Posted inଖେଳ

ସିରିଜ୍‌ ଜିତିଲା ଇଂଲଣ୍ଡ

ନଟିଂହାମ,୧୮।୫- ଏଠାରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ୪ର୍ଥ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୩ ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଘରୋଇ ଇଂଲଣ୍ଡ ଦଳ ୩-୦ ବ୍ୟବଧାନରେ ଜିତି ନେଇଛି। ତେବେ ସିରିଜର ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥିରେ ମଧ୍ୟ ଉଭୟ ଇନିଂସରେ ବୃହତ୍‌ ଦଳଗତ ସ୍କୋର ଦେଖିବାକୁ ମିଳିଥିଲା। ପାକିସ୍ତାନ ଦଳ ପକ୍ଷରୁ ଧାର୍ଯ୍ୟ ୩୪୧ ରନ୍‌ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ଅନ୍ତିମ ଓଭରରେ ୭ ଉଇକେଟ ହରାଇ ହାସଲ କରି ନେଇଥିଲା।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଧାର୍ଯ୍ୟ ୫୦ ଓଭରରେ ୭ ଉଇକେଟ ହରାଇ ୩୪୦ ରନ୍‌ କରିଥିଲା। ଦଳ ପାଇଁ ବାବର ଆଜାମ ୧୧୫ ରନ୍‌ କରିଥିବାବେଳେ ମହମ୍ମଦ ହାଫିଜ ୫୯ ଓ ଫକର ଜାମନ ୫୭ ରନ୍‌ର ଉପଯୋଗୀ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଘରୋଇ ଦଳ ପକ୍ଷରୁ ଟମ କୁରାନ ୪ ଓ ମାର୍କ ଉଡ ୨ ଉଇକେଟ ନେଇଥିଲେ। ଜବାବରେ ଜାସନ ରୟଙ୍କ ବିସ୍ଫୋରକ ୧୧୪ ଓ ବେନ ଷ୍ଟୋକ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ୭୧ ରନ୍‌ର ଇନିଂସ ଯୋଗୁ ଇଂଲଣ୍ଡ ୪୯.୩ ଓଭରରେ ୭ ଉଇକେଟ ହରାଇ ୩୪୧ ରନ୍‌ କରି ମ୍ୟାଚ୍‌ ଜିତିନେଇଥିଲା। ଦଳ ପାଇଁ ଜେମ୍ସ ଭିନ୍ସ ୪୩, ଜୋ ରୁଟ୍‌ ୩୬ ଓ କୁରାନ ୩୧ ରନ୍‌ କରିଥିଲେ। ଭ୍ରମଣକାରୀ ପାକିସ୍ତାନ ଲାଗି ବୋଲିଂରେ ମହମ୍ମଦ ହାସନାନ ଓ ଇମାଦ ଓ୍ବାସିମ ୨ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

ହକି ବିଶ୍ୱକପ ମଇଦାନରେ ଭୟଙ୍କର ଦୁର୍ଘଟଣା, ଭାରତୀୟ ଖେଳାଳି ଲହୁଲୁହାଣ

ନୂଆଦିଲ୍ଲୀ, ୧୯।୮: ଭାରତୀୟ ମହିଳା ହକି ଟିମ ମଙ୍ଗଳବାର ଏକ ଐତିହାସିକ ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସର ଆମଷ୍ଟେଲଭନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

Video: ଦୁଇ ପତ୍ନୀଙ୍କ କଳହ ମଧ୍ୟରେ ବେହୋସ ହେଲେ ଫୁଟବଲ ପ୍ରଶିକ୍ଷକ, ଚେତା ଫେରିବା ପରେ ପ୍ରଥମ ପତ୍ନୀଙ୍କ ସହ କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୯।୮: ପ୍ରାୟତଃ, ଦୁଇଜଣଙ୍କ ମଧ୍ୟରେ ବିବାଦର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି କ୍ରସଫାୟାରରେ ଫସି ଯାଆନ୍ତି; କିନ୍ତୁ, ଯେତେବେଳେ ବିବାଦ ଜଣେ ପୁରୁଷଙ୍କ ଦୁଇ ସ୍ତ୍ରୀଙ୍କ…

କ୍ୟାମେରା ବୁଲିବା ମାତ୍ରେ ଖୋଲିଗଲା ଗମ୍ଭୀରଙ୍କ ‘ମାଷ୍ଟରପ୍ଲାନ’ର ରହସ୍ୟ! ଭାଇରାଲ ଭିଡିଓରେ ଦେଖାଗଲା…

ନୂଆଦିଲ୍ଲୀ, ୧୯।୮: ଗଲରେ ଲ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri