ସିସିଟିଭି ନଜରରେ ରହିବ ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ, ୧୫।୨: ଜଗତ୍‌ସିଂହପୁର ସହରରେ ଦିନ ଦି ପ୍ରହରରେ ଲୁଟ୍‌ କିଛି ନୂଆ କଥା ନୁହେଁ। ଏଭଳି ଘଟଣା ଥରେ କି ଦୁଇଥର ନୁହେଁ, ଏକାଧିକ ବାର ଘଟିଥିଲେ ସୁଦ୍ଧା ପ୍ରତିକାର ନାହିଁ। କାରଣ ଅପରାଧୀମାନେ ଜାଣନ୍ତି ସହରରେ ସିସିଟିଭି କ୍ୟାମେରା ନ ଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପୋଲିସ ପକ୍ଷରେ କଷ୍ଟକର। ବାସ୍ତବରେ ଅପରାଧୀଙ୍କୁ ଧରିବାରେ ପୋଲିସ ନାକେଦନ ହେଉଥିବାରୁ ସହରରେ ସିସିଟିଭି କ୍ୟାମେରା ଲଗାଯିବା ଜରୁରୀ ଅନୁଭବ କରି ଜଗତ୍‌ସିଂହପୁର ଥାନା ଆଇଆଇସି ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ୪ ମାସ ପୂର୍ବରୁ ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି ସହରରେ ଲୋକଙ୍କ ଧନ, ଜୀବନ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଯିବା ଜରୁରୀ। ଏହାହେଲେ ଅପରାଧୀଙ୍କୁ ଧରିବା ସହଜ ହୋଇପାରିବ। ପୋଲିସର ଏହି ଯୁକ୍ତିକୁ ଜଗତ୍‌ସିଂହପୁର ପୌର ପ୍ରଶାସକ ତଥା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗ୍ରହଣ କରି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସହରର ୮ଟି ସ୍ଥାନରେ ୩୫ଟି ସିସିଟିଭି କ୍ୟାମେରା ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏ ବାବଦରେ ୧୩.୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତେବେ ଏହା ଭିତରେ ଅର୍ଥାତ୍‌ ଗତ ୩ରୁ ଆସନ୍ତା ୨୦ ତାରିଖ ସୁଦ୍ଧା ଟେଣ୍ଡର ପକାଇବାକୁ ବିଜ୍ଞାପନ ପ୍ରକାଶ ପାଇଥିବା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ବଡ କଥା ହେଲା କେଉଁ ବ୍ରାଣ୍ଡର କ୍ୟାମେରା ଲାଗିବ ତା’ ଉପରେ ସ୍ପଷ୍ଟ କରାଯାଇ ନ ଥିବାରୁ ବାସ୍ତବ ଲକ୍ଷ୍ୟ ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜଣେ ପୋଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, କ୍ୟାମେରାର ଗୁଣାବତ୍ତା ଉପରେ ଛବିର ମାନ ନିର୍ଭର କରେ। ଶସ୍ତା କ୍ୟାମେରା ଲାଗିଲେ ଏଥିରେ ଉତ୍ତୋଳିତ ଫଟୋ ବା ଭିଡିଓର ମାନ ଠିକ୍‌ ରହିବ ନାହିଁ, ଯାହାକି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୋଲିସ ଅଡୁଆରେ ପଡିପାରେ।
୨୭ା୯।୧୯ରେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର ଚିଠି କରି ସହରରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ସେ ଦର୍ଶାଇଥିଲେ, ସହରର ମୁଖ୍ୟ ରାସ୍ତା ଏପରି କି ଗୁରୁତ୍ୱପୂର୍ଣ୍ଣ ଛକ ସ୍ଥାନରେ ଅପରାଧିମାନେ ସହଜରେ ଚଳପ୍ରଚଳ ହୋଇ ପାରୁଛନ୍ତି। ସେମାନେ କିଛି ଅପରାଧ ଘଟାଇ ଖସିଗଲେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ଏପରି କି ପାର୍ବଣ ଋତୁରେ ପ୍ରବଳ ଜନସମାଗମ ଦେଖି ଅପରାଧୀମାନେ ଅପରାଧ ଭିଆଁଇବାକୁ ପଛାଉ ନାହାନ୍ତି। ତେଣୁ ସହରରେ ସିସିଟିଭି କ୍ୟାମେରା ଲଗାଯିବା ଜରୁରୀ ହୋଇପଡିଛି। ପ୍ରାଥମିକ ପର୍ଯ୍ୟାୟରେ ଗାନ୍ଧି ଛକରୁ ସିପି ଓ ପୋଲିସ ଷ୍ଟେସନ୍‌ ଛକରୁ ପୁରୋହିତପୁର ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ରାସ୍ତାର ଗାନ୍ଧି ଛକ, କଲେଜ ଛକ, କୋର୍ଟ ଛକ, ପୋଷ୍ଟ ଅଫିସ ଛକ, ପୋଲିସ ଷ୍ଟେସନ୍‌ ଛକ, ସିପିସ୍ଥିତ ଏକ ଗେଷ୍ଟ ହାଉସ ନିକଟ ଛକ, ପୁରୋହିତପୁର ଛକ ଓ ହାଟପୋଲ ନିକଟରେ ସିସିଟିଭି କ୍ୟାମେରା ଲଗାଯିବା ଜରୁରୀ ବୋଲି ଆଇଆଇସି ଦର୍ଶାଇଥିଲେ। ଆଇଆଇସିଙ୍କ ଯୁକ୍ତିର ଗୁରୁତ୍ୱ ଦୃଷ୍ଟିରୁ ପରିଷଦ ନିର୍ବାହୀ ଅଧିକାରୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳଙ୍କ ଅନୁମତିକ୍ରମେ ବୈଷୟିକ ବିବରଣୀ ଓ ଆନୁମାନିକ ବଜେଟ୍‌ ପ୍ରସ୍ତୁତ କରିଥିଲା ଏନ୍‌ଆଇସି (ନ୍ୟାସନାଲ ଇନ୍‌ଫର୍ମେଟିକ୍‌ ସେଣ୍ଟର) ଜଗତ୍‌ସିଂହପୁର ଶାଖା। ସହରର ଉପରୋକ୍ତ ୮ଟି ସ୍ଥାନରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିବ। କିନ୍ତୁ ଏହି କ୍ୟାମେରାଗୁଡିକ ଉପରେ ଯେପରି ବର୍ଷାଦିନେ କିଛି ପ୍ରଭାବ ପଡିବନି ସେଥିପ୍ରତି ଧ୍ୟାନ ଦିଆଯିବ। ୫୫ ଇଞ୍ଚ ଏଲ୍‌ଇଡି, ୧ଟି ଇନ୍‌ଭର୍ଟର, ୮ଟି ୟୁପିଏସ୍‌ କିଣାଯିବ। ଏ ସବୁ ଜଗତ୍‌ସିଂହପୁର ଥାନାକୁ ହସ୍ତାନ୍ତର କରାଯିବ। ଥାନାରେ ଏକ ସ୍ବତନ୍ତ୍ର କୋଠରୀରେ ର଼୍ୟାକ୍‌ କରାଯାଇ ସେଠାରେ ମେସିନ୍‌ଗୁଡିକ ରଖାଯିବ। ମୋଟାମୋଟି ଭାବେ କହିବାକୁ ଗଲେ କଣ୍ଟ୍ରୋଲ ରୁମ୍‌ ଜଗତ୍‌ସିଂହପୁର ଥାନାରେ ହେବ ଏବଂ ଆଇଆଇସି ଏହାକୁ ନିୟନ୍ତ୍ରଣ କରିବେ। ନିୟମିତ ବ୍ୟବଧାନରେ ସମସ୍ତ କ୍ୟାମେରାରେ ଉତ୍ତୋଳିତ ଫଟୋ ଓ ଭିଡିଓ ଯାଞ୍ଚ ହେବ। ଆବଶ୍ୟକସ୍ଥଳେ ଯେ କୌଣସି ସମୟରେ ପୋଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ କରିପାରେ। କିନ୍ତୁ ସମସ୍ତ ତଥ୍ୟ ଗୋପନୀୟ ରହିବ। ବିଶେଷକରି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବେସ୍‌ ସହାୟକ ହେବ। ସୂଚନାଯୋଗ୍ୟ ଯେ, କଟକ-ଭୁବନେଶ୍ୱର କମିଶନରେଟ୍‌ ଅଞ୍ଚଳ ସମେତ ରାଜ୍ୟର ଏକାଧିକ ଜିଲା ମୁଖ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯାଇଛି । ଜଗତ୍‌ସିଂହପୁର ସହରରେ ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ସହରର ଅନ୍ୟ ସ୍ଥାନଗୁଡିକ ଚିହ୍ନଟ କରାଯାଇ ତାଲିକା ଦିଆଯିବ। ତା’ ଉପରେ ପରିଷଦ ଧ୍ୟାନ ଦେଇ ସିସିଟିଭି କ୍ୟାମେରା ଲଗାଇବା ବ୍ୟବସ୍ଥା କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri