’ଣ କ’ଣ କହୁଛି ତୋତେ ଶୁଭୁନାହିଁ? କହିଲି- ମୋତେ ଶାନ୍ତିରେ ଗୋଟିଏ ଘଣ୍ଟା, ଗୋଟିଏ ଦିନ ବଞ୍ଚିବାକୁ ଦିଅ।
ସକାଳୁ ଖାଇନାହିଁ, ଖରାବେଳେ ନ ଖାଇ ଶୋଇପଡ଼ିଲି। ଚାରିଟା ବେଳକୁ ପ୍ରବଳ ପବନ ବହିବାକୁ ଲାଗିଲା। ଅଧଘଣ୍ଟାର କାଳବୈଶାଖୀ ସବୁକିଛି ଛିନ୍‌ଛତ୍ର କରି ଚାଲିଗଲା। ମୁଁ ମୋ ସବୁଦିନିଆ ସାନ୍ଧ୍ୟଭ୍ରମଣରେ ବାହାରିପଡ଼ିଲି। ମୋ ଛୋଟ ସହରର ରାସ୍ତାଘାଟରେ ଡାଳପତ୍ର ଭାଙ୍ଗି ପଡ଼ିଛି, କାହାର ଘର ଟିଣ ଉଡ଼ିଯାଇଛି, କେଉଁଠି ଇଲେକ୍ଟ୍ରି ପୋଲ ବାଙ୍କିଯାଇଛି…। ସହର ଡେଇଁ କିଲୋମିଟରରୁ ଅଧିକ ହେବ ସେଇ କୃଷ୍ଣଚୂଡ଼ା ଛକ ପାଖେ ପହଞ୍ଚିଲି। କାଳବୈଶାଖୀରେ ଭାଙ୍ଗିପଡ଼ିଛି କୃଷ୍ଣଚୂଡ଼ାର ଅନେକ ଡାଳକେନା, କୁଢ଼କୁଢ଼ ଫୁଲ, କଢ଼ ବିଛେଇ ହୋଇପଡ଼ିଛି ତଳେ, ଚାରିଆଡ଼େ। ଗଛକୁ ଚାହିଁଲି ଲାଗିଲା ଶହଶହ ନାଲିଓଠରେ କୃଷ୍ଣଚୂଡ଼ା ମୋତେ ଚାହିଁ ହସୁଥାଏ…, ସତେଅବା କିଛି ବି ଘଟିନି। ମୁଁ ଗଛକୁ ଚାହିଁଥାଏ। ସୂର୍ଯ୍ୟ ଅସ୍ତଗାମୀ। ହଠାତ୍‌ ଅନୁଭବ କଲି ଏକ ପବିତ୍ର ଛୁଆଁରେ, ଆନନ୍ଦର ବହଳିଆ ସ୍ପର୍ଶରେ ମୋ ଭିତରେ ବହୁଥିବା କାଳବୈଶାଖୀ ବନ୍ଦ ହୋଇଗଲା। ମୋ ହାତ ଦୁଇ ଶାନ୍ତି ପ୍ରଶାନ୍ତିରେ ଯୋଡ଼ିହୋଇଗଲା କୃଷ୍ଣଚୂଡ଼ା ଗଛକୁ ଚାହିଁ। ଅସ୍ତ ସୂର୍ଯ୍ୟ ଯେଭଳି କହୁଥାଏ, କାଳବୈଶାଖୀ ହେଉ, ରୁଦ୍ରର ପ୍ରଚଣ୍ଡ ତାପ ହେଉ, ଢୋ ଢୋ ବର୍ଷା ହେଉ କୃଷ୍ଣଚୂଡ଼ା ପାଇଁ ସବୁ ଋତୁ ହସିବାର ଋତୁ, ଆନନ୍ଦର ଋତୁ। ଅସ୍ତସୂର୍ଯ୍ୟ ପୁଣି କହୁଥାଏ- ଜୀବନ ଏଠି ସିସିଫସ୍‌ ଭଳି ଅସହାୟ ନୁହେଁ ବନ୍ଧୁ! କୃଷ୍ଣଚୂଡ଼ା ଭଳି ଆନନ୍ଦ ଆଉ ହସର ପସରା।
ମୋ- ୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri