ଲଖନପୁର,୧୭।୪(ଡି.ଏନ୍.ଏ): କରୋନା ନିୟନ୍ତ୍ରଣକୁନେଇ ଲକ୍ଡାଉନ୍ ଜାରି ହୋଇଛି। କେଉଁସବୁ ଦୋକାନ ଖୋଲିବ, କେଉଁସବୁ ଦୋକାନ ଖୋଲିବ ନାହିଁ, କେତେ ସମୟ ଖୋଲିବ ଏସବୁକୁ ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ୍ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଏହି ପରିମ୍ରେକ୍ଷୀରେ ଅବକାରୀ ବିଭାଗ ତରଫରୁ ଝାରସୁଗୁଡା ଜିଲାରେ ଥିବା ସମସ୍ତ ସରକାରୀ ସ୍ବୀକୃତିପ୍ରାପ୍ତ ମଦଭାଟି ଓ ବିଦେଶୀ ମଦ ଦୋକାନ ସବୁକୁ ଜଉମୁଦ ଦେଇ ସିଲ୍ କରାଯାଇଛି। ଲକ୍ଡାଉନ୍ ଅବଧି ଶେଷ ହେଲା ପରେ ଯାଇ ଖୋଲିବ ବୋଲି ନିର୍ଦ୍ଦେଶ ରହିଛି। ଏଭଳି କଡାକଡି ନିର୍ଦ୍ଦେଶ ସତ୍ତ୍ୱେ ଗତ ବୁଧବାର ଭୋର ସାଢେ ୪ଟା ସମୟରେ ବନ୍ଧବାହାଲ ମାର୍କେଟ୍ରେ ଥିବା ବିଦେଶୀ ମଦଦୋକାନ ସଟର୍ ଖୋଲାଥିଲା। ଦୋକାନ ସମ୍ମୁଖରେ ଅବକାରୀ ବିଭାଗର ଏକ ବୋଲେରୋ ଓ କର୍ମଚାରୀ ଛିଡା ହୋଇ ରହିଥିଲେ। ଲକ୍ଡାଉନ୍ରେ ପୁଣି ସିଲ୍ ଥିବା ବିଦେଶୀ ମଦଦୋକାନ ଭୋରରୁ ଖୋଲା ଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। କେତେକ ଲୋକେ ମୋବାଇଲ୍ ଫୋନ୍ରେ ଫଟୋ ଉଠାଇ ଥିଲେ। ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ୩ ଦିନ ହେଲା ଘୁରି ବୁଲୁଛି। ଲକ୍ଡାଉନ୍ରେ ସିଲ୍ ଥିବା ବିଦେଶୀ ମଦ ଦୋକାନ କାହା ନିର୍ଦ୍ଦେଶରେ, କିଏ ଓ କାହିଁକି ଖୋଲିଲା ତାହାକୁ ନେଇ ସାରା ଜିଲାରେ ଚର୍ଚ୍ଚା ଯୋର ଧରିଛି। ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ କହିଛନ୍ତି ଯେ, ଦୋକାନ ଖୋଲା ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଅବକାରୀ ଇନ୍ସ୍ପେକ୍ଟର୍ ସୁମିତ୍ରା ଓରାମଙ୍କୁ ପଚାରିବାରୁ କହିଛନ୍ତି ଯେ, ଅବକାରୀ ବିଭାଗର ୨ଜଣ କନଷ୍ଟେବଳ ଦୋକାନରେ ଥିବା ଷ୍ଟକ କାଗଜପତ୍ର ଯାଞ୍ଚ କରିବାକୁ ଦୋକାନ ଖୋଲିଥିଲେ। ଏ ନେଇ ଜିଲା ଅବକାରୀ ଏସ୍ପି ନାରାୟଣ ମେହେରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ। ସିଲ୍ଥିବା ବିଦେଶୀ ମଦ ଦୋକାନ କାହିଁକି ଖୋଲାଗଲା ଓ କିଏ ଖୋଲିଲା ଏ ସମ୍ପର୍କରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ବ୍ରଜରାଜନଗର ଏସ୍ଡିପିଓ ଦୀଲିପ ଦାସ କହିଛନ୍ତି ଯେ, ସିଲ୍ ଥିବା ଦୋକାନ ଖୋଲିବା ପୂର୍ବରୁ ସ୍ଥାନୀୟ ପୋଲିସ୍କୁ ଅବକାରୀ ବିଭାଗ ପ୍ରଥମେ ଜଣାଇବା କଥା। ତାପରେ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଉପସ୍ଥିତିରେ ଦୋକାନ ସିଲ୍ ଖୋଲା ଯାଇ ଷ୍ଟକ୍ ଯାଞ୍ଚ ପରେ ପୁଣି ସିଲ୍ ହେବା କଥା। ଏ ନେଇ ପୋଲିସ୍ ତରଫରୁ ତଦନ୍ତ କରାଯାଇ ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ ଦାସ କହିଛନ୍ତି। ସୂଚନାଯୋଗ୍ୟ, ମାଜିଷ୍ଟ୍ରେଟ୍ ଓ ସ୍ଥାନୀୟ ପୋଲିସର ଉପସ୍ଥିତିରେ ଦୋକାନ ସିଲ୍ ଖୋଲାଯାଇ ଷ୍ଟକ୍ ଯାଞ୍ଚ ହେବା କଥା। ଏସବୁ ନ କରି କାହିଁକି ୨ଜଣ ବିଭାଗୀୟ କନଷ୍ଟେବଳ ସିଲ୍ ଖୋଲି ଷ୍ଟକ୍ ଯାଞ୍ଚ କଲେ ତାହା ପୁଣି ପୁଣି ଭୋର୍ ସାଢେ ୪ଟାରେ ତାହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Posted inHome, Home Left, ଆମ ଜିଲା ଖବର, ଝାରସୁଗୁଡ଼ା View All
ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ
ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…
ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା
ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…
ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍ ଜଗତରେ ପଡ଼ିଲା ଚହଳ
ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ
ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…
ଜାତୀୟ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ: ୫ ଗୁରୁତର
ମାର୍ଶାଘାଇ ୨୬।୧o(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା…
କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ
ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍ରାଉଣ୍ଡର ଲାନ୍ସ କ୍ଲୁଜନର…
IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…
ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…
କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ
ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

